3

ମୀନ ରାଶିର ବାର୍ଷିକ ରାଶିଫଳ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମତଃ ଆପଣମାନଙ୍କୁ କହି ରଖୁଛୁ ଯେ ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ବା ଜାତକ ହଜିଯାଇଛି , ଜନ୍ମ ତାରିଖ ବା ଜନ୍ମ ତିଥି ବା ନାମର ପ୍ରଥମ ଅକ୍ଷର ଯେଉଁ ନାମରେ ଆପଣଙ୍କୁ ଡକାଯାଉଛି ବା ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ତି, ତୁ, ଥ, ଛ,ତେ , ତୁ , ଛା , ହୋଇଥାଏ ତେବେ ସେମାନଙ୍କର ମୀନ ରାଶି ହେବ ,ମୀନ ରାଶିର ଯେଉଁ ତିନୋଟି ନକ୍ଷେତ୍ର ହେଉଛି ପୂର୍ବ ଭାଦ୍ରବ ନକ୍ଷେତ୍ର , ଉତ୍ତର ଭାଦ୍ରବ ନକ୍ଷେତ୍ର , ଦେବକୀ ନକ୍ଷେତ୍ର , ଅର୍ଥାତ୍ ୨୫ ମଇ ୧୨ , ୨୬ ମଇ ୧୨, ୨୭ ମଇ ୧୨ , ଏହା ହିଁ ମୀନ ରାଶି ହେବ ,

ତେବେ ମୀନ ରାଶିର ଲୋକମାନେ ସବୁବେଳେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଭାବେ ଶୁଭ ଫଳ ପ୍ରାପ୍ତି ହେବ , ଏହି ରାଶିର ଶୁଭ ଵାର ହେଉଛି ଗୁରୁବାର ଓ ରବିବାର , ଏହି ରାଶିର ଶୁଭ ଦେଵତା ହେଉଛନ୍ତି ଭଗବାନ ବିଷ୍ଣୁ ନାରାୟଣ , ଯଦି ଆପଣ କୌଣସି ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ଶୁଭ ଵାର ହେଉଛି ଗୁରୁବାର , ଏହି ଦିନ ଯଦି ଆପଣ କୈାଣସି ବ୍ରତ ରଖିଥାନ୍ତି ତେବେ ଏହା ନିଶ୍ଚିତ ଭାବେ ସଂପୁର୍ଣ୍ଣ ହୋଇଥାଏ , ଏହି ରାଶିର ଶୁଭ ସଂଖ୍ୟା ହେଉଛି ୩ ଆପଣ କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସଂଖ୍ୟା ୩ ଠାରୁ ଆରମ୍ଭ କରନ୍ତୁ ,

rasi4

ଇଂରାଜୀ ମାସର ୩ ,୧୨ ,୩୦ ତାରିଖ ହେଉଛି ଅତ୍ୟନ୍ତ ଶୁଭ , ଏହି ତାରିଖରେ ଯଦି ଆପଣ କୈାଣସି ଶୁଭ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ କରନ୍ତୁ , ଯେପରି ବିବାହ , ଘର ପ୍ରତିଷ୍ଠା , ଵ୍ରତ , ବ୍ୟବସାୟ ଆଦି , ରାଶିର ଶତ୍ରୁ ରାଶି ମେଷ , ସିଂହ , ଧନୁ ରାଶି , ରାଶିର ମିତ୍ର ରାଶି ହେଉଛି ବିଛା , କର୍କଟ । ଆପଣ ଦିନ କରିବାକୁ ଅଧିକ ଭଲ ପାଆନ୍ତି , ଅନ୍ୟକୁ ଦେବାକୁ ଆପଣଙ୍କୁ ଭଲ ଲାଗେ , ଆପଣ ଅତ୍ୟନ୍ତ ସରଳ ଓ ନିଷ୍ଠା ଶାନ ଅଟନ୍ତି , ପ୍ରତ୍ୟେକ କାର୍ଯ୍ୟକରିଵା ପାଇଁ ନିଷ୍ଠା ସହ ରହିଥାନ୍ତି , ପଢ଼ାପଢ଼ି ପାଇଁ ବା ଉଚ୍ଚ ଶିକ୍ଷା ପାଇଁ ଆପଣ ବହୁତ ଭଲ ପାଇଥାନ୍ତି , ଆପଣ ପିଲାମାନଙ୍କ ବିଷୟରେ ପ୍ରାୟ ସମୟରେ ଭାଵିଥାନ୍ତି ,

ମୀନ ରାଶିର ଲୋକେ ଟିକେ ସରଳ ହୋଇଥିବାରୁ ଅନେକ ସମୟରେ ଅନେକ ଵ୍ୟକ୍ତି ତାଙ୍କୁ ପ୍ରତାରିତ କରିଥାନ୍ତି ଏବଂ ଦୟାଳୁ ସ୍ଵଭାବର ହୋଇଥିବାରୁ ଅନେକ ସମୟରେ ଅନେକ କିଛି ଦେଇ ଦୁଃଖ ଭୋଗିଥାନ୍ତି , ମୀନ ରାଶି ପାଇଁ ଵର୍ଷଟି ଅତ୍ୟନ୍ତ ଶୁଭ ରହିଛି , ତେବେ ଆସନ୍ତୁ ଜାଣିବା କିପରି ରହିବ ୨୦୨୨ ର ବାର୍ଷିକ ରାଶିଫଳ ବିଷୟରେ , ଏହି ବର୍ଷ ମୀନ ରାଶିର ଵ୍ୟକ୍ତି ବିଶେଷମାନେ ଆପଣଙ୍କର କାର୍ଯ୍ୟ ଧର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବ , ଯେଉଁ କାର୍ଯ୍ୟ ଆପଣଙ୍କର ପୂର୍ବ ବର୍ଷ ଅଧୁରା ରହିଯାଇଛି ତାହା ସଂପୂର୍ଣ୍ଣ ହେବ , ଯେଉଁ କାର୍ଯ୍ୟ ଆପଣ ଏହି ମାସରେ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣ ସଫଳ ଅର୍ଜନ କରିବେ , ଦେହ ମନ ଆପଣଙ୍କର ଭଲ ରହିବ ,

rasi1

ଆୟ ଵେୟ ଆପଣଙ୍କର ସମାନ ରହିବ , ଆପଣ ଯେଉଁ କ୍ଷେତ୍ରରେ କାମ କରିବେ ସେଥିରେ କରୁଥିବା ଆୟ ଆପଣଙ୍କ ଵେୟ ସହ ସମାନ ରହିବ , ଆପଣ ଅଧିକ ପରିମାଣରେ ଖର୍ଚ୍ଚ କରିବେ ସେଥିପାଇଁ ଖର୍ଚ୍ଚ ପ୍ରତି ଧ୍ୟାନ ଦେଵେ , ଯେଉଁ ଜାଗାରେ ଆପଣ ଚାକିରି କରୁଛନ୍ତି ସେଠି ବିରୋଧିମାନଙ୍କୁ ଦୂରେଇ ଦେବ , ନାରୀମାନଙ୍କ ମନ ପ୍ରଫୁଲ୍ଲ ରହିବ , ଏହି ରାଶିର ଲୋକମାନଙ୍କର ଆର୍ଥିକ ଉନ୍ନତି ହେବ ସହ ଆନନ୍ଦ ଉଲ୍ଲାସ ହେବ ,

ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଆପଣଙ୍କ ଦୂର ଯାତ୍ରା ପାଇଁ ଯୋଗ ସୃଷ୍ଟି ହେଉଛି , ଯଦି ଆପଣଙ୍କ ପାଖରେ ଟିକେ ଟେଲେଣ୍ଟ ଅଛି ତେବେ ଆପଣ ଟିକେ ପରିଶ୍ରମରେ ଚାକିରି ପାଇ ପାରିବେ , ୨୦୨୨ରେ ମହିଳାଙ୍କ ଧନ କ୍ଷେତ୍ରରେ ଉନ୍ନତି ଅଛି , ଏହି ଵର୍ଷଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ ,

ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ପ୍ରେମିକ ପ୍ରେମିକା ମାନେ ମନ ଵରାଇଵେ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *