ବର୍ତ୍ତମାନ ସମୟରେ ମନୁଷ୍ୟ ବିଭିନ୍ନ ରୋଗରେ ଗ୍ରସ୍ତ ହେଉଛି ଯାହା ମଧ୍ୟରୁ ଏକ ହେଉଛି ଡାଇବେଟିସ ଏହା ପ୍ରାୟ ପ୍ରତ୍ୟେକ ଲୋକଙ୍କ ଶରୀରରେ ଦେଖା ଯାଉଚି ଆସନ୍ତୁ ଜାଣିବା ଏଥିରୁ ବଞ୍ଚିବାର ଉପାୟ ରକ୍ତ ରେ ସୁଗର ର ପରିମାଣ ବଢ଼ିଗଲେ ତାହାକୁ ଦ୍ଵିତୀୟ ପ୍ରକାରର ଡାଇବେଟିସ ଅର୍ଥାତ୍ ମଧୁମେହ ବୋଲି କୁହାଯାଏ । ଏହା କେବଳ ଅସନ୍ତୁଲିତ ଖାଦ୍ୟ ପିୟ ,ଜୀବନ ଶୈଳୀ ଏବଂ ପୁଷ୍ଟିକର ଖାଦ୍ୟ ନଖାଇବା କାରଣରୁ ହୋଇଥାଏ ।
ଆମ ଶରୀରରେ ପାଣି ଛଡା ଆମେ ଖାଦ୍ୟ ରୂପେ ଅନ୍ୟ ଯାହାବି ଗ୍ରହଣ କରୁ ତାହା ଆମ ଶରୀର ଭିତରକୁ ଯାଇ ଗ୍ଲୁକୋଚ ଭାବରେ କାମ କରେ ଏବଂ ଆମ ରକ୍ତରେ ମିଶି ଆମ ଶରୀରକୁ ଶକ୍ତି ପ୍ରଦାନ କରେ । କିନ୍ତୁ ହାନିକାରକ ଖାଦ୍ୟ ପଦାର୍ଥ ଗୁଡ଼ିକର ସେବନ କରିବା ଦ୍ଵାରା ଏହା ଆମ ଶରୀର ଦ୍ଵାରା ଠିକ ଭାବରେ ବ୍ୟବହାର ହୋଇ ପରି ନଥାଏ ଯାହା ଦ୍ଵାରା ଶରୀରରେ ମଧୁମେହ ଭଳି ରୋଗ ସୃଷ୍ଟି ହୋଇଥାଏ
ଏହି ରୋଗରୁ ବଞ୍ଚିବା ପାଇଁ ଏବଂ ଏହାକୁ ବଢ଼ିବାକୁ ନ ଦେବା ପାଇଁ କିଛି ସରଳ ଉପାୟ ହେଉଛି କେବେବି କୌଣସି କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ କାରଣ ଚିନ୍ତା କାଟିବା ଦ୍ଵାରା ଏହି ମଧୁମେହ ରୋଗ ଶରୀରରେ ବୃଦ୍ଧି ହୋଇଥାଏ ,କେବେବି ଖାଲି ପେଟରେ ଚାଲିବାକୁ ଯାଆନ୍ତୁ ନାହିଁ କାରଣ ଏହା ଦ୍ଵାରା ଶରୀର ପରେ ଠିକ ଭାବରେ ଗ୍ଲୁକୋଚ ର ପରିମାଣକୁ ଗ୍ରହଣ କରି ପାରି ନଥାଏ ।
ସର୍ବଦା ୭ ରୁ ୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ କାରଣ ପ୍ରଚୁର ପରିମାଣରେ ଶୋଇବା ଦ୍ବାରା ଆମ ଶରୀର ପୁନର୍ବାର ଠିକ ଭାବରେ ଗଠନ ହୋଇଥାଏ । ଖାଇବା ସମୟରେ କେବେବି ବିଳମ୍ବ କରନ୍ତୁ ନାହିଁ କାରଣ ଖାଇବା ସମୟରେ ଅଦଳ ବଦଳ କରିବା ଦ୍ଵାରା ରକ୍ତରେ ଗ୍ଲୁକୋଚ ର ମାତ୍ରା ବଢ଼ିଥାଏ । ଏହି ରୋଗ ସମୟରେ ଆଳୁ,ସାରୁ,କଦଳୀ,ଗାଜର,ଆମ୍ବ , ପଣସ ଇତ୍ୟାଦି ଖାଇବା ଉଚିତ ନୁହେଁ କାରଣ ଏଥିରେ କାର୍ବୋହାଇଡ୍ରେଟ ର ପରିମାଣ ଅଧିକ ଥାଏ ।
ଯଦି ଆପଣଙ୍କ ରକ୍ତରେ ସୁଗାର ଅଛି ତାହାଲେ ଗହମ ଏବଂ କ୍ଷୀରର ବ୍ୟବହାର କରନ୍ତୁ ନାହିଁ କାରଣ ଏଥିରେ ମଲଟୋଜ ଏବଂ ସୁକ୍ରୋଜ ନାମକ ଉପାଦାନ ଥାଏ ଯାହା ରକ୍ତରେ ସୁଗାର ର ପରିମାଣ ବୃଦ୍ଧି କରିଥାଏ । ଆପଣ କ୍ଷୀର ବଦଳରେ ଦହି ଏବଂ ଲସି ର ବ୍ୟବହାର କରି ପାରିବେ , ଟମାଟୋ,କାକୁଡି,ସେଓ , ଭଣ୍ଡା,କମଳା ଇତ୍ୟାଦି ସେବନ କରନ୍ତୁ ଏବଂ ଅଧିକ ପ୍ରୋଟିନ ଏବଂ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ଓ ଚେଷ୍ଟା କରନ୍ତୁ କି ପ୍ରତି ୬ ମାସରେ ଥରେ ଆପଣ ନିଜର ରକ୍ତ ପରୀକ୍ଷା କରୁଥିବେ ।