1

ବ୍ୟାୟାମ କରିବା ପୂର୍ବରୁ ଏବଂ ପରେ କଣ ଖାଇବା ଦରକାର |

HEALTH

ବ୍ୟାୟାମ ପରେ ଶରୀରର ମାଂସ ପେଶି ଗୁଡ଼ିକର ଉପଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ କାରଣ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ହିଁ ଶରୀର ମାଂସ ପେଶି ଗୁଡ଼ିକ ସଠିକ ଭାବରେ ବୃଦ୍ଧି ହୋଇଥାଏ ତେଣୁ ଉପଯୁକ୍ତ ଖାଦ୍ୟ ଖାଇବା ଏବଂ ଉପଯୁକ୍ତ ଖାଦ୍ୟ ବାଛିବା ନିହାତି ଆବଶ୍ୟକ ଅଟେ ।ଆସନ୍ତୁ ଜାଣିବା କିଛି ଖାଦ୍ୟ ଯାହା ବ୍ୟାୟାମ ପରେ ଶରୀର ପାଇଁ ହିତକର ହୋଇଥାଏ ।

ବ୍ୟାୟାମ ପୂର୍ବରୁ ଏବଂ ପରେ ଦୁଇଟି ସମୟରେ ଖାଦ୍ୟ ଖାଇବା ନିହାତି ଜରୁରୀ ଅଟେ କାରଣ ଏହା ଦ୍ଵାରା ହିଁ ଶରୀର ଠିକ୍ ଭାବରେ ଗଠନ ହୋଇଥାଏ । ପ୍ରଥମେ ଆସେ ସେହି ଖାଦ୍ୟ ଗୁଡ଼ିକ ଯେଉଁ ମାନଙ୍କୁ ବ୍ୟାୟାମ ପୂର୍ବରୁ ଖିଆ ଯାଇଥାଏ । ଯଦି ଆପଣ ମାଂସ ହାରି ହୋଇଥାନ୍ତି ତାହାଲେ ଆପଣ ପ୍ରତିଦିନ ବ୍ୟାୟାମ ପୂର୍ବରୁ ଦୁଇଟି କଦଳୀ ଏବଂ ଦୁଇଟି ସିଝା ଅଣ୍ଡା

eggs

ର ଧଳା ଅଂଶ ଖାଇ ପାରିବେ ଆଉ ଯଦି ଆପଣ ଶାକାହାରୀ ହୋଇଥାନ୍ତି ତାହାଲେ ଆପଣ ସିଝା ବୁଟ୍ଟ ସହ ଚୁଡ଼ା ମିଶାଇ ଖାଇ ପାରିବେ କାରଣ ବ୍ୟାୟାମ ପୂର୍ବରୁ ଖାଉଥିବା ଖାଦ୍ୟରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ, ଅଳ୍ପ ମାତ୍ରାରେ ପ୍ରୋଟିନ ଏବଂ ଆଦୌ ଫ୍ୟଟ ନଥିବା ଆବଶ୍ୟକ କାରଣ ଏହା ସବୁ ଶରୀରକୁ ଶକ୍ତି ପ୍ରଦାନ କରିଥାଏ ଏହାକୁ ଆପଣ ବ୍ୟାୟାମ କରିବାର ଏକ ଘଣ୍ଟା ପୂର୍ବରୁ ଖାଇ ପାରିବେ ।

EGG

ଏହା ପରେ ଆସେ ବ୍ୟାୟାମ ପରେ କଣ ଖାଇବା ଆବଶ୍ୟକ ଆପଣ ବ୍ୟାୟାମ ପରେ ପ୍ରୋଟିନ ପାଉଡର ର ବ୍ୟବହାର କରି ପାରିବେ କାରଣ ବ୍ୟାୟାମ କରିବା ସମୟରେ ଯେଉଁ ସବୁ ମାଂସ ପେଶି ଗୁଡ଼ିକ ନଷ୍ଟ ହୋଇ ଯାଇଥାଏ ପ୍ରୋଟିନ ଖାଇବା ଦ୍ଵାରା ଏଥିରେ ଥିବା ଆମିନୋ ଗୁଣ ଏହାକୁ ପୁନର୍ବାର ଗଠନ କରିଥାଏ ଏବଂ ମାଂସ ଗୁଡ଼ିକୁ ଫୁଲେଇ ଥାଏ ।

ଆପଣ ବ୍ୟାୟାମ ପୂର୍ବରୁ ଯାହା ଖାଇଥିଲେ ତାହା ମଧ୍ୟ ଖାଇ ପାରିବେ କିନ୍ତୁ ଦୁଇଟି ଅଣ୍ଡା ସ୍ଥାନରେ ୫ କି ୬ ଟି ଅଣ୍ଡା ଏବଂ ଅଧିକ ବଟ ର ବ୍ୟବହାର କରିବେ । ଏହା ଛଡା ପ୍ରୋଟିନ ର ପରିମାଣ ଆପଣଙ୍କ ଦିନର ସମ୍ପୂର୍ଣ୍ଣ ଆହାର ଉପରେ ମଧ୍ୟ ନିର୍ଭର କରେ । ଆପଣ ବ୍ୟାୟାମ କରିବାର ୧ ଘଣ୍ଟା ଭିତରେ ଖାଦ୍ୟ ଖାଇ ନେବା ଆବଶ୍ୟକ କାରଣ ଏହା ଦ୍ଵାରା ଶରୀର ସଠିକ ଭାବରେ ଗଠନ ହୋଇଥାଏ ।

Leave a Reply

Your email address will not be published. Required fields are marked *