ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ କି ମୋର ଶରୀରର ଓଜନ କିପରି କମାଇବି କିମ୍ବା ଏମିତି କଣ କଲେ ମୋର ଶରୀରରେ ଥିବା ସମସ୍ତ ଫ୍ୟାଟ ଝଡି ଯିବ । ଏଥି ପାଇଁ ଲୋକମାନେ ବହୁତ ଚିନ୍ତିତ ହେବା ସହ ବହୁତ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି କିନ୍ତୁ ବିଶେଷ କିଛି ଫଳ ନ ପାଇବା କାରଣରୁ ସେ ଏହାକୁ ଛାଡି ଦେଇଥାନ୍ତି ।
ଆପଣଙ୍କ ଶରୀରରେ
ଓଜନ ବଢିବାର ମୁଖ୍ୟ କାରଣ ହେଉଛି ଆପଣଙ୍କ ଶରୀରର ମେଟାବୋଲିଯିମ୍ କମିଯିବ ଏବେ ପ୍ରଶ୍ନ ଉଠେ କି ଏହା କଣ ଅଟେ ,ଏହା କମିଯିବା ଦ୍ଵାରା କି ଅସୁବିଧା ହୋଇଥାଏ ଏବଂ ଏହାକୁ କିପରି ଭାବରେ ବଢ଼ାଇ ପାରିବା । ଆସନ୍ତୁ ଜାଣିବା ଏହା ବିଷୟରେ । ମେଟାବୋଲିଯିମ୍ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଆପଣ ଖାଦ୍ୟ ଖାଇ ସାରିଲା ପରେ ଯେଉଁ କ୍ୟାଲୋରୀ ପେଟକୁ ଯାଇଥାଏ ତାହାକୁ ମେଟାବୋଲିଯିମ୍ ଶକ୍ତିକୁ ପରିଣତ କରିଥାଏ ।
ଯଦି ଏହି ମେଟାବୋଲିଯିମ୍ ର ପରିମାଣ ଆପଣଙ୍କ ଶରୀରରେ କମିଯାଏ ତାହାଲେ ଏହା ଖାଦ୍ୟକୁ ଠିକ ଭାବରେ ଶକ୍ତିରେ ପରିଣତ କରି ପାରି ନଥାଏ ଯାହା ଦ୍ଵାରା ବିଭନ୍ନ ପ୍ରକାରର ରୋଗ ହୋଇଥାଏ ଏବଂ ଆପଣଙ୍କ ଶରୀରର ଓଜନ ମଧ୍ୟ ବଢ଼ିଥାଏ । ଯଦି ଆପଣ କେବଳ ଅଫିସ ରେ ବସି କୌଣସି କାର୍ଯ୍ୟ କରୁଛନ୍ତି ତାହାଲେ ଆପଣଙ୍କ ମେଟାବୋଲିଯିମ୍ ଖୁବ୍ କମ୍ ଅଟେ । ଉଦାହରଣ ସ୍ୱରୂପ ଆପଣ ଗୋଟିଏ ଦିନରେ ୩୦୦୦ କ୍ୟାଲୋରୀ ଖାଦ୍ୟ ଗ୍ରହଣ
କରିଛନ୍ତି ଯଦି ଆପଣ କେବଳ ଅଫିସ ରେ ବସି କାର୍ଯ୍ୟ କରୁଛନ୍ତି କୌଣସି ବି ଶାରୀରିକ ପରିଶ୍ରମ କରୁ ନାହାନ୍ତି ତାହାଲେ ଆପଣଙ୍କ ମେଟାବୋଲିଯିମ୍ ବହୁତ କମ୍ ଅଟେ ଯାହା ଦ୍ଵାରା ଆପଣ କେବଳ ମାତ୍ର ୨୦୦୦ କ୍ୟାଲୋରୀ ଖାଦ୍ୟକୁ ଶକ୍ତିରେ ପରିଣତ ହେବା ବାକି ଆପଣଙ୍କ ଶରୀରରେ ଫ୍ୟାଟ୍ ଭାବରେ ରହିଯିବ । ମେଟାବୋଲିଯିମ୍ କୁ ବୃଦ୍ଧି କରିବା ପାଇଁ ଆପଣ ନିୟମିତ ଭାବରେ କିଛି ନା କିଛି ମାତ୍ରାରେ ଶାରୀରିକ ପରିଶ୍ରମ
କରନ୍ତୁ ଏବଂ ଏଥି ସହ କୌଣସି ବି ଜଙ୍କ ଫୁଡ୍ ନ ଖାଇ ଦିନ ସାରା ନିଜର ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ଏହାକୁ ୫ ରୁ ୬ ଥର ଭାବରେ ଖାଆନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ପେଟରେ ପୁଷ୍ଟିକର ଖାଦ୍ୟ ତୁରନ୍ତ ହଜମ ହେବା ସହ ଆପଣ ଅଧିକ ମଧ୍ୟ ଖାଇ ପାରିବେ ନାହିଁ । ଏଥି ସହ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ର ୫୦୦ ରୁ ୬୦୦ କ୍ୟାଲୋରୀ ଅଧିକ ହଜମ ହୋଇଥାଏ । ଆପଣ ସକାଳୁ କଦଳୀ , ଅଣ୍ଡା ଇତ୍ୟାଦି ପରେ ଓଟସ୍,ସେଓ ଇତ୍ୟାଦି ପରେ ସାଲାଡ଼ ଇତ୍ୟାଦି ମଧ୍ୟାହ୍ନ ରେ ଭାତ କିମ୍ବା ରୁଟି ଏବଂ ପରେ ନଟସ ଏବଂ ପରେ ରୁଟି ସନ୍ତୁଳା ଇତ୍ୟାଦି ଖାଇ ପାରିବେ ।