8

କେଉଁ ବାସନରେ ପାଣି ପିଇବା ଉଚିତ୍ – ଜାଣି ରଖନ୍ତୁ ।

NEWS

ଆମେ ଆମ ସାଧାରଣ ଜୀବନରେ ପାଣି ପିଇବା ପାଇଁ ବିଭିନ୍ନ ପ୍ରକାର ବାସନ ବ୍ୟବହାର କରିଥାଉ।ଯେପରି କିଛି ଲୋକ ତମ୍ବା ରେ ପ୍ରସ୍ତୁତ ବାସନ ରେ ପିଇବା ବେଳେ,କିଛି ଲୋକ ମାଟି ରେ ,କାଚରେ ଏବଂ କିଛି ଲୋକ ଷ୍ଟିଲ ରେ ପାଣି ପିଇବା ପସନ୍ଦ କରିଥାନ୍ତି।ତେଣୁ ଆସନ୍ତୁ ଆମେ ଜାଣିବା କିପରି ଆମେ ପାଣି ପିଉଥିବା ପାତ୍ର ଆମ ଶରୀର ଉପରେ ପ୍ରଭାବ ପକାଇଥାଏ।

ଆମ ଶରୀରରେ ୭୦ ପ୍ରତିଶତ ପ୍ରାୟ ଜଳ ଦ୍ଵାରା ପୂର୍ଣ୍ଣ ରହିଥାଏ।ତେଣୁ ଏହା ପ୍ରଭାବ ପକାଇ ଥାଏ ,ଯେ କେତେ ପରିମାଣରେ ଏବଂ କେଉଁ ପାତ୍ରରେ ପାଣି ପିଉଛନ୍ତି।କାରଣ ପାଣିର ଧର୍ମ ଅନୁସାରେ ଯେଉଁ ପାତ୍ରରେ ପାଣି ରୁହେ,ସେ ସେହି ପାତ୍ରର କିଛି ଗୁଣକୁ ଆହରଣ କରିଥାଏ।ଏବଂ ଅଲଗା ଅଲଗା ପାତ୍ରରେ ପିଆଯାଉଥିବା ପାଣିର ଆମ ଶରୀର ଉପରେ ଅଲଗା ଅଲଗା ପ୍ରଭାବ ମଧ୍ୟ ରହିଥାଏ।

tamba 2
ମାଟି ପାତ୍ରରେ ପାଣି ପିଇବା ଦ୍ଵାରା ମାଟିରେ ଥିବା ପୋଷକ ତତ୍ତ୍ଵ ପାଣି ମଧ୍ୟରେ କିଛି ମାତ୍ରାରେ ମିଶିଥାଏ,ଯାହା ଆମ ଶରୀର ପାଇଁ ଉପାଦେୟ ହୋଇଥାଏ।ମାଟି ପାତ୍ରରେ ପାଣି ରଖିବା ଦ୍ଵାରା ପାଣି ମଧ୍ୟ ଥଣ୍ଡା ରହିଥାଏ।ମାଟି ପାତ୍ରରେ ରହିଥିବା ପାଣିରେ କ୍ଷାରକ ଅଂଶ ରହିଥିବାରୁ ଏହା ଶରୀରରେ ଅମ୍ଳ ଭାଗକୁ କମ୍ କରିବାରେ ସାହାଯ୍ୟ କରେ।କିନ୍ତୁ ମାତିପାତ୍ରଗୁଡ଼ିକର ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।ନଚେତ୍ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ।

tamba 1
ଆମ ଶରୀର ଆବଶ୍ୟକ କରୁଥିବା ପୋଷକ ତତ୍ତ୍ଵ ମଧ୍ୟରୁ ତମ୍ବା ଗୋଟିଏ।ତମ୍ବା ପାତ୍ରରେ ପାଣି ପିଇବା ଦ୍ଵାରା କିଛି ମାତ୍ରାରେ ତମ୍ବାର ଗୁଣ ସେହି ପାତ୍ରରେ ମଧ୍ୟ ମିଶି ଯାଇଥାଏ,ଏବଂ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ।ତମ୍ବାପାତ୍ରରେ ଥିବା ପାଣିରେ କୀଟାଣୁ ସବୁ ମାରିଯାଇଥାନ୍ତି,ତେଣୁ ଏହା ଶରୀର ପାଇଁ ଲାଭଦାୟକ ଅଟେ।ତମ୍ବା ବାସନ ରେ ପାଣି ପିଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ।ପାଚନ ପ୍ରକ୍ରିୟା ସଠିକ୍ ଭାବରେ ପରିଚାଳିତ ହୋଇଥାଏ।

ତମ୍ବା ପାତ୍ରରେ ସର୍ବଦା ସାଧାରଣ ତାପମାତ୍ରାରେ ପାଣି ରଖିବା ଆବଶ୍ୟକ।ତମ୍ବା ପାତ୍ରରେ ପାଣି ଫ୍ରିଜ୍ ରେ ରଖିବା ଅନୁଚିତ୍।ତମ୍ବା ପାତ୍ରରେ ପାଣି ପ୍ରାୟ ୮-୧୦ ଘଣ୍ଟା ରଖିବା ଆବଶ୍ୟକ,ଯେପରି ରାତିରେ ରଖିଥିବା ପାଣି ସକାଳୁ ଖାଲି ପେଟରେ ପିଇବା ଲାଭଦାୟକ ହୋଇଥାଏ।ତମ୍ବା ପାତ୍ରରେ ଗରମ ପାଣି ରଖିବା ଅନୁଚିତ୍,କାରଣ ଏହା ଦ୍ଵାରା ପାଣି ଅଧିକ ମାତ୍ରାରେ ତମ୍ବା ର ଗୁଣ ଆହରଣ କରିନେଇ ଥାଏ,ତେଣୁ ତମ୍ବା ର ଅଧିକ ମାତ୍ରା ଯୋଗୁଁ ଏହା ଶରୀର ଉପରେ କୁପ୍ରଭାବ ପକାଏ।

Leave a Reply

Your email address will not be published. Required fields are marked *