2

ଶରୀରର ଶକ୍ତି ବଢାଇବା ପାଇଁ ଉପାୟ |

HEALTH

ଆଜିକାଲି ଦୁନିଆରେ ଏମିତି ହିଁ କିଛି ବ୍ୟକ୍ତି ଥିବେ ଯିଏ କି ଏକ ସୁନ୍ଦର ଏବଂ ବଳିଷ୍ଠ ଚେହେରା ପାଇବା ପାଇଁ ଇଛା କରି ନଥିବେ ଏହି ବଳିଷ୍ଠ ଚେହେରା ପାଇବା ପାଇଁ ସେ ଜୀମ ରେ ଯାଇ ମଧ୍ୟ ବିଭିନ୍ନ ପ୍ରକାରର ବ୍ୟାୟାମ ମଧ୍ୟ କରିଥାନ୍ତି କିନ୍ତୁ ଏହା ତ ଆପଣ ଜାଣିଥିବେ ଜୀମ ରେ ବ୍ୟାୟାମ କରିବା ପାଇଁ ପ୍ରଚୁର ପରିମାଣରେ ଶାରୀରିକ ଶକ୍ତିର ଆବଶ୍ୟକ ହୋଇଥାଏ ଯଦି ଆପଣ ବି ନିଜର ଶରୀରରେ ଶକ୍ତି ର ଅଭାବ ଅନୁଭବ କରୁଛନ୍ତି ତାହାଲେ ଏହି ସବୁ ବ୍ୟାୟାମ ଗୁଡ଼ିକୁ ଆପଣଙ୍କୁ ନିହାତି କରିବା ଦରକାର।

ଶାରୀରିକ ଶକ୍ତି , ବଳ ଏହାର ବିଭିନ୍ନ ପ୍ରକାରର ଅର୍ଥ ହୋଇଥାଏ ଅର୍ଥାତ୍ ଯେପରିକି ଯିଏ ଓଜନ ଉଠାଇବା ପାଇଁ ବ୍ୟତମ୍ କରେ ସେ ୧୦୦ କିଲୋ ର ଓଜନ ଉଠାଇ ନିଜର ଶକ୍ତି ପ୍ରଦର୍ଶନ କରେ ଏବଂ ଯିଏ ଦୌଡ଼ କରେ ସେ ଦୌଡି କରି ନିଜର ସାମର୍ଥ୍ୟ ପ୍ରଦାନ କରେ ଇତ୍ୟାଦି ଏହି ପରି ଭାବରେ ଆପଣ ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି ।
୧- ବେଞ୍ଚ ପ୍ରେସ – ଜୀମ ରେ ବ୍ୟାୟାମ କରିବା ସମୟରେ ଆପଣଙ୍କୁ ବେଞ୍ଚ ପ୍ରେସ ନିହାତି କରିବା ଦରକାର

exe

ଏହାକୁ ପ୍ରତ୍ୟେକ ବ୍ୟକ୍ତି ଯିଏ କି ଜୀମ ଯାଉଛନ୍ତି କରିବା ଦରକାର କାରଣ ଏହା ଦ୍ଵାରା ଛାତି ଚଉଡ଼ା ହେବା ସହ ହାତ ର ଶକ୍ତି ବଢ଼ିଥାଏ ଏଥିରେ ଆପଣ ତୁରନ୍ତ ଅଧିକ ଓଜନ ନ ଉଠାଇ ଅଳ୍ପ ଅଳ୍ପ କରି ଓଜନ ବଢ଼ାଇ ପାରିବେ । ୨- ଡେଡଲିଫ୍ଟ- ଏହା ଅତ୍ୟନ୍ତ ଭୟଙ୍କର ବ୍ୟାୟାମ ଅଟେ ଏହା ଦ୍ଵାରା ଆପଣଙ୍କ ଗୋଡ଼ ଠାରୁ ଆରମ୍ଭ କରି ଆପଣଙ୍କ ବେକ ତଳ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ କାର୍ଯ୍ୟ କରିଥାଏ ଏହା ଆପଣଙ୍କ ଶରୀରର

ସାମର୍ଥ୍ୟ ବଢ଼ାଇ ଥାଏ ଏବଂ ଏଥି ସହ ଏହାକୁ କରିବା ସମୟରେ ଅତ୍ୟନ୍ତ ସାବଧାନତା ରଖିବା ଆବଶ୍ୟକ । ୩-ବାର୍ବେଲ ସ୍କ୍ଵାଟ- ଏହାକୁ ଆପଣ ଡମ୍ବେଲ ସାହାଯ୍ୟରେ ମଧ୍ୟ କରି ପାରିବେ କିନ୍ତୁ ବାର୍ବେଳ ଦ୍ଵାରା ଏହାକୁ କରିବା ଦ୍ଵାରା ଅଧିକ ପ୍ରଭାବ ପଡ଼ିଥାଏ । ଏହାକୁ କରିବା ସମୟରେ ନିଜ ଶରୀରର ଅବସ୍ଥିତି ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ୪- ବାର୍ବେଲ ଶୋଲଡର ପ୍ରେସ – ଏହି ବ୍ୟାୟାମ

କୁ କରିବା ଦ୍ଵାରା ଆପଣଙ୍କ କାନ୍ଧ ବଢିବା ସହ ଏହା ଶରୀରକୁ ଅଧିକ ଶକ୍ତି ପ୍ରଦାନ କରିଥାଏ । ଏହାକୁ କରିବା ସମୟରେ ନିଜର ଅଣ୍ଟା କୁ ସମ୍ପୂର୍ଣ୍ଣ ସ୍ଥିର ରଖିବା ଆବଶ୍ୟକ। ୫- ବାର୍ବେଲ ବେଣ୍ଟ ଓଭର ପ୍ରେସ – ଏହି ବ୍ୟାୟାମ ଟି ମୁଖ୍ୟତଃ ଆପଣଙ୍କ ପଛ ଭାଗକୁ ବଢ଼ାଇବାରେ ଅଧିକ ସାହାଯ୍ୟ କରିଥାଏ। ଏହା ମଧ୍ୟ ଆପଣଙ୍କ ଶରୀରକୁ ଶକ୍ତି ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *