ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କାଳସର୍ପ ଯୋଗ ବିଷୟରେ କିଛି କଥା କହିବାକୁ ଯାଉଛୁ ତେବେ ଯେଉଁମାନଙ୍କ ଜୀବନରେ କାଳ ସର୍ପ ଯୋଗ ଥାଏ ସେ ତା ଜୀବନରେ ବହୁତ କଷ୍ଟ ଭୋଗ କରିଥାଏ , ସବୁ ଶୁଭ କାର୍ଯ୍ୟରେ ବାଧା ବି ଆସିଥାଏ ବେଳେ ବେଳେ ଗୋଟିଏ ଗୋଟିଏ କାମ ମିଳିଲେ ମଧ୍ୟ ହାତରୁ ଚାଲି ଯାଏ , ଅନ୍ୟମାନେ କିଛି ଭୁଲ କଲେ ତାଙ୍କୁ କିଛି ନ କୁହାଯାଉଥିଵା ବେଳେ ଆପଣଙ୍କ ଛୋଟ ଭୁଲ ଅନେକ ସମସ୍ୟାର କାରଣ ହୋଇପାରେ ,
କୋଟ କଚେରି ଥାନା ଆଦିରେ ଛନ୍ଦି ହୋଇଯାଇଥାନ୍ତି ବା ସେଥିରୁ ଅଳ୍ପକେ ବର୍ତ୍ତି ଯାଇଥାନ୍ତି , ଏମାନେ ଅଧିକାଂଶ ସମୟରେ ଵିଵାହ ମଧ୍ୟ କରିପାରନ୍ତି ନାହିଁ , ଯଦି ବି ଏମାନେ ଵିଵାହ କରିଥାନ୍ତି ଏମାନଙ୍କର ଦାମ୍ପତ୍ୟ ଜୀଵନ ଦୁଃଖରେ ଭରିଯାଇଥାଏ , ବଡ଼ ବଡ଼ କାମକୁ ନେଇ ସେମାନେ ବହୁତ ଧୋକା ମଧ୍ୟ ଖାଇଥାନ୍ତି , ବହୁତ କଷ୍ଟ ପରେ ସେମାନଙ୍କ ଲାଇଫରେ ଟିକେ ଚେଞ୍ଜ ହୁଏ , ସେ ଯେତେ ବି ବଡ ଲୋକ ହେଉ ଯେତେବେଳେ ସେ କଷ୍ଟ ପାଏ ସେତେବେଳେ କଷ୍ଟ ପାଇ ପାଇ ଚାଲିଥାନ୍ତି ଯଦି ସୁଖ ପାଆନ୍ତି ତେବେ ସୁଖ ଭୋଗ କରିଥାନ୍ତି ,
ତେବେ କାଳସର୍ପ ଯୋଗ ଯାହାର ଅଛି ସେମାନେ ଏହ ର ପ୍ରତିକାର କରିବା ଉଚିତ , ତେବେ ଏଥିପାଇଁ ଆପଣ ସର୍ପକୁ ପୂଜା କରିବା ଉଚିତ ଯଦି ଏହା ନାଗପଞ୍ଚମି ଦିନ କରିବେ ସବୁଠାରୁ ଶୁଭ ହୋଇଥାଏ , ଏହା ଛଡ଼ା ଆପଣ ଓଃ ନମ୍ଃ ଶିବାୟ ମନ୍ତ୍ର ଜାପ କରିପାରିବେ , ଏଥିପାଇଁ ଆପଣ ରାହୁ କେତୁଙ୍କ ରତ୍ନ ମଧ୍ୟ ଧାରଣ କରନ୍ତୁ ଆପଣଙ୍କ ପାଇଁ ବହୁତ ଶୁଭ ହେବ , ଆପଣ ନଵନାଗ ସ୍ତୋତ୍ର ନିଶ୍ଚିତ ଭାବେ ଜପ କରନ୍ତୁ , ଆପଣ ଯଦି କାଳ ସର୍ପ ଯୋଗରେ କଷ୍ଟ ପାଉଛନ୍ତି ତେବେ ନିଶ୍ଚିତ ଭାବେ ଚଢ଼େଇ ଓ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ ,
ଏହା ଦ୍ଵାରା ଆପଣ ବହୁତ ଶୁଭ ଫଳ ପ୍ରାପ୍ତି କରିବେ ସକାଳୁ ଆପଣ ଓଃ ନମ୍ଃ ଶିବାୟ ମନ୍ତ୍ର ଜାପ କରିବେ , ଏହା ଛଡ଼ା ଆପଣ ୧୦୮ ଟି ନାଗ ତିଆରି କରି ନାଗ ପଞ୍ଚମୀ ଦିନ ଏହାକୁ ଆପଣ ପାଣିରେ ବିସର୍ଜନ କରିପାରିବେ , *ଅମାବାସ୍ୟା ଦିନ ନିଶ୍ଚିତ ଭାବେ ସର୍ପ ପୂଜା କରନ୍ତୁ , ଆପଣ ନିଶ୍ଚିତ ଭାବେ କ୍ଷୀର ଅର୍ପଣ କରନ୍ତି , ନାଗ ପଞ୍ଚମୀ ଦିନ ସାପକୁ କ୍ଷୀର ଦେଇ ନାଗ ଦେବତାଙ୍କୁ ପ୍ରସନ୍ନ କରନ୍ତୁ , ଆପଣ ପ୍ରତିଦିନ ଚନ୍ଦନ ବ୍ୟବହାର କରନ୍ତୁ , ଅଫିସ ହେଉ ବା ଘରେ ଆପଣଙ୍କ ସମସ୍ତ ଵାଧା ଦୂର ହେବ ,
* ମୟୁର ପୁଛ ଆପଣଙ୍କ ଅଫିସ ବା ଘରେ ବା ନିଜ ପର୍ସରେ ରଖିବେ ଏହା ଦ୍ଵାରା ବହୁତ ଲାଭବାନ ହେବେ , ସେଥିପାଇଁ ନିଜ ଟେବୁଲ ଉପରେ ମୟୁର ପଙ୍ଖ ନିଶ୍ଚିତ ରଖନ୍ତୁ ବା ମୟୁର ଫୋଟ ରଖି ତା’ର ଦର୍ଶନ କରି ଯାଆନ୍ତୁ , * ଛୋଟ ଛୋଟ ଭୁଲ ଠାରୁ ଦୂରେଇ ରୁହନ୍ତୁ , ଏଥିପାଇଁ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇଁ ପାରିବେ , ସବୁବେଳେ ଓଃ ନମ୍ଃ ଶିବାୟ ମନ୍ତ୍ର ଜାପ କରିପାରିବେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।