ସନ ଟ୍ଟ୍ୟାନ ଏଥିରୁ ମୁକ୍ତି ପାଇବାର ଉପାୟ ଜାଣିବା ଆଗରୁ ଆସନ୍ତୁ ଜାଣିବା ଏହା କଣ ଅଟେ । ସନ ଟ୍ଟ୍ୟାନ ଏହା ଶରୀରରେ ସେହି ଅଂଶ ମାନଙ୍କରେ ଦେଖା ଯାଇଥାଏ ଯେଉଁ ଅଂଶ ଗୁଡ଼ିକ ସୂର୍ଯ୍ୟଙ୍କ କିରଣ ପ୍ରଭାବରେ ଅଧିକ ଆସନ୍ତି ଅର୍ଥାତ୍ ସନ୍ ଟ୍ଟ୍ୟାନ ହେବା ଦ୍ଵାରା ଶରୀରର ବାକି ଅଙ୍ଗ ଠାରୁ ସେହି ଅଙ୍ଗର ରଙ୍ଗ ଫିକା ପଡ଼ିଯାଏ ଏହାକୁ ସେହି ପରି ଭାବରେ ଉପଚାର ନକରି ଖାଲି ଛାଡି ଦେବା ଦ୍ଵାରା ଏହା ଅଧିକ ଗାଢା ହୋଇଯାଏ ।
ଏହି ଅଂଶ ଗୁଡ଼ିକ ନ ନଳୀ ପଡ଼ିଥାଏ ନା ଏହି ସ୍ଥାନରେ ପୋଡ଼ା ହେଲା ଭଳି ଯନ୍ତ୍ରଣା ହୋଇଥାଏ ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଖରାଦିନେ ଯେଉଁ ସମୟରେ ବାହାରକୁ ଯାଉଛନ୍ତି ସେହି ସମୟରେ ଢିଲା ସୂତା ର ବସ୍ତ୍ର ବ୍ୟବହାର କରନ୍ତୁ ଯାହା ଆପଣଙ୍କ ହାତ ଏବଂ ଗୋଡ଼କୁ ସମ୍ପୂର୍ଣ୍ଣ ଭାବରେ ଘୋଡେ଼ଇ ରଖିଥିବେ। ପାଦରେ ଜୋତା ପିନ୍ଧନ୍ତି ଏବଂ ଚଷମା ର ନିହାତି ବ୍ୟବହାର କରନ୍ତୁ ଏହା ଦ୍ଵାରା ଆଖିର ଚାରି ପାଖ ପୋଡିବା ରୁ ବଞ୍ଚିବା ସହ ଆଖିତଳେ
କଳା ଦାଗ ସୃଷ୍ଟି ହେବା ନାହିଁ ଏବଂ ବଜାରରୁ ନିଜର ଚର୍ମ ଅନୁଯାୟୀ ଏକ ସନ୍ କ୍ରିମ କିଣି ବ୍ୟବହାର କରନ୍ତୁ । କିନ୍ତୁ ଧ୍ୟାନ ରଖିବେ କି ବଜାରରେ ଏପରି ବହୁତ କ୍ରିମ ବ୍ୟବହାର ହେଉଛି ଯାହା ଏହା ଦାବି କରେ କି ଏଗୁଡ଼ିକ ଭଲ କିନ୍ତୁ ସେଥିରେ ଥିବା ତତ୍ତ୍ୱ ଆପଣଙ୍କ ଚର୍ମକୁ ନଷ୍ଟ କରିଦେବ । ପ୍ରଥମେ କିଛି ଦିନ ପାଇଁ ଏହା ଆପଣଙ୍କ ଚର୍ମକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିବ ପରେ ଏହାର ବ୍ୟବହାର ଛାଡି ଦେଲା ପରେ
ଏହା ଚର୍ମ କୁ କଳା ପକାଇ ଦେବ । ତେଣୁ ଏହି ସବୁ ଜିନିଷ ପାଇଁ ଆପଣ ଘରୋଇ ପଦାର୍ଥ ବ୍ୟବହାର କରିବା ଅତ୍ୟନ୍ତ ଭଲ ଅଟେ । ପ୍ରଥମଟି ହେଉଛି ଦୁଇ ଚାମଚ ଦହିରେ ଏକ ଚତୁର୍ଥ ଭାଗ ହଳଦୀ ମିଶାଇ ସନ୍ ଟ୍ଟ୍ୟାନ ସ୍ଥାନରେ ଲଗାନ୍ତୁ ଏହା ଶୁଖିଯିବ ପରେ ଏହାକୁ ଧୋଇ କାଟି ସେହି ସ୍ଥାନରେ ନଡ଼ିଆ ତେଲ କିମ୍ବା ସୂର୍ଯ୍ୟମୁଖୀ ତେଲ ଲଗାନ୍ତୁ । ହଳଦୀ ଏବଂ ଦହି ରେ ଥିବା ଉପାଦାନ ଗୁଡ଼ିକ
ଚର୍ମ କୁ ନରମ ଏବଂ ପୁନର୍ବାର ସେହି ସ୍ଥାନକୁ ଆଣିବାରେ ସାହାଯ୍ୟ କରିବ ଏବଂ ନଡ଼ିଆ ତେଲ ଚର୍ମ କୁ ଶୁଖିବାକୁ ଦେବ ନାହିଁ । ଦ୍ୱିତୀୟଟି ହେଉଛି ଦୁଇଟି ବଡ଼ ଚାମଚ ମହୁ ରେ ଗୋଟିଏ ଛୋଟ ଚାମଚ ଲେମ୍ବୁ ପାଣି ମିଶାଇ ମାରନ୍ତୁ ଏବଂ ୩୦ ମିନିଟ ପରେ ଏହାକୁ ଧୋଇ ସେହି ସ୍ଥାନରେ ନଡ଼ିଆ ତେଲର ବ୍ୟବହାର କରନ୍ତୁ । ମହୁ ଚର୍ମକୁ ଉଜ୍ଜ୍ଵଳ କରିଥାଏ ଏବଂ ଲେମ୍ବୁ ଚର୍ମରେ ଥିବା ବ୍ୟାକ୍ଟେରିଆ ଗୁଡ଼ିକୁ ମାରିବାରେ ସାହାଯ୍ୟ କରିଥାଏ ।