1

ଅଶ୍ଵଗନ୍ଧା ବ୍ୟବହାର କରୁଛନ୍ତି କି, ସାବଧାନ |

HEALTH

ଅଶ୍ଵଗନ୍ଧା ଏହା ଏକ ବହୁତ ବିଶେଷ ଚେର ମୁଲି ଅଟେ ।ଏହା ଶରୀରରୁ ବିଭିନ୍ନ ପ୍ରକାରର ରୋଗ ଦୁର କରିବା ସହ ଶରୀରକୁ ଭିତର ଭାଗରୁ ଶକ୍ତି ଦେଇଥାଏ କିନ୍ତୁ ଏହାକୁ ସଠିକ ଭାବରେ ବ୍ୟବହାର ନ କରିବା ଦ୍ଵାରା ଏହା ଶରୀର ପାଇଁ କ୍ଷତି କାରକ ହୋଇଥାଏ ।ଆସନ୍ତୁ ଜାଣିବା ଅଶ୍ଵଗନ୍ଧା କୁ କିପରି ଭାବରେ ,କେଉଁ ମାତ୍ରାରେ ଏବଂ କେଉଁ ସମୟରେ ବ୍ୟବହାର କରିବା ଉଚିତ ।

ଅଶ୍ଵଗନ୍ଧା ଏହି ଫୁଲଟି ପାଉଡର ଏବଂ ବଟିକା ଦୁଇଟି ଅବସ୍ଥାରେ ଉପଲବ୍ଧ ଥାଏ କିନ୍ତୁ ଏହାକୁ ସଠିକ ମାତ୍ରାରେ ବ୍ୟବହାର କରିବା ଜରୁରୀ । ତେଣୁ ସର୍ବଦା ଅଶ୍ଵଗନ୍ଧାର ପାଉଡର କୁ ବ୍ୟବହାର କରିବା ଆବଶ୍ୟକ କାରଣ ଏହାର ବଟିକା ବନାଇବ ପାଇଁ ବହୁତ ପ୍ରକାରର କୃତିମା ପରୀକ୍ଷା ହୋଇଥାଏ ଯାହାକି ଭଲ ହୋଇ ନଥାଏ । ଏହାର ବ୍ୟବହାର ଶରୀରରେ ଶକ୍ତି ,ଶାରୀରିକ ସମସ୍ୟାରୁ ମୁକ୍ତି ଭଳି ବିଭିନ୍ନ ଉପକାର ମିଳିଥାଏ ।

1-1
ଯଦି ଆପଣ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତାହାଲେ ରାତିରେ ଖାଇବାର ଦୁଇ ଘଣ୍ଟା ପରେ ଏବଂ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାର ବ୍ୟବହାର କରିବା ଜରୁରୀ । ଯଦି ଆପଣ ଏପରି ଭାବରେ କରି ପାରି ନାହାଁନ୍ତି ତାହାଲେ ଆପଣ ଖାଇବାର ଏକ ରୁ ଦେଢ ଘଣ୍ଟା ପରେ ଏହାର ବ୍ୟବହାର କରି ପାରିବେ । ଏହାକୁ ଆପଣ ସକାଳ ଜଳଖିଆ ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ଖାଇବାର ଦୁଇ ଘଣ୍ଟା ପରେ ଏହାର ବ୍ୟବହାର କରି ପାରିବେ ।

1-2
ଏହା ଅତ୍ୟନ୍ତ ଗରମ ହୋଇଥାଏ ତେଣୁ ଏହାକୁ ଏକ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ । ଏହାକୁ ସର୍ବଦା ଛୋଟ ଚମଚରେ ଅଧ ଚାମଚ ଦେଶୀ ଗାଇଖିର କିମ୍ବା ମଇଁଷି କ୍ଷୀର ସହ ମିଶାଇ ପିଇବା ଦରକାର ଏଥି ମଧ୍ୟରେ ଆପଣ ମହୁ ମଧ୍ୟ ମିଶାଇ ପାରିବେ ନଚେତ୍ ଆପଣ ଏହାକୁ ଖାଲି ପାଣି ସହ ମଧ୍ୟ ମିଶାଇ ପିଇ ପାରିବେ ।ଏହାର ଅଧିକ ବ୍ୟବହାର ଦ୍ଵାରା ବାନ୍ତି ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ଏହାକୁ ବ୍ୟବହାର କରିବା ଦ୍ଵାରା ଚିନ୍ତା ରୁ ମୁକ୍ତି ମିଳିଥାଏ କିନ୍ତୁ ଏହା କେବଳ ଚିନ୍ତା ଦୁର କରିଥାଏ ସମ୍ପୁର୍ଣ୍ଣ ଭାବରେ ଚିନ୍ତାରୁ ମୁକ୍ତି ପାଇଁ ଏହା ସହ ଆପଣଙ୍କୁ ନିଜର ଜୀବନ ଶୈଳୀ ମଧ୍ୟ ବଦଳାଇବାକୁ ପଡ଼ିଥାଏ । ଏହା ବିଭିନ୍ନ ରୋଗରେ ବ୍ୟବହୃତ ହେଉଥିବା ଔଷଧ ସହ ମିଶି ମଧ୍ୟ ପ୍ରତିକ୍ରିୟା କରିବାର ତେଣୁ ଏହାକୁ ନିଜ ଡାକ୍ତରଙ୍କ ସହ ପରାମର୍ଶ କରି ବ୍ୟବହାର କରିବା ଉଚିତ୍ । ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁ ମାନେ ଏହାର ବ୍ୟବହାର କରିବା ଉଚିତ ନୁହେଁ । ଏହାର ବ୍ୟବହାର ଦ୍ଵାରା କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ,ଏହା ଶରୀରରେ ହର୍ମୋନ ସନ୍ତୁଳନ ରକ୍ଷା କରେ ଏବଂ ଶରୀରକୁ ଫୁର୍ତ୍ତି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *