ପ୍ରକୃତିର ନିୟମ ଅନୁସାରେ ଆମ ବୟସ ବଢ଼ିଥାଏ ଏବଂ ବୟସ ବଢିବା ସହ ଶରୀର ଭିତରେ ବିଭିନ୍ନ ପ୍ରକାର ପରିବର୍ତନ ଦେଖାଯାଏ। ଯେପରିକି ବୟସ ବଢିବା ସହ ଆମ ଶରୀରରେ ଚର୍ମ ଶୁଖିବା ବା ଦୁକୁଡ଼ା ହେବା ଆରମ୍ଭ ହୋଇଥାଏ। ଚର୍ମ ଶୁଖିବାର ଆଉ ଗୋଟେ କାରଣ ହେଉଛି ସୂର୍ଯ୍ୟଙ୍କ ଅତି ରଞ୍ଜିତ କିରଣ ।ବେଶୀ ସମୟ ସୂର୍ଯ୍ୟ କିରଣରେ ରହିଲେ ଚର୍ମ ଶୁଖିବା ଆରମ୍ଭ ହୋଇଥାଏ ଏହା ପ୍ରଥମେ ଆମ ହାତ କିମ୍ବା ବେକ ପାଖରେ ଦେଖାଯାଏ।
ସୂର୍ଯ୍ୟକିରଣରେ ଥିବା ଅତିବାଏଗେଣି ରଶ୍ମି ସିଧା ଆମ ମୁଁହର ଉପର ଚର୍ମକୁ ପ୍ରଭାବ ପକାଇଥାଏ। ଏବଂ ଚର୍ମ ଶୁଖିବାର ଅନ୍ୟ ଏକ କାରଣ ହେଉଛି ଅଧିକ ଦୁମ୍ରପାନ। ଅତ୍ୟଧିକ ଦୁମ୍ରପଣ କରିବା ଦ୍ୱାରା ମୁଁହର ଚର୍ମ ବୟସ ପୂର୍ବରୁ ଶୁଖିବା ଆରମ୍ଭ ହୋଇଯାଇଥାଏ। ଏହି ଅସୁବିଧା କେତେ ଜଣଙ୍କ ମଧ୍ଯରେ ଜିନ୍ ଦୋଷ ରୁ ହେଇଥାଏ।
ଜିନ୍ ଦ୍ଵାରା ହେଉଥିଲେ ଏହାର କୌଣସି ଉପଚାର ନାହିଁ ହେଲେ ଘରୋଇ ଉପଚାର ଓ ଦାମିକିଆ କ୍ରିମର ବ୍ୟବହାରରେ ଏହାର ଗତିକୁ କମା ଯାଇପରିବ।ହେଲେ ସମ୍ପୂର୍ଣ୍ଣ ଭାବରେ ଠିକ୍ କର ଯାଇ ପାଇଁ ନାହିଁ। ୧-ଗୋଟେ ଛୋଟ ଚାମଚ ଲେମ୍ବୁରସ ସହ ଦୁଇ ଛୋଟ ଚାମଚ ଲହୁଣୀ ଭଲ ଭାବରେ ଗୋଳାଇ ମୁଁହରେ ଲଗାଇବା ଦ୍ଵାରା ଚର୍ମ ଶିଖିବା ହ୍ରାସ ପାଇଥାଏ।
୨-ସେଉରୁ ମଞ୍ଜି କାଢ଼ିବ ପରେ ଏହାକୁ ଛୋଟ ଛୋଟ କରି ସିଯାଇ ଏଥିରୁ ରସ ବାହାର କରିଦିଅନ୍ତୁ।ସେଥିରେ ଗୋଟେ ଛୋଟ ଚାମଚ କ୍ଷୀର ଓ ମହୁ ମିଶାଇ ମୁଁହରେ ଲଗେଇବାର ପନ୍ଦର ମିନିଟ୍ ପାରେ ମୁଁହ ସଫା କରିଦିଏ। ୩-ଦୁଇ ଛୋଟ ଚାମଚ ଦହିରେ ଚିମୂଟାଏ ହଳଦୀ ମିଶାଇ ଭଲ ଭାବରେ ଗୋଳଇ
ମୁଁହ ଲଗାନ୍ତୁ।ଲଗାଇବାର ଦଶ ମିନଟ୍ ପରେ ସଫା କରିଦେବେ।ଏହାଦ୍ବାରା ଚର୍ମ ଶୁଖିବା କମିଥାଏ। ୪- ମସୂର୍ ଡାଲି କୁ ପାଣିରେ ଭିଜେଇ ଏହାର ପେଷ୍ଟ କୁ ମୁଁହରେ ଲଗାଇବା ଦ୍ଵାରା ମୁଁହ ଉଜ୍ଜ୍ବଳ ହୋଇଥାଏ ଓ ମୁଁହ ସତେଜ ରୁହେ।