ପିନଟ ବଟର ନ କେବଳ ସ୍ଵାଦ ଏହା ଶରୀର ପାଇଁ ବି ବହୁତ ଉପକାରି ଅଟେ। ଏହା ଶରୀରକୁ ବହୁତ ଲାଭ ଦେଇଥାଏ।ଏହାକୁ ଖାଇବା ଦ୍ଵାରା ଶରୀରର ଅଦରକାରୀ ଚର୍ବି ହ୍ରାସ ପାଇଥାଏ। ଯାହା ଦ୍ଵାରା ଶରୀରର ମୋଟପା ମଧ୍ଯ କମିଥାଏ। ପିନାଟ ବଟରରେ ବହୁତ୍ ପରିମାଣର ପ୍ରୋଟିନ ମାତ୍ରା ରହିଥାଏ। ଏଥି ଯୋଗୁଁ ମାଂସ ପେଶି ଗଠନରେ ଏହି ବହୁତ ଲାଭଦାୟକ ହୋଇଥାଏ।
ଏଥିରେ ମ୍ୟାଗ୍ନେଶୀୟମ, ଭିଟାମିନ- ଏ ର ମାତ୍ରା ମଧ୍ୟ ବହୁତ ପରିମାଣରେ ରହିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍ ହାଡ଼, ଗଣ୍ଠି ଶକ୍ତ କରିବାରେ ଏବଂ ତା ସହ ସହ ମାଂସପେଶୀ ଗଠନରେ ବହୁତ୍ ପରିମାଣରେ ସହାୟକ ହୋଇଥାଏ। ପୀନଟ ବଟର ଶରୀରରେ ଶକ୍ତି ସଞ୍ଚରଣ ପ୍ରକ୍ରିୟା କରିବା ସହ ଶରୀରର ହଜମ କ୍ରିୟା ସଠିକ୍ ଭାବେ କରିବାରେ ବହୁତ୍ ପରିମାଣରେ ସହାୟକ ହୋଇଥାଏ।
ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତ ପ୍ରବାହ ମଧ୍ୟ ଭଲ ଭାବେ ହୋଇଥାଏ ଏହା ଦ୍ଵାରା ହୃଦୟ ମଧ୍ୟ ସୁସ୍ଥ ରହେ। ପୀନଟ ବଟରରେ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ ଏଥି ଯୋଗୁଁ ଶରୀରରେ ମାଂସପେଶୀ,ରକ୍ତ କୋଷିକା ର ଗଠନ ମଧ୍ୟ ହୋଇଥାଏ। ଏଥିରେ ଭିଟାମିନ – ଏ ଥାଏ ଯାହାକି ଆଖି ସୁସ୍ଥ ରଖେ ଏବଂ ଆଖିର ଶକ୍ତି ମଧ୍ୟ ବୃଦ୍ଧି କରାଏ।
ପିନଟ ବଟରରେ ବିଶାଇଟୋଷ୍ଟାରଲ ରହିଥାଏ ଯାହାକି ଗୋଟେ ପ୍ରକାରର ଫାଇଟୋ ଷ୍ଟାରଲ ଅଟେ। ଏହା କ୍ୟାନସର, କୋଲେନ କ୍ୟାନସର , ପ୍ରୋଲେନ୍ କ୍ୟାନସର ଭଳି ରୋଗର ନିରାକରଣ ପାଇଁ ସହାୟକ ହୋଇଥାଏ। ପିନଟ ବଟରରେ ବହୁତ୍ ପରିମାଣରେ ଫାଇବର ମାତ୍ରା ରହୁଥାଏ ଯାହା ଦ୍ଵାରା
ଏହାକୁ ଖାଇବା ଦ୍ଵାରା କୋଲେଷ୍ଟର, ମଧୁମେହ ରୋଗର ନିରାକରଣ ହୋଇପାରିବ। ତେଣୁ ଏଭଳି ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଏହାର ସେବନ କରିବା ଅଦ୍ୟନ୍ତ ଜରୁରୀ ଅଟେ। ପିନଟ ବଟରରେ ଚିନି ଏବଂ ଲୁଣ ର ପରିମାଣ କମ୍ ଥାଏ ଏନୁ ଏହା ଶରୀର ପାଇଁ ଲାଭଦାୟକ। ତେଣୁ ଏହାର ସେବନ କରିବା ଉଚିତ।