4

ମାଳିକା କଥା କଲ୍କି ଅବତାର ବିଷୟ – ଜଣାନ୍ତୁ l

NEWS

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆଲୋଚନା କରିବା।ବନ୍ଧୁଗଣ,ଆଜି ଜାଣିବା ବଳରାମ ଦାସଙ୍କ ମାଳିକା ରେ ଲେଖାଥିବା କିଛି କଥା l ଆମେ ଜାଣିଛେ କଳା ଧଳା ଘୋଡା ଚଢ଼ି କଲ୍କି ଆସିବେ ଏବଂ ସବୁ

ବିନାଶ କରିବେ l ବାର ହାତ ଖଣ୍ଡା ଧରି ଆସିବେ ଜଗା ଆଉ ବଳିଆ l କିନ୍ତୁ ଆପଣମାନେ ଜାଣିଛନ୍ତି କି କେଉଁଠୁ ଆସିବ ଏ କଳା ଧଳା ଘୋଡ଼ା ଏବଂ ବାର ହାତ ଖଣ୍ଡା?
ବଳରାମ ଦାସ କହିଛନ୍ତି “ନୀଳ ଧବଳ ଦୁଇ ରୂପ ସେଠାରେ ଦେଖିବେ ସ୍ୱରୁପ,

ସେଠାରେ ଭାଗବତ ହେବ ଗୁପ୍ତ ରାହାସ ଲାଗିବ” , “ନେମାଳ ବୋଲି ଯେଉଁ ମଠ ସେଠାରେ ପଡ଼ିବ ଚହଟ” l ସେ କହିଛନ୍ତି ସେ ସ୍ଥାନ ହେଉଚି ନେମାଳ ବଟ l ସେଠାରେ କଳା ଧଳା ଘୋଡ଼ା ଚଢ଼ି ଆସି ପହଞ୍ଚିବେ ମହାପୁରୁଷଙ୍କ ବଟରେ l ଆଉ ସବୁ ନାଶ କରିଦେବେ l ଆଉ କହିଲେ “ଗୁପତ ରାହାଶ ଲାଗିବ ଯଗ୍ୟ)

kalki

ହୋମ ହେବ ସେହି ଠାର”l ତାପରେ “ସ୍ୱର୍ଗରୁ ଦେବତା ଆସିବ ଖଣ୍ଡା ଯେ ତହୁଁ ଜାତ ହେବ” l ନେମାଳ ମଠ ରେ ହେବ ମହାଯଜ୍ଞ ଏବଂ ସେଥିରୁ ଖଣ୍ଡା ଜାତ ହେବ l ବଳରାମ ଦାସ କହିଛନ୍ତି ସେଠାରୁ ବାରହାତ ର ଖଣ୍ଡା ଜାତ ହେବ ଏବଂ ତାହାକୁ ଭଗବାନ ଧାରଣ କରିବେ l ଅଶ୍ଵ ଇନ୍ଦ୍ର ଆସିକି ଖଣ୍ଡା ଦେଇଯିବ l ସେ କହିଲେ, “ଅଗ୍ୟାନୀ ଜନ ନ କହିବ କହିଲେ ଅପରାଧ ହେବ l “ଶ୍ରୀକୃଷ୍ଣ ହରି ପାଦେ ଆସ କହିଲେ ବଳରାମ ଦାସ ” l

ନେମାଳ ରେ ପୁଜା ହେଲା ପରେ ସେଠାରେ ଭଗବାନ ଘୋଡ଼ା ଏବଂ ବାର ହାତ ଖଣ୍ଡା ଆଣି ମହାପ୍ରଭୁ ଏବଂ ପ୍ରଭୁ ବଳରାମ ନେବେ ତାପରେ ଏ ଧରାପୃଷ୍ଠକୁ ନାଶ କରିବେ l ଏହା ଥିଲା ବାର ହାତ ଖଣ୍ଡା ର ରହସ୍ୟ l ଏହି ପରି ଭାବେ କଳିଯୁଗର ଶେଷ ହେବ l ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏଵଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *