ଆପଣ ତେଲର ଫାଇଦା ବିଷୟରେ ଜାଣିଥିବେ ଯାହାକୁ ଶରୀରର ବିଭିନ୍ନ ଅଙ୍ଗରେ ଲଗାଇବା ଦ୍ଵାରା କେଉଁ ପ୍ରକାରର ଲାଭ ମିଳିଥାଏ କିନ୍ତୁ ଏହି ତେଲକୁ ନାଭି ରେ ଲଗାଇବା ଦ୍ଵାରା କି ଉପକାର ହୋଇଥାଏ ହୁଏ ତ ଖୁବ୍ କମ ଲୋକ ଏହା ବିଷୟରେ ଜାଣିଥିବେ ଆସନ୍ତୁ ଜାଣିବା ଏହି ବିଷୟରେ କିଛି କଥା । ନାଭି ଆମ ଶରୀରର କେନ୍ଦ୍ର ବିନ୍ଦୁ ଅଟେ । ଯଦି ଆପଣ ପ୍ରତିଦିନ ଶୋଇବା
ପୂର୍ବରୁ ନିଜ ନାଭିରେ ଦୁଇ ବୁନ୍ଦା ତେଲ ପକାଇ କରି ସୋଇଥାନ୍ତି ତାହାଲେ ଏହା ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ଉପକାର ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ କିଛି । ନାଭି ରେ ଦୁଇ ବୁନ୍ଦା ତେଲ ପକାଇ ଶୋଇବା ଦ୍ବାରା ଏହା ମୁହଁକୁ ଉଜ୍ଜ୍ୱଳ ରଖିବା ସହ ଆପଣଙ୍କ ମସ୍ତିଷ୍କର ସ୍ମରଣ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏହା ଦ୍ଵାରା ଆପଣଙ୍କ ଓଠ ଯାହାକି ଶୁଖି ଯାଇଥାଏ କିମ୍ବା ଫାଟି ଯାଇଥାଏ ତାହା ମଧ୍ୟ ଭଲ ହେବ ସହ ଏକ ସୁନ୍ଦର ଗୋଲାପି ଓଠ ମଧ୍ୟ ମିଳିଥାଏ ।
ଏହା ଦ୍ଵାରା ଆପଣଙ୍କ ଆଖିରେ ହେଉଥିବା ଇନ୍ଫେକ୍ସନ ଗଲୁ ଇତ୍ୟାଦି ମଧ୍ୟ ଭଲ ହୋଇଥାଏ । ନିୟମିତ ଶୋଇବା ପୂର୍ବରୁ ଦୁଇ ବୁନ୍ଦା ସୋରିଷ ତେଲ ନାଭି ରେ ପକାଇ ଶୋଇବା ଦ୍ବାରା ଆଣ୍ଠୁ ଗଣ୍ଠି ଦରଜ କମି ଯାଇଥାଏ ,ନାଭି ରେ ସୋରିଷ ତେଲ ବ୍ୟବହାର କାଟିବା ଦ୍ଵାରା ଆପଣଙ୍କ ବ୍ରଣ ମଧ୍ୟ କମି ଯାଇଥାଏ।ଏହା ଦ୍ଵାରା ଆପଣଙ୍କ ପାଚନ କ୍ରିୟା ମଧ୍ୟ ସୁସ୍ଥ ହୋଇଥାଏ ।
ନାଭି ରେ ବାଦାମ ତେଲର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ମୁହଁ ଉଜ୍ଜ୍ୱଳ ହୋଇଥାଏ । ଯଦି ଆପଣ ନିଜର ନାଭି ରେ ଅଦା ତେଲ ର ବ୍ୟବହାର କରୁଛନ୍ତି ତାହାଲେ ଆପଣଙ୍କ ପେଟରେ ଥିବା ସମସ୍ତ ସମସ୍ୟା ଦୁର ହୋଇ ଯାଇଥାଏ । ନାଭି ରେ ନିମ୍ବ ତେଲ କିମ୍ବା ଲେମ୍ବୁ ତେଲର ବ୍ୟବହାର କରିବା ଦ୍ଵାରା ମୁହଁରେ ଥିବା ସମସ୍ତ ବ୍ରଣ ଏବଂ ଦାଗ ଇତ୍ୟାଦି ଦୁର ହୋଇ ଯାଇଥାଏ । ଯଦି ଆପଣ ନିଜ ନାଭି ରେ ନଡ଼ିଆ ତେଲ ର ବ୍ୟବହାର କରୁଛନ୍ତି ତାହାଲେ
ଏହା ମହିଳାଙ୍କ ଶରୀରରେ ହର୍ମୋନ ପରିମାଣ ରକ୍ଷା କରିଥାଏ ଏବଂ ପୁରୁଷ ମାନଙ୍କ ଶରୀରରେ ଶୁକ୍ରାଣୁ ବୃଦ୍ଧି କରିବା ସହ ତାହାର ରକ୍ଷା ମଧ୍ୟ କରିଥାଏ । ନାଭି ଶରୀରରେ ରକ୍ତ ପ୍ରଭାବ ସହ ଯୋଡ଼ି ହୋଇକରି ରହିଥାଏ ତେଣୁ ଏହାକୁ ନିୟମିତ ସଫା ରଖିବା ଦରକାର ନଚେତ୍ ଏହା ବିଭିନ୍ନ ବ୍ୟାକ୍ଟେରିଆ ଏବଂ ଇନ୍ଫେକ୍ସନ କରିଥାଏ । ଏହାକୁ ସଫା କରିବା ପାଇଁ ଆପଣ ସୋରିଷ ତେଲ ,କୁସୁମ ତେଲ ଇତ୍ୟାଦି ତେଲ ଗୁଡ଼ିକ ବ୍ୟବହାର କରିବା ଦ୍ଵାରା ଏହା ଶରୀରକୁ ଅତ୍ୟନ୍ତ ଲାଭ ପ୍ରଦାନ କରିଥାଏ ।