ଏହି ୧୪ ରୁ ୨୫ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ।ଏହି ସମୟ ମଧ୍ୟରେ ଜୀବନକୁ ପରିବର୍ତନ କରିବାର ସମୟ ଆସିଥାଏ।ଏହି ବୟସ ଅତିକ୍ରମ କଲା ପରେ ବ୍ୟକ୍ତିଟି ଯେତେବେଳେ ବୟସ୍କ ହୋଇଯାଇ ଥାଏ ସେ ସେତେବେଳେ ଥକା ମାରି ବସିଯାଇ ଥାଏ।ନା ତା ପାଖରେ ରହିବାକୁ ନିଜର ଘର ଥାଏ କି ପାଖରେ ଟଙ୍କା ଥାଏ କି ନିଜେ ଗୋଟିଏ ଘର ତିଆରି କରି ପାରିବ।ତାର ପାଖରେ କିଛି ନଥାଏ।କେବଳ ବହୁତ ଅବଶୋଷ ରହିଯାଇ ଥାଏ।ନିଜର ଆଶା ଆଶାରେ ରହିଯାଇ ଥାଏ।ସେତେବେଳେ ତାର ସମସ୍ତ କର୍ମ ଅସଫଳ ହୋଇଯାଇ ଥାଏ।ସେତେବେଳେ ଯାଇ ସେମାନଙ୍କୁ ପାଶ୍ଚାତାପ ହୋଇଥାଏ କି ଆରେ ଯଦି ମୁଁ ସେହି ସମୟରେ କିଛି କରିଥାନ୍ତି ତାହେଲେ ଆଜି ମଧ୍ୟ ମୁଁ ଭଲରେ ରହିଥାନ୍ତି।ଦେଖନ୍ତୁ ଆମକୁ ପ୍ରତିଟି ସମୟରେ ଆଗକୁ ବଢ଼ିବାର ଅଛି।ଆମକୁ ହାର ମାନିବାର ନାହିଁ।
ଆମକୁ ସେପର୍ଯ୍ୟନ୍ତ ହାର ମାନିବାର ନାହିଁ ଯେପର୍ଯ୍ୟନ୍ତ ଆମର ମନ ବା ଇଛା ଶକ୍ତି ହାର ନମାନିଛି।ଯଦି ଆମେ ସମୟକୁ ଜିତିପାରିବା ତେବେ ଆମେ ସବୁକିଛି କରି ପାରିବା।ପ୍ରତିଟି କ୍ଷେତ୍ରରେ ଆପଣ ମାନେ ସମୟକୁ ହରାଇବାକୁ ଚେଷ୍ଟା କରନ୍ତୁ।ଯେଉଁ ଦିନ ଆପଣ ସମୟକୁ ହରାଇ ପାରିବେ ସେହି ଦିନ ଆପଣଙ୍କର ବିଶ୍ୱାସ ଆପଣଙ୍କର ଉପରେ ବଢିଯିବ।ଦେଖନ୍ତୁ ସମୟକୁ କିପରି ଭାବରେ ହରାଇବେ ନା ମନେକର ଆପଣ ଏହି କାମକୁ କରୁଛନ୍ତି।ଯଦି ଆପଣ ନିଜର ଭାବିଥିବା ସମୟ ଠାରୁ ସେହି କାମଟିକୁ କାମ ସମୟ ମଧ୍ୟରେ କରିଦେବେ ତେବେ ଆପଣ ନିଜର ସମୟକୁ ଜିତି ପାରିବେ।ଦେଖନ୍ତୁ ସାଧାରଣତଃ ୧୪-୨୫ ବର୍ଷ ହେଉଛି ଆମକୁ କିଛି କରିବାର ବିଷୟ।ଆମକୁ ଏହି ସମୟ ମଧ୍ୟରେ ଆମର ଲକ୍ଷକୁ ସ୍ଥିର କରିବାର ଅଛି।
ଆରେ ଭାଇ ଆମେ ଯଦି ଆମର ଲକ୍ଷକୁ ସ୍ଥିର କରିବା ତେବେ ଯାଇ ଆମର ଆଶା ପୂରଣ ହେବ।ଆମକୁ ସର୍ବଦା ଉଚ୍ଚଅଭିଲାସୀ ହେବାର ଅଛି।ଏହି ସମୟ ମଧ୍ୟରେ ଆମକୁ ଅଯଥାରେ କିଛି ଖରାପ କାମ କରିବାର ନାହିଁ।ବଏ ଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ କରିବାର ନାହିଁ।କେବଳ ନିଜର ଲକ୍ଷ ପ୍ରତି ଦୃଷ୍ଟି ଦେବାର ଅଛି।ଏହି ସମୟ ମଧ୍ୟରେ ଆମର ଆଗରେ ଦୁଇଟି ବାଟ ଥାଏ ଗୋଟିଏ ହେଉଛି ଯାହା ଚାଲୁଛି ତାକୁ ସହିଯାଅ ଏବଂ ଅନ୍ୟଟି ହେଉଛି ନିଜେ ଦାୟିତ୍ୱ ଉଠାଅ ଏବଂ ତାକୁ ବଦଳାଇବାକୁ ଚେଷ୍ଟା କର।ଏହି ଦୁଇଟି ବାଟ ମଧ୍ୟରୁ ଆପଣଙ୍କୁ ଗୋଟିଏ ବାଟ ବାଛିବାର ଅଛି।ଏହି ୧୪-୨୫ ବର୍ଷ ଏପରି ହୋଇଥାଏ ଆମେ ମାନେ ଏହି ସମୟରେ ଯାହା କିଛି କରିଥାଉ ଏହା ଆମର ଅଭ୍ୟାସରେ ପରିଣତ ହୋଇଥାଏ।ତେଣୁ ଯଦି ଆମକୁ ଭବିଷ୍ୟତରେ କିଛି କରିବାର ଅଛି ତେବେ ଆମକୁ ଏହି ସମୟ ମଧ୍ୟରେ ନିଜର ଲକ୍ଷକୁ ଠିକ କରି ଆଗକୁ ବଢିବାର ଅଛି।ତେବେ ଯାଇ ଆମେ ସଫଳତା ପାଇ ପାରିବା।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।