8

ପାଚନ ଶକ୍ତିକୁ କେମିତି ବୃଦ୍ଧି କରିବେ ।

HEALTH

ପାଚନ ତନ୍ତ୍ର ଗୋଟିଏ ଏମିତି ମେସିନ ଭଳି ହୋଇଥାଏ ଯାହାକି ଆମ ପୁରା ଶରୀର କୁ ନିୟନ୍ତ୍ରଣ ରେ ରଖିଥାଏ।ଏବଂ ଏଥିରେ କୌଣସି ପ୍ରକାର ର ଗଡବଡ ହେବା ଦ୍ଵାରା ଆମର ତ୍ଵଚା ,କେଶ ଏବଂ ଶରୀର ରେ ଅସୁବିଧା ହୋଇଥାଏ।ଆଜି ଅମେ କିଛି ଏମିତି ଖାଇବା ବିଷୟ ରେ ଜାଣିବା ଯାହାକି ପାଚନ ଶକ୍ତି ବଢାଇବା ରେ ବହୁତ ସାହାଯ୍ୟ କରିଥାଏ।
୧) ପାଚକ ରସ:-
ଆମର ଖାଦ୍ୟ ସଠିକ ଭାବରେ ହଜମ ହେବା ପାଇଁ ବହୁତ ସାହାଯ୍ୟ କରେ।ଯେତେବେଳେ ବି ଆପଣ ହଜମ ସମସ୍ୟା ପାଇଁ ଡାକ୍ତର ଙ୍କ ପାଖକୁ ଯାନ୍ତି ସେତେବେଳେ ଡାକ୍ତର ଜାଇମ ନାମ ରେ ଗୋଟିଏ ଔଷଧ ଦିଏ ,ଯେଉଁଥିରେ କି ପାଚକ ରସ ବହୁତ ମାତ୍ରା ରେ ଥାଏ।ଏବଂ ଆମର ମୁହଁ ରେ ଯେଉଁ ଲାଳ ଥାଏ ସେଥିରେ ମଧ୍ୟ ପାଚକ ରସ ବହୁତ ମାତ୍ରା ରେ ଥାଏ।ଏବଂ ଖାଇବା ର ସାଙ୍ଗେ ସାଙ୍ଗେ ପାଣି ପିଇବା ଦ୍ୱାରା ପାଚକ ରସ ସଠିକ ମାତ୍ରା ରେ ବାହାରେ ନାହିଁ।ସେଥିପାଇଁ ସବୁବେଳେ ଖାଇବା ର ୩୦ ମିନିଟ ପରେ ପାଣି ପିଇବା ଦରକାର।ଏବଂ ଖାଇବା ପୂର୍ବରୁ ଅଦା କୁ ଚୋବାଇ ଖାଇବା ଦ୍ୱାରା ପାଚକ ରସ ସଠିକ ମାତ୍ରା ରେ ବାହାରିଥାଏ।

kiddnny
୨)ପ୍ରୋବାଇଓଟିକ୍ସ:-
ଆପଣ ମାନଙ୍କ ଭିତରୁ କିଛି ଲୋକ ଏହା ଭାବୁଥିବେ ଯେ ବ୍ୟାକଟେରିଆ ତ ଶରୀର କୁ କ୍ଷତି ପହଞ୍ଛାଏ କିନ୍ତୁ ଏହା କିପରି ଶରୀର ରେ ପାଚକ ରସ କ୍ଷରଣ ରେ ସାହାଯ୍ୟ କରେ।ଆମ ଶରୀର ରେ ଦୁଇ ପ୍ରକାର ର ବ୍ୟାକଟେରିଆ ଥାନ୍ତି ଗୋଟିଏ ହେଉଛି ଖରାପ ବ୍ୟାକଟେରିଆ ଏବଂ ଅନ୍ୟ ଟି ହେଉଛି ଭଲ ବ୍ୟାକଟେରିଆ । ଭଲ ବ୍ୟାକଟେରିଆ ଶରୀର ରେ

ବହୁତ ସାହାଯ୍ୟ କରିଥାଏ।ଯେଉଁ ଲୋକ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାନ୍ତି ସେମାନଙ୍କ ଶରୀର ରେ ଖରାପ ବ୍ୟାକଟେରିଆ ର ମାତ୍ରା ବଢ଼ିଜାଏ। ଦହି ଖାଇବା ଦ୍ୱାରା ଆମ ଶରୀର ରେ ଭଲ ବ୍ୟାକଟେରିଆ ସୃଷ୍ଟି ହୋଇଥାଏ। ଯାହା କି ପାଚକ ରସ ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ।

୩) ଡାଇଟେରି ଫାଇବର:-
ଯଦି ଆପଣଙ୍କ ଖାଦ୍ୟ ରେ ବ୍ୟାକଟେରିଆ ନଥାଏ ତେବେ ଆପଣ ଙ୍କର ଗ୍ୟାସ ହେବାର ସମ୍ଭାବନା ବହୁତ ଅଧିକା ଥାଏ।ବାହାରେ ମିଳୁଥିବା ଖାଦ୍ୟ ରେ ଫାଇବର ଟିକେ ବି ନଥାଏ। ଏବଂ ଯେଉ ଖାଦ୍ୟ ଘରେ ମଧ୍ୟ ବନାଜାଏ ସେଥିରୁ ମଧ୍ୟ କିଛି ଖାଦ୍ୟ ରେ ଫାଇବର ନଥାଏ।ଯେମିତି କି ଭାତ ,ରୁଟି ଏବଂ ମଇଦା ରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ।ଏହାର ମାନେ ନୁହେଁ ଯେ ଆପଣ

ଏହି ଖାଦ୍ୟ କୁ ଖାଇବେ ନାହିଁ ଆପଣ ଏହାକୁ ଖାନ୍ତୁ ଏବଂ ଏହା ସହିତ କିଛି ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ ଖାନ୍ତୁ।ସବୁ ପ୍ରକାର ର ଫଳ ରେ ବହୁତ ମାତ୍ରା ରେ ଫାଇବର ଥାଏ।ଏବଂ ଭୁସି ରେ ମଧ୍ୟ ବହୁତ ପରିମାଣ ରେ ଫାଇବର ଥାଏ।ଆପଣ ରାତିରେ ଖାଇବା ପରେ ଏହାକୁ ବ୍ୟବହାର କରିପାରିବେ।ଏବଂ ଏହା ସହିତ ସବୁ ପ୍ରକାର ଫଳ ମଧ୍ୟ ଖାନ୍ତୁ।

Leave a Reply

Your email address will not be published. Required fields are marked *