2

କାକୁଡିର ୭ ଟି ଉପକରିତା – ଜାଣନ୍ତୁ ।

NEWS

ଆସନ୍ତୁ ଆଜି ଆମେ ଜାଣିବା କାକୁଡି ର ୭ ଟି ଫାଇଦା।କାକୁଡି ଦେଖିବା ପାଇଁ ବହୁତ ସାଧାରଣ ଅଟେ କିନ୍ତୁ ଏହା ଆମ ଶରୀର ପାଇଁ ବହୁତ ଫଳପ୍ରଦ ହୋଇଥାଏ।
୧) ତ୍ଵଚା ପାଇଁ ଫାଇଦାପଣ:-
କାକୁଡି ଦ୍ୱାରା ଆମେ ଆମର ତ୍ବଚା କୁ ଗୋରା କରିପାରିବା।ଏବଂ ଯଦି ଆପଣ ଙ୍କ ଚେହେରା କୁ ଆପଣ ଚମକଦାର କରିବା ପାଇଁ ଚାଁହୁଚନ୍ତି ତେବେ ଆପଣ କାକୁଡି ର ପେଷ୍ଟ ବନାଇଦିଅନ୍ତୁ ଏବଂ ଏଥିରେ କିଛି ନଡ଼ିଆ ତେଲ ମିଶାନ୍ତୁ ଏହା ପରେ ଦୁଇ ହାତରେ ଏହାକୁ ନେଇ ଆପଣ ଙ୍କ ମୁହଁ ରେ ପୁରା ଗୋଲ ଗୋଲ କରି ଭଲ ରେ ମସାଜ କରନ୍ତୁ।ଏବଂ ୧୫

ମିନିଟ ପରେ ଥଣ୍ଡା ପାଣି ରେ ଏହା କୁ ଧୋଇଦିଅନ୍ତୁ । ଆପଣ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ ଏବଂ ଦିନେ ଛଡା ଦିନେ ମଧ୍ୟ ଆପଣ ଏହା କୁ ବ୍ୟବହାର କରିପାରିବେ।ଏହା ଦ୍ୱାରା ଖରା ଯୋଗୁ ଆପଣ ଙ୍କ ତ୍ଵଚାରେ ହୋଇଥିବା କଳା ଦାଗ ମଧ୍ୟ ଦୂର ହୋଇଯିବ।ଏବଂ ଆଖି ଯଦି ପୋଡୁଥାଏ ମଧ୍ୟ ଏହା ଆମକୁ ପୋଡିବାରୁ ରକ୍ଷା କରିଥାଏ।
୨) ଓଜନ କମାଇବା ପାଇଁ:-
କାକୁଡି ରେ ୯୫ ପ୍ରତିଶତ ପାଣି ଥାଏ ।ଏଥିରେ ଭିଟାମିନବି୧୨ ମଧ୍ୟ ମିଳିଥାଏ ।ଏହା ବ୍ୟତୀତ ମ୍ୟାଗନେସିଅମ ର ଭଲ ମାତ୍ରା ଥାଏ।ଆପଣ ଏହାକୁ ସାଲାଡ଼ ରେ ମିଶାଇ କରି ମଧ୍ୟ ଖାଇପାରିବେ।ଏହା ପରେ ଆପଣ ଗରମ ପାଣି ପିଅନ୍ତୁ।ବେଳେ ବେଳେ ଏମିତି ହୁଏ ଆପଣ ଖାଦ୍ୟ ଖାଇବା ପରେ ମଧ୍ୟ କିଛି ସମୟ ପରେ ଆପଣ ଙ୍କୁ ଭୋକ ହୁଏ ଆପଣ ସେତେବେଳେ କାକୁଡି କୁ ଖାନ୍ତୁ। ଏହା ଓଜନ କମାଇବାରେ ସାହାଯ୍ୟ କରିବ।

cucumber 2
୩) କେଶ ପାଇଁ ଫାଇଦାପଣ:-
କାକୁଡି ଆମ କେଶ ର ହଜିଜାଇଥିବା ଚମକ କୁ ଆଣିପାରେ।ଯଦି ଆପଣ ଙ୍କ ର ବହୁତ କେଶ ଝଡ଼ୁଥାଏ ତେବେ ମଧ୍ୟ ଆପଣ କାକୁଡି କୁ ବ୍ୟବହାର କରିପାରିବେ।କେଶ କୁ କର୍ଲ କରିବା ପାଇଁ ମଧ୍ୟ ଆପଣ କାକୁଡି କୁ ବ୍ୟବହାର କରିପାରିବେ।ଆପଣ କାକୁଡି ର ରସ କୁ ନେଇ କେଶ ରେ ଲଗାନ୍ତୁ ଏହା ପରେ ଆପଣ କର୍ଲର ରେ ଏହାକୁ କର୍ଲ କରିଦିଅନ୍ତୁ।ଏବଂ ୩୦ ମିନିଟ ଏହାକୁ ଛାଡିଦିଅନ୍ତୁ ଆପଣ ଅନୁଭବ କରିବେ ଯେ ଆପଣ ଙ୍କ କେଶ କର୍ଲ ହୋଇଯିବ ଏବଂ ଏହା ବହୁତ ସମୟ ପାଇଁ ଆପଣ ଙ୍କ କେଶ ରେ ରହିବ।ଆପଣ କାକୁଡି କୁ ପିସ ପିସ କରି କାଟିଦିଅନ୍ତୁ ଏବଂ ଏହାକୁ ସୋରିଷ ତେଲ ରେ ପକାଇ ଗରମ କରନ୍ତୁ ଯେତେବେଳେ ଏହାର ରଙ୍ଗ ରେ ପରିବର୍ତ୍ତନ ଆସିବ ସେତେବେଳେ ଆପଣ ଏହା କୁ ଛାଣିଦିଅନ୍ତୁ ଏବଂ ଥଣ୍ଡା ହେବା ପରେ କେଶ ରେ ଲଗାନ୍ତୁ ଏବଂ ୪୦ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ର କେଶ ରେ ଚମକ ଆସିବ।

cucumber 1
୪) କାଠ ଝାଡା କୁ ଦୂର କରିଥାଏ:-
ଯଦି ଆପଣ ଙ୍କୁ କୋଷ୍ଟକାଠିନ୍ଯ ର ଅସୁବିଧା ଅଛି ତେବେ ଆପଣ ଖାଲି ପେଟ ରେ କାକୁଡି କୁ ସେବନ କରନ୍ତୁ ,ଆପଣ ରାତିରେ କାକୁଡି କୁ କାଟିଦିଅନ୍ତୁ ଏବଂ ଏଥିରେ ଲୁଣ ଲଗାଇକରି ରଖନ୍ତୁ ଏବଂ ସକାଳୁ ଏହାକୁ ଖାଲି ପେଟ ରେ ସେବନ କରନ୍ତୁ ଏହା ଦ୍ଵାରା ଆପଣ ଙ୍କର କୋଷ୍ଟକାଠିନ୍ଯ ର ଅସୁବିଧା ଦୂର ହୋଇଥାଏ।
୫) ଗର୍ଭବତି ମହିଳା ଙ୍କ ପାଇଁ ଫାଇଦାପଣ:-
ଗରଭବତି ମହିଳା ମାନଙ୍କର ରକ୍ତ ଚାପ ରେ ଅସୁବିଧା ହୁଏ ଏବଂ ସୁଗାର ମଧ୍ୟ ଏପଟ ସେପଟ ହୋଇଯାଏ ସେମାନେ କାକୁଡି ଖାଇବା ଦ୍ୱାରା ତାଙ୍କର ହଜମ ସକ୍ତି ସଠିକ ରହିଥାଏ ଏବଂ ଖାଇବା ଠିକ ରେ ହଜମ ହୋଇଥାଏ ଏବଂ

ଏହି ସବୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେନାହି।କାରଣ କାକୁଡି ରେ ଫାଇବର ର ମାତ୍ରା ବହୁତ ଥାଏ।
୬) କ୍ୟାନସର ହେବା ରୁ ରକ୍ଷାକରେ:-
କାକୁଡି ରେ ଭିଟାମିନବି୧୨, ଭିଟାମିନଇ ଏବଂ ଫାଇବର ର ମାତ୍ରା ଅଧିକ ଥିବା ରୁ ଏହା ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ।ଏବଂ ଏହା ବ୍ରେସଟ କ୍ୟାନ୍ସର ହେବା ରୁ ରୋକିଥାଏ।
୭)ମଧୁ ମେହ ରୋଗ ପାଇଁ:-
କାକୁଡି ଇନ୍ସୁଲିନ ର ମାତ୍ରା କୁ ଶରୀର ରେ ସଠିକ ରଖେ ଯାହାଦ୍ୱାରା ଏହା ମଧୁ ମେହ ରୋଗ ରୁ ରକ୍ଷା କରିଥାଏ।ଯଦି ଆମ ଶରୀର ରେ ରକ୍ତ ସଞ୍ଛାଳନ ସଠିକ ଭାବରେ ହୁଏ ତେବେ କୌଣସି ରୋଗ ମଧ୍ୟ ହୁଏ ନାହିଁ।

Leave a Reply

Your email address will not be published. Required fields are marked *