5

କଫିକୁ ମଜାକ ରେ ନିଅନ୍ତୁ ନାହିଁ ।

NEWS

କଫି ର ଗୋଟିଏ କପ ଦେଖିବାକୁ ବହୁତ ସାଧାରଣ ଲାଗେ କିନ୍ତୁ ପୁରା ଦୁନିଆରେ ପାଖା ପାଖି ୨୦୦ କୋଟି କପ୍ର କଫି ପ୍ରତିଦିନ ବ୍ୟବହାର ହୁଏ। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ କେତେ କପ କଫି ପିଇବା ଦରକାର ଏବଂ ଆମ ଶରୀର ରେ ଏହା କେଉଁ କାମ କରେ।ଏବଂ ଚା ଏବଂ କଫି ଭିତରେ କଣ ଫରକ ଅଟେ।ଅଧିକାଂଶ ଲୋକ ଏହା ଜାଣିନାହାନ୍ତି ଯେ ସବୁ କଫି ପାଉଡର ତ ଦେଖିବାକୁ ଗୋଟିଏ ପ୍ରକାର ର ହୋଇଥାଏ କିନ୍ତୁ କ୍ୱାଲିଟି ହିସାବ ରେ ଏହା ଦୁଇ ପ୍ରକାର ର ହୋଇଥାଏ।

ଆରବିକା କଫି,ସବୁଠାରୁ ଉଚ୍ଚ ଧରଣ ର କଫି ଅଟେ।ଏବଂ ଏହା ଅଧିକ ପଇସା ହୋଇଥାଏ। ଏବଂ ଅନ୍ୟ ପ୍ରକାର ର କଫି ର ନାମ ହେଉଛି ରୋବୁସ୍ତା ଯାହାର ବାସ୍ନା ଏବଂ ସ୍ୱାଦ ଟିକେ ଷ୍ଟ୍ରଙ୍ଗ ଅଟେ।କଫି ରୁ କିଛି ଭିଟାମିନ ମଧ୍ୟ ମିଳିଥାଏ ଯାହା କି ଲିଭର ର ଅସୁବିଧା କୁ ଦୂର କରିବାରେ ସାହାଯ୍ୟ କରେ।କଫି ମଧ୍ୟ ଫ୍ୟାଟ ବରନର ଭଳି ମଧ୍ୟ କାମ କରେ।ସେଥିପାଇଁ କଫି କୁ ବିନା ଚିନି ଏବଂ ବିନା କ୍ଷୀର ରେ ବ୍ୟବହାର କରାଯାଏ।

coff

କିନ୍ତୁ ଆରମ୍ଭ ରୁ ଏହା ଚର୍ବି କମାଇବାରେ ସାହାଯ୍ୟ କରେ ,ଏବଂ ପରେ ସେ ଏହା କରିବା କମ କରିଦିଏ।କଫି ମଧ୍ୟ ମସ୍ତିଷ୍କ ର ଚିନ୍ତା କୁ ଦୂର କରିବାରେ ସାହାଯ୍ୟ କରେ। କଫି ରେ ଯେଉଁ ମେନ ଜିନିଷ ଥାଏ ତାହା ହେଉଛି କ୍ୟାଫିନ ।କଫି କୁ ବ୍ୟବହାର କରିବା ଦ୍ୱାରା ମଧ୍ୟ ବହୁତ ଗ୍ୟାସ ହୋଇଥାଏ ।କଫି ଦ୍ୱାରା ୧୦-୧୫ ମିନିଟ ମଧ୍ୟ ରେ ହିଁ ଆମ ଶରୀର ରେ ପ୍ରଭାବ ଦେଖେଇ ଦିଏ।ଏବଂ ୬ ଘଣ୍ଟା ପର୍ଯ୍ୟନ୍ତ ଏହା ଆମ ରକ୍ତ ରେ ରହିଥାଏ।

ଏବଂ କଫି ଆମର ଆଡ଼ରିନାଲ ଗ୍ରନ୍ଥି ରୁ ବହୁତ ହର୍ମୋନ ବାହାର କରିବା ପାଇଁ ବାଧ୍ୟ କରିଥାଏ।ଏବଂ ଏହା ଦ୍ୱାରା ରକ୍ତ ର ବେଗ ବଢ଼ିଥାଏ ଏବଂ ଆମର ରକ୍ତ ଚାପ ର ସମସ୍ୟା ମଧ୍ୟ ବଢ଼ିଥାଏ।ତେଣୁ ରକ୍ତ ଚାପ ଥିବା ଲୋକ ମାନେ କଫି ଠାରୁ ଦୂରରେ ରହିବା ନିହାତି ଦରକାର।ଏବଂ ସବୁବେଳେ କଫି ପିଇବା ଦ୍ୱାରା ଲୋକ ଏହାକୁ ଧୀରେ ଧୀରେ ବଢ଼ାଇକରି ୧-୨ ଏବଂ ୨-୩ କପ ଏହି ଭଳି ବଢ଼ାଇଥାନ୍ତି।

coffee

ଏବଂ ଏହା ପରେ ବିନା କଫି ରେ ଆପଣ ଙ୍କର ଦିନ କଟେ ନାହିଁ ଏବଂ ସାରଦିନ ମୁଣ୍ଡ ବିନ୍ଧା ହୋଇଥାଏ ଏବଂ ଥକା ଲାଗିଥାଏ। ଶାରୀରିକ ପରିଶ୍ରମ କରିବା ପୂର୍ବରୁ କଫି ପିଇବା ଦ୍ୱାରା ଏଥିରୁ ଶକ୍ତି ମିଳିଥାଏ।ଏବଂ ସବୁବେଳେ ଏହାକୁ ପିଇବା ଦ୍ୱାରା ଧୀରେ ଧୀରେ ଆମ ଶରୀର କଫି ଉପରେ ନିର୍ଭର କରିଥାଏ।କିନ୍ତୁ ଯେଉଁ ଲୋକ କଫି କୁ ପସନ୍ଦ କରନ୍ତି ସେମାନେ

ସଠିକ ପରିମାଣ ରେ କଫି ପିଇବା ଦ୍ୱାରା କିଛି ଅସୁବିଧା ହୁଏ ନାହିଁ।ଜଣେ ସୁସ୍ଥ ମଣିଷ ପାଇଁ ଦିନରେ ୩୦୦-୪୦୦ ମିଲିଗ୍ରାମ କଫି ପିଇବା ସଠିକ ଅେଟ।ଏବଂ ଯେଉଁ ଲୋକ ଦିନରେ ୩-୪ ଥର କଫି ପିଅନ୍ତି ତେବେ ହୋଇପାରେ ଏହାର ପ୍ରଭାବ ସାଙ୍ଗେ ସାଙ୍ଗେ ନା ଆସିପାରେ କିନ୍ତୁ ଏହା କୁ ପିଇବା ଦ୍ୱାରା ଧୀରେ ଧୀରେ ଆମ ଶରୀର କୁ ବହୁତ କ୍ଷତି ମିଳିଥାଏ।ତେଣୁ ଆପଣ କଫି କୁ ଆପଣ ଙ୍କ ଜୀବନ ରେ ସେତିକି ଧ୍ୟାନ ଦିଅନ୍ତୁ ଯେମିତି କି ଆପଣ ଯେତେବେଳେ ଚାହିଁବେ ସେତେବେଳେ ଆପଣ ଏହା କୁ ଛାଡି ପାରିବେ।

Leave a Reply

Your email address will not be published. Required fields are marked *