ଏମିତି ଦେଖିବାକୁ ଗଲେ ରାତିରେ ଭାତ ଖାଇବା ଭଲ ଅଟେ ଏବଂ ଖରାପ ମଧ୍ୟ ଅଟେ। ରାତି ରେ ଭାତ ଖାଇବା ଦ୍ୱାରା ଏହା ଆପଣ ଙ୍କ ପେଟ କୁ ବାହାରକୁ ବାହାର କରିଥାଏ।ଭାତ ଗୋଟିଏ ଏମିତି ଜିନିଷ ଯେଉଁଥିରେ କି ବହୁତ ପରିମାଣ ରେ କାର୍ବୋ ହାଇଡରେଟ ରହିଥାଏ।ଯେମିତି କି ଗାଡି ଚାଲିବା ପାଇଁ ଇନ୍ଧନ ଦରକାର ହୁଏ ଠିକ ସେହି ଭଳି ଆମ ଶରୀର କୁ କାର୍ବୋ ହାଇଡରେଟ ମଧ୍ୟ ଶକ୍ତି ଦେଇଥାଏ,
ଏବଂ ଦିନରେ ଭାତ ଖାଇବା ଦ୍ୱାରା ଏହା ଆମ ଚାଲା ବୁଲା ଆଦି ରେ ଶକ୍ତି ଖର୍ଚ୍ଚ ହୋଇଯାଏ ଏବଂ ରାତିରେ ଭାତ ଖାଇବା ଅଲଗା ହୋଇଥାଏ। ଯେତେବେଳେ ଆମେ ଭାତ ଖାଉ ଏହି କାର୍ବୋ ହାଇଡରେଟ ଗ୍ଲୁକୋଜ ରୂପ ରେ ଆମ ଆମ ରକ୍ତ ସହ ମିଶିଥାଏ ଯାହାକି ଆମେ ଏହାକୁ କୌଣସି କାମ କରିବାରେ ଶକ୍ତି ଭଳି ବ୍ୟବହାର କରିଥାଉ।କିନ୍ତୁ ଅସୁବିଧା ଏହା ଯେ ରାତିରେ ଖାଦ୍ୟ ଖାଇବା ପରେ ଶୋଇବା ଛଡା ଆପଣ ଙ୍କ ପାଖରେ ଆଉ କୌଣସି କାମ ନଥାଏ। ତେଣୁ ଆପଣ ରାତିରେ ଯେତେବେଳେ ଶୋଉଛନ୍ତି ଏହି କାର୍ବୋ ହାଇଡରେଟ ଆପଣ ଙ୍କ ଶରୀର ରେ ଚର୍ବି ରୂପ ରେ ଜମା ହୋଇଥାଏ।
ଏବେ ଆପଣ ଏହା ଭାବୁଥିବେ ଯେ ଆପଣ ଙ୍କ ରାତିରେ ଭାତ ଖାଇପାରିବେ ନାହିଁ କି ସେମିତି କିଛି ନାହିଁ ଦିନ ହେଉ କିମ୍ବା ରାତି ଆପଣ ଭାତ ଖାଇପାରିବେ କିନ୍ତୁ ଯଦି ଆପଣ ରାତିରେ ଭାତ ଖାଇବାକୁ ଚାଁହୁଛନ୍ତି ତେବେ ଏହି ୩ ଟି କଥା କୁ ଆପଣ ଙ୍କୁ ନିଶ୍ଚୟ ଧ୍ୟାନ ଦେବାକୁ ହେବ।ଯଦି ଆପଣ ରାତିରେ ଭାତ ଖାଉଛନ୍ତି ତେବେ ଏହା ସହିତ ଆପଣ ଙ୍କୁ କିଛି ନା କିଛି ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ ପଡିବ।କାରଣ
ଏହା ଦ୍ୱାରା ଫାଇବର କାର୍ବୋ ହାଇଡରେଟ କୁ ଆମର ଶରୀର କୁ ଧୀର ମାତ୍ରା ରେ ଛାଡିଥାଏ ଯାହା ଦ୍ୱାରା ଆପଣ ଙ୍କୁ କୌଣସି କ୍ଷତି ହୁଏ ନାହିଁ। ଚାଉଳ ଦୁଇ ପ୍ରକାର ର ଥାଏ ଗୋଟିଏ ହେଉଛି ଧଳା ଚାଉଳ ଏବଂ ଅନ୍ୟଟି ହେଉଛି ବ୍ରାଉନ ରଙ୍ଗ ର। ଧଳା ଚାଉଳ ସ୍ୱାଦ ରେ ବହୁତ ଭଲ କିନ୍ତୁ ଏଥିରେ ବହୁତ ମାତ୍ରା ରେ ଫାଇବର ନଥାଏ ବ୍ରାଉନ ରଙ୍ଗ ର ଚାଉଳ ଦେହ ପାଇଁ ବହୁତ ଭଲ ଏଥିରେ ବେଶୀ ପରିମାଣ ରେ ଫାଇବର ନଥାଏ। ଚିକେନ ଏବଂ ମାଛ ରେ ମଧ୍ୟ ଫାଇବର ନଥାଏ।ତେଣୁ ଆପଣ ଯେତେବେଳେ ବି ଭାତ ଖାନ୍ତୁ ଏହା ସହିତ ସବୁଜ
ପରିବା ର ତରକାରୀ ଖାନ୍ତୁ। ଏବଂ ଆଳୁ ରେ ମଧ୍ୟ ବହୁତ ପରିମାଣ ରେ କାର୍ବୋ ହାଇଡରେଟ ରହିଥାଏ ଏବଂ ସେଥିରେ ଫାଇବର ନଥାଏ ସେଥିପାଇଁ ଭାତ ସହିତ ସବୁଜ ପରିବା ର ତରକାରୀ ଖାନ୍ତୁ।ଏବଂ ଆପଣ ଭଲ ରେ ଜାଣିଛନ୍ତି ଯେ ରାତିରେ ଆପଣ କୌଣସି ଶାରୀରିକ ପରିଶ୍ରମ କରନ୍ତି ନାହିଁ ସେଥିପାଇଁ ଆପଣ କମ ମାତ୍ରା ରେ ଭାତ ଖାନ୍ତୁ,ଏବଂ ସବୁଜ ପରିବା ଅଧିକ ମାତ୍ରା ରେ ଖାନ୍ତୁ।ଏବଂ ରାତିରେ ଖାଇବା ପରେ ଆପଣ ଙ୍କୁ ୧୫-୨୦ ମିନିଟ ହାଲକା ଚାଲିବାକୁ ପଡିବ।ଯାହା ଦ୍ୱାରା ଖାଇବାରୁ ଆପଣ ଙ୍କୁ ଯେଉଁ ଶକ୍ତି ମିଳିଥିବ ତାହା କିଛି ମାତ୍ରା ରେ କମିଯିବ।