ଆପଣ ମାନେ ପିଲା ଦିନୁ ଶୁନିଥିବେ କି ସକାଳୁ ଶୀଘ୍ର ଉଠିବା ଦରକାର ଏହାକୁ ଆପଣ ନିଜର ଘରେ,ବିଦ୍ୟାଳୟରେ ଏବଂ ଆହୁରି ଅନେକ ସ୍ଥାନରେ ଶୁଣିଥିବେ କିନ୍ତୁ ଖୁବ୍ ଲୋକ ଏହା ଜାଣିଥାନ୍ତି କି ସକାଳୁ ଶୀଘ୍ର ଉଠିବା ଦ୍ଵାରା ଏହା ଶରୀର ପାଇଁ କିପରି ଲାଭବାନ ହୋଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ କିଛି କଥା ।
ସକାଳୁ ଶୀଘ୍ର ଉଠିବା ଦ୍ଵାରା ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଯେପରିକି |
୧- ଆପଣ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କୁ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସମୟ ମିଳିଥାଏ ଅର୍ଥାତ୍ ଗୋଟିଏ ଦିନ ୨୪ ଘଣ୍ଟାର ହୋଇଥାଏ ଆପଣ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆପଣ ସେହି ଲୋକମାନଙ୍କ ଠାରୁ ଅଧିକ ସମୟ ପାଇଥାନ୍ତି ଯେଉଁ ମାନେ ଡେରି ପର୍ଯ୍ୟନ୍ତ ସୋଇଥାନ୍ତି ।
୨ – ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆପଣ ଅଧିକ କାମ କରି ପାରିବେ ଅର୍ଥାତ୍ ଯେଉଁ ଲୋକ ଡେରିରେ ଉଠେ ସେ ତାର କାମ ସମାପ୍ତ କରିବାକୁ ବିଳମ୍ବ କରିଥାଏ କିନ୍ତୁ ସମଗ୍ର ଦୁନିଆରେ ସମୟ ତ ସେହି ଭଳି ଚାଲିଥାଏ ନା ସନ୍ଧ୍ୟା ସମୟରେ ସନ୍ଧ୍ୟା ରାତି ସମୟରେ ରାତି କିନ୍ତୁ ଡେରି ପର୍ଯ୍ୟନ୍ତ ଶୋଇବା ଦ୍ଵାରା ସେହି ବ୍ୟକ୍ତିକୁ କାମ ଶେଷ କରିବାକୁ
ଅଧିକ ସମୟ ଏବଂ ଅଧିକ ପରିଶ୍ରମ ଲାଗିଥାଏ କିନ୍ତୁ ଆପଣ ଶୀଘ୍ର ଉଠୁ ଥିବାରୁ ଆପଣ ନିଜ ମୁତାବକ ଯେ କୌଣସି ବି କାମ ଠିକ ସମୟରେ କରି ପାରିବେ ।
୩- ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କ ମନସ୍ଥିତି ଠିକ ରହିଥାଏ ଗୋଟିଏ ପରୀକ୍ଷାରୁ ଏହା ଜଣା ପଡ଼ିଛି କି ମନୁଷ୍ୟ ଗୋଟିଏ ଦିନରେ ଯେଉଁ ଭଳି ବ୍ୟବହାର କରିଥାଏ ସେ ତାର ସମ୍ପୂର୍ଣ୍ଣ ଦିନ ସେହି ଭଳି ବ୍ୟବହାର କରିଥାଏ ଅର୍ଥାତ୍ ଆପଣ ଡେରିରେ ଉଠିବା ଦ୍ଵାରା ନିଜ କାମରେ ବିଳମ୍ବ ହୋଇଗଲେ ଯାହା ଦ୍ଵାରା ନିଜର ଅଫିସ ,
କଲେଜ କିମ୍ବା କାମ କରିବା ପାଇଁ ବିଳମ୍ବ ହୋଇ ବିରକ୍ତ ହେଲେ ତେବେ ଆପଣଙ୍କ ଦିନ କିଭଳି ଭାବରେ ଭଲ ହେବ ।
୪- ସକାଳୁ ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କୁ ଅନ୍ୟ ମନସ୍କ କରିବା ପାଇଁ କେହି ନଥିବେ ଅର୍ଥାତ୍ ଶୀଘ୍ର ଉଠିବା ଦ୍ଵାରା ଆପଣ ଯେକୌଣସି ବି କାର୍ଯ୍ୟକୁ ବିନା ଅନ୍ୟମନସ୍କ ହୋଇ କରି ପାରିବେ । ସମସ୍ତ ଧର୍ମ ଗ୍ରନ୍ଥରେ ମଧ୍ୟ ଏହା ଲେଖାଅଛି କି ଯେକୌଣସି କାର୍ଯ୍ୟ କରିବାର ସଠିକ ସମୟ ହେଉଛି ଭୋର ସକାଳ ।
୫- ଆପଣ ଶୀଘ୍ର ଉଠିବା ଦ୍ଵାରା ଏକ ସୁସ୍ଥ ଜୀବନ ପାଇ ପାରିବେ ଅର୍ଥାତ ଆପଣ ଡେରିରେ ଉଠିଲେ ଏବଂ ରାତିରେ ମଧ୍ୟ ଡେରିରେ ଶୋଇଲେ କିନ୍ତୁ ଖାଦ୍ୟ ଆପଣ ନିଜର ଘର ଲୋକଙ୍କ ସହ ଖାଇଥିବ ଯାହା ଦ୍ଵାରା ଆପଣଙ୍କୁ ମଧ୍ୟ ରାତିରେ ଭୋକ କଲା ଏବଂ ଆପଣ ଯାହା ନାହିଁ ତାହା ଖାଇଲେ ଏବଂ ସକାଳୁ ଡେରିରେ ଉଠିବା କାରଣରୁ କୌଣସି ବି ବ୍ୟାୟାମ କଲେ ନାହିଁ ଯାହା ଦ୍ଵାରା ଶରୀର ଅସୁସ୍ଥ ରହିବ ତେଣୁ ଶୀଘ୍ର ଉଠିବା ନିହାତି ଦରକାର।
ଏହା ମଧ୍ୟ ଲେଖାଅଛି ଯିଏ ଶୀଘ୍ର ଉଠେ ସେ ସବୁ କିଛି ପାଇଥାଏ ଏବଂ ଯେ ବିଳମ୍ବ କରେ ସେ ହରାଇ ଥାଏ ।