ଆପଣ ମାନେ ବହୁତ ଜିନିଷ ମାନଙ୍କ ବିଷୟରେ ଜାଣିଥିବେ ଯିଏ କି ଖାଦ୍ୟରେ ସ୍ଵାଦିଷ୍ଟ ହେବା ସହ ସୁସ୍ଵାଦୁ ମଧ୍ୟ ହୋଇଥାଏ କିନ୍ତୁ ଆପଣ ସେହି ବସ୍ତୁ ମାନଙ୍କର ଔଷଧୀୟ ଗୁଣ ମାନଙ୍କ ବିଷୟରେ ହୁଏତ କମ୍ ଜାଣିଥିବେ ଠିକ୍ ସେହିପରି ଏକ ଜିନିଷ ହେଉଛି କାଜୁ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କିପରି ଭାବରେ ଫଳପ୍ରଦ ହୋଇଥାଏ ।
କାଜୁ ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଫଳଦୟୀ ମଧ୍ୟ ହୋଇଥାଏ । ନିୟମିତ ଏହାକୁ ଖାଇବା ଦ୍ଵାରା ଶରୀର ବିଭିନ୍ନ ପ୍ରକାରର ଲାଭ ହୋଇଥାଏ । ଆସନ୍ତୁ ଜାଣିବା ଏହି ଲାଭ ଗୁଡ଼ିକ ବିଷୟରେ |
୧- କାଜୁ ଖାଇବା ଦ୍ଵାରା ଏହା ଆପଣଙ୍କ ଓଜନ ସନ୍ତୁଳନ ରକ୍ଷା କରେ । କୌଣସି ବ୍ୟକ୍ତିର ଓଜନ ସେତେବେଳେ ବଢ଼ିଥାଏ ଯେତେବେଳେ ତାର ହଜମ କ୍ରିୟା ଠିକ ଭାବରେ ହୋଇ ନଥାଏ କାଜୁ ଖାଇବା ଦ୍ଵାରା ସେହି ବ୍ୟକ୍ତିର ଶରୀରରେ ମେତ୍ତବୋଲିଯିମ୍ ର ପରିମାଣ ବଢ଼ିଥାଏ ଯାହା ଦ୍ଵାରା ହଜମ ଠିକ୍ ଭାବରେ ହୋଇଥାଏ । ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁଛନ୍ତି ତାହାଲେ ଗୋଟିଏ ଦିନରେ ଖାଇବା
ପୂର୍ବରୁ ଦୁଇ ଟି କାଯୁର ଦାନା ଖାଆନ୍ତୁ । ଯଦି ଆପଣ ଓଜନ ବଢାଇବା ପାଇଁ ଚାହୁଁଛନ୍ତି ତାହାଲେ ଗୋଟିଏ କାଜୁ କୁ କ୍ଷୀର ସହ ମିଶାଇ କରି ଖାଆନ୍ତୁ । କାଜୁ ଆପଣଙ୍କ ଶରୀରରେ ଥିବା ସମସ୍ତ ଚର୍ବିକୁ କାଟି ଦେଇଥାଏ । ୨- କାଜୁ ଖାଇବା ଦ୍ଵାରା ଏହା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ । କାରଣ ଗର୍ଭ ଧାରଣ ସମୟରେ ମାଆ ଯାହା ଖାଇଥାଏ ତାହା ପେଟରୁ ଶିଶୁ ମଧ୍ୟ ଗ୍ରହଣ କରିଥାଏ ।
ତେଣୁ ମାଆ ମାନେ ଗର୍ଭ ଧାରଣ ସମୟରେ ଦୁର୍ବଳ ହୋଇ ଯାଆନ୍ତି ଏହି ସମୟରେ କାଜୁ ଖାଇବା ଦ୍ଵାରା ଏହା ଆପଣଙ୍କ ପେଟରେ ବହୁତ ସମୟ ପର୍ଯ୍ୟନ୍ତ ରହିବା ସହ ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ । ୩- କାଜୁ ଖାଇବା ଦ୍ଵାରା ଛୋଟ ପିଲା ମାନଙ୍କ ମସ୍ତିଷ୍କ ବୃଦ୍ଧି ହୋଇଥାଏ । ସେମାନଙ୍କ ଉଚ୍ଚତା ବଢ଼ିଥାଏ । ତେଣୁ ଆପଣ ଶିଶୁ ଟି ତିନି ମାସର ହେଲା ପରେ ଆପଣ ନିଜର ପିଲାକୁ ଅଳ୍ପ ଅଳ୍ପ କାଜୁ ଗୁଣ୍ଡ କ୍ଷୀର ଦ୍ଵାରା ଦେଇ ପାରିବେ ।
୪- କାଜୁ ର ବ୍ୟବହାର କରିବା ଦ୍ଵାରା ଏହା ମଧୁମେହ ରୋଗୀଙ୍କ ବହୁତ୍ ଉପକାର କରିଥାଏ । ମଧୁମେହ ରୋଗୀ ମାନଙ୍କୁ ମିଠା ବ୍ୟବହାର କରିବାର ଅନୁମତି ନଥାଏ ତେଣୁ ସେମାନେ ଗୋଟିଏ କାଜୁର ଅଧ ଭାଗକୁ ଖାଇ ପାରିବେ କାରଣ କାଜୁ ରେ ପ୍ରାକୃତିକ ମିଠା ଅଂଶ ରହିଥାଏ । ୫- କାଜୁ ର ବ୍ୟବହାର ଦ୍ଵାରା ତ୍ୱଚ଼ା ଉଜ୍ଜ୍ୱଳ ହୋଇଥାଏ । କାରଣ ଏଥିରେ ଥିବା ଔଷଧୀୟ ଗୁଣ କାଜୁ ଖାଇବା ଦ୍ଵାରା ତ୍ଵଚ଼ା କୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ୬- କାଜୁ ଖାଇବା ଦ୍ଵାରା ଏହା ହାଡ଼ ଗୁଡ଼ିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ କ୍ୟାଲସିୟମ ଅଧିକ ମାତ୍ରାରେ ଥାଏ ଯାହା ହାଡ଼ ମଜବୁତ କରିଥାଏ ।