7

ଓଟସ ଖାଇବା ର ସଠିକ ତରିକା ।

HEALTH

ଚାଉଳ,ଗହମ,ବାଜରା ସବୁ ଏହି ଗୋଟିଏ ଜାତୀୟ ର ଖାଦ୍ୟ ହୋଇଥାଏ ଏବଂ ଏହା ମଧ୍ୟ ରୁ ଗୋଟିଏ ହେଉଛି ଓଟସ ଯାହାକି ଦେଖିବାକୁ ବହୁତ ସାଧାରଣ ଲାଗେ କିନ୍ତୁ ଏହା ଆମ ଦରକାର ଠାରୁ ମଧ୍ୟ ଅଧିକ ଫାଇଦାବାନ ହୋଇଥାଏ।ଆଗରୁ ଏହା କୁ ଗାଁ ର ଲୋକ ମାନେ ବ୍ୟବହାର କରୁଥିଲେ କିନ୍ତୁ ଏହାର ଫାଇଦା ଜାଣିବା ପରେ ଏହାକୁ ସହର ର ଲୋକ ମାନେ ମଧ୍ୟ ବ୍ୟବହାର କରୁଛନ୍ତି।

ଚାଉଳ ଠାରୁ ଓଟସ କୁ ବହୁତ ଭଲ ମନାଯାଏ ଏବଂ ଏହାକୁ କେବେ ଏବଂ କେତେବେଳେ ବ୍ୟବହାର କରିବେ ଆସନ୍ତୁ ଆଜି ଜାଣିବା। ଏଥିରେ କମ୍ପଲେନ୍ସ କାର୍ବୋ ହାଇଡରେଟ ଥାଏ ଯାହା ଦ୍ୱାରା ଆମର ସୁଗାର ଲେବେଲ ଠିକ ରେ ରୁହେ। ଏହା ବ୍ୟତୀତ ଏହାକୁ ଆମେ ଓଜନ କମାଇବା ପାଇଁ ମଧ୍ୟ ବ୍ୟବହାର କରିଥାଉ। ଏଥିରେ ଫାଇବର ର ମାତ୍ରା ବହୁତ ଅଧିକ ଥାଏ।

7-1

ଗହମ ରେ ଗଲୁଟେନ ନାମକ ଗୋଟିଏ ପ୍ରୋଟିନ ଥାଏ ଯାହାକି ହଜମ କରିବା ପାଇଁ ବହୁତ ଅସୁବିଧା ହୁଏ କିନ୍ତୁ ଓଟସ ରେ ଏମିତି କିଛି ହୁଏ ନାହିଁ।ଆଜିକାଲି ହୃଦ ରୋଗ ହେବା ବବୁତ କମନ ହୋଇଗଲାଣି , ଓଟସ ରେ ବିଟା ଗଲୁଟାନ ନାମକ ନାମକ ଭିଟାମିନ ଥାଏ ଯାହା କି ହୃଦ ରୋଗ ବହୁତ କମ କରିଦିଏ। ଓଟସ ରେ କାଲ୍ସିଅମ ଏବଂ ଆଇରନ ଥିବା କାରଣ ରୁ ଏହା ରକ୍ତ ସଞ୍ଛାଳନ ରେ ବହୁତ ସାହାଯ୍ୟ କରେ।

7-2

ମାର୍କେଟ ରେ ବହୁତ ପ୍ରକାର ର ଓଟସ ମିଳେ , ଷ୍ଟିଲ କଟ ଓଟସ ସବୁ ଠାରୁ ଭଲ ଓଟସ ଅଟେ। ଏବଂ ଏହାକୁ ଖାଇବା ସମୟ ରେ ହିଁ ସିଝାଇ କରି ଖାଇ ହୁଏ। ଏବଂ ରୋଲ୍ଦ ଓଟସ କୁ ଖାଇବା ର କିଛି ସମୟ ପୂର୍ବରୁ ସିଝାଇ ବାକୁ ପଡେ। ମାର୍କେଟ ରେ ଓଟସ ପାଉଡର ରୂପ ରେ ମଧ୍ୟ ମିଳେ।ଏହାକୁ ସଖାଳୁ ଖାଇବା ଆପଣ ଙ୍କ ପାଇଁ ବହୁତ ଫାଇଦାବାନ ହୋଇଥାଏ।

ଜିମ ଯାଉଥିବା ଲୋକ ଶାରୀରିକ ପରିଶ୍ରମ ପୂର୍ବରୁ ଏବଂ ପରେ ଏହା କୁ ବ୍ୟବହାର କରନ୍ତି। ଏହାକୁ ଅଲଗା ଅଲଗା ତରିକା ରେ ଖାଇବା ଦ୍ୱାରା ଏହା ଶରୀର ରେ ଅଲଗା ଅଲଗ ଇଫେକଟ ଦେଇଥାଏ। ଓଜନ କମାଇବା କୁ ଚାଁହୁଥିବା ଲୋକ ଙ୍କୁ ଗୋଟେ ଥର ରେ ୨୫-୩୦ ଗ୍ରାମ ଖାଇବାକୁ ପଡେ।ଏବଂ ଯେଉଁ ମାନେ ଓଜନ ବଢାଇବା କୁ ଚାଁହୁଚନ୍ତି ସେମାନେ ଗୋଟେ ଥର ରେ ୪୦-୫୦ ଗ୍ରାମ ଖାଇପାରିବେ।ଏବଂ ଏହାକୁ ବ୍ୟବହାର କରି ଆପଣ ସେକ ମଧ୍ୟ ପ୍ରସ୍ତୁତ କରିପାରିବେ। ଏବଂ ଏହାକୁ ଆପଣ ଖିଚଡ଼ି ରୂପ ରେ ମଧ୍ୟ ଖାଇପାରିବେ।

Leave a Reply

Your email address will not be published. Required fields are marked *