ଆପଣ ମାନେ ନିଜର ଦୈନଦିନ ଜୀବନରେ ବହୁତ ପ୍ରକାରର ଜିନିଷକୁ ନିଜର ଖାଦ୍ୟ ପଦାର୍ଥ ଭାବରେ ବ୍ୟବହାର କରୁଥିବେ ଏବଂ ଏଥି ମଧ୍ୟରୁ ଏମିତି କିଛି ଜିନିଷ ଅଛନ୍ତି ଯାହା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ଅନ୍ୟ କିଛି ଶରୀର ପାଇଁ ହାନିକାରକ ହୋଇଥାଏ । ଏହି ଖାଦ୍ୟ ମାନଙ୍କ ଭିତରୁ ଏକ ଖାଦ୍ୟ ହେଉଛି ବାଦାମ ଯାହାକି ଆମର ଶରୀର ଗଠନରେ ବହୁତ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିଥାଏ। ଆସନ୍ତୁ ଜାଣିବା ତାହା ବିଷୟରେ ।
ବାଦାମ ଏହା ଶରୀର ପାଇଁ ବହୁତ ହିତକାରୀ ହୋଇଥାଏ । ଏହାର ବ୍ୟବହାର ଦ୍ଵାରା ଶରୀରକୁ ପ୍ରଚୁର ଶକ୍ତି ମଧ୍ୟ ମିଳିଥାଏ । ଆଜି ବି ଆପଣଙ୍କ ଘରେ ଜେଜେମା ବାଦାମ ଖାଇବାର ଉପଦେଶ ଦିଅନ୍ତି।ବାଦାମ ଖାଇବାର ଉପକାର ଗୁଡ଼ିକ ହେଉଛି ୧- ବାଦାମ ଖାଇବା ଦ୍ଵାରା ମସ୍ତିଷ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ବାଦାମ ରେ ଆଣ୍ଟି ଅକ୍ସିଦାନ୍ତ ଗୁଣ ଥାଏ ଯାହା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହାକୁ ଆପଣ ରାତିରେ କଞ୍ଚା କ୍ଷୀର କିମ୍ବା ପାଣିରେ ଭିଜେଇ ସକାଳୁ ଏହାର ଚୋପା ଛଡ଼ାଇ ଖାଇ ପାରିବେ ।
୨- ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିଥାଏ । ହୃଦୟ ଆମ ଶରୀରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏହାର ବ୍ୟବହାର ଦ୍ଵାରା ହୃଦୟ ସୁସ୍ଥ ରହିଥାଏ ଯେଉଁ ବ୍ୟକ୍ତି ସପ୍ତାହକୁ ୫ ଥର ବାଦାମ ଖାଇଥାଏ ତାହାର ଶରୀରରେ ସାଧାରଣ ଲୋକଙ୍କ ୫୦ ପ୍ରତିଶତ କମ ହୃଦ୍ ଘାତ ହେବାର ସମ୍ଭାବନା ଥାଏ । ୩- ବାଦାମ ଖାଇବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ।
ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେବା ଦ୍ଵାରା ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଠିକ ଭାବରେ ଯାଇଥାଏ ଯାହା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ବାଦାମ ରେ ପୋଟାସିୟମ ଗୁଣ ଅଧିକ ଏବଂ ସୋଡିୟମ କମ୍ ଥାଏ ଯାହା ଉତ୍ତମ ରକ୍ତ ସଞ୍ଚାଳନ ରେ ସାହାଯ୍ୟ କରିଥାଏ । ୪- ବାଦାମ ଖାଇବା ଦ୍ଵାରା ଦାନ୍ତ ଏବଂ ହାଡ଼ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ କାରଣ ଏଥିରେ କ୍ୟାଲସିୟମ ଅଧିକ ମାତ୍ରାରେ
ରହିଥାଏ ଯାହା ଆପଣଙ୍କ ଦାନ୍ତ ଏବଂ ହାଡ଼ ଗୁଡ଼ିକୁ ମଜବୁତ କରିଥାଏ । ୫- ବାଦାମ ଖାଇବା ଦ୍ଵାରା ଏହା କ୍ୟାନସର ରୋଗ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । କାରଣ ଏଥିରେ ଫାଇବର ଖୁବ୍ ଅଧିକ ପରିମାଣରେ ରହିଥାଏ ଯାହା ଶରୀରରେ କ୍ୟାନସର ରୋଗକୁ ବଢ଼ିବାକୁ ଦେଇ ନଥାଏ ଏହାକୁ ଆପଣ ରାତିରେ କ୍ଷୀର କିମ୍ବା ପାଣିରେ ଭିଜେଇ ସକାଳୁ ଖାଇ ପାରିବେ । ୬ – ଏହା ଆପଣଙ୍କ ମାଂସ ପେଶି ଫୁଲେଇ ବାରେ ଏବଂ ତୁରନ୍ତ ଶକ୍ତି ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଆପଣ ଏହାକୁ ବ୍ୟାୟାମ କରିବା ପରେ ଏବଂ ବ୍ୟାୟାମ କରିବା ପୂର୍ବରୁ ମଧ୍ୟ ବ୍ୟବହାର କରି ପାରିବେ ।