1

ଓଡ଼ିଶାକୁ ଆସିଲେ କମେଡିଆନ କପିଲ୍ ଫିଲ୍ମ ସୁଟିଂ ବାହାନାରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କରିଲେ ଭେଟ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଵୋଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,

ତେଵେ ଵୋଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ଷ୍ଟାଇଲିସ ମଧ୍ୟ ହୋଇଥାନ୍ତି , ତେବେ ଆଜି ଆମେ କଥା ହେବା ପ୍ରସିଦ୍ଧ ଜଣାଶୁଣା କମେଡିଆନ ଯିଏକି ସାରା ଭାରତକୁ ନିଜ କଥାରେ ହସାଇ ହସାଇ ମୋହିତ କରିଦେଇଛନ୍ତି , ସେ ଆଉ କେହି ନୁହେଁ ଦି କପିଲ୍ ଶର୍ମା ସୋର ମାଲିକ , ମାତା ଜଣେ ହାସ୍ୟ ଅଭିନେତା କପିଲ ଶର୍ମା , ଯିଏକି ଆଜି ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନିବାସରେ ଆସି ନବୀନଙ୍କୁ ଭେଟିଛନ୍ତି ,

nabeen

ତେବେ ଆସନ୍ତୁ ଜାଣିବା ନବୀନ କପିଲ ଙ୍କୁ ଭେଟିବା ପରେ କଣ ହେଲା , ମୁଖ୍ୟ ମନ୍ତ୍ରୀ ନବୀନଙ୍କୁ କଣ ଉପହାର ଦେଇଛନ୍ତି , ବର୍ତମାନ ରାଜଧାନୀ ଭୁବନେଶ୍ଵରରେ ଅଛନ୍ତି କମେଡି କିଙ୍ଗ କପିଲ୍ ଶର୍ମା , ତେବେ ବର୍ତମାନ ସେ ରାଜଧାନୀ ରାସ୍ତାରେ ଅଧ ରାତିରେ ଏକା ଏକା ବୁଲିବାର ମଜା ନେଉଛନ୍ତି କପିଲ ଶର୍ମା , ସେ ଭୋର ସକାଳ ୫ଟା ସମୟରେ ବୁଲୁଥିବାର ଦେଖିବାକୁ ମିଳିଥିଲା , ଏଜିଓ , ପୋଲି କମିସନର ଡିପାର୍ଟମେଣ୍ଟ ଅଫିସ ଦେଇ ଯିବାର ଦେଖିବାକୁ ମିଳିଥିଲା ,

2

ଭୁବନେଶ୍ୱରରେ ଵୁଲି ଦେଖୁଥିବା କପିଲ ଆଜି ନିଜ ଇନ୍ଷ଼ଟାଗ୍ରାମରେ ପୋଷ୍ଟ କରିଛନ୍ତି , ଯାହା ବର୍ତମାନ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଶେଷରେ ସେ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ , କେବଳ ଯେ କପିଲ୍ ଶର୍ମା ନୁହେଁ ବରଂ ଓଡ଼ିଆ ଝିଅ ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି , ଉଭୟଙ୍କ ସହ ବେଶ ଆଲୋଚନା କରିଥିଲେ ନବୀନ ପରେ ଭାରତୀୟ ଜର୍ସି କୁ ଉପହାର ସ୍ବରୂପ ଦେଇଥିଲେ ନବୀନ , ଏଥିସହିତ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ମଧ୍ୟ ନବୀନ ତାଙ୍କୁ ଦେଇଛନ୍ତି ,

ତେବେ ହୁଏତଃ ଫିଲ୍ମ ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ଵରରେ ଅଛନ୍ତି କମେଡିଆନ କପିଲ୍ ଶର୍ମା , ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କମେଡିଆନ କପିଲ୍ ଶର୍ମା ଏକ ଡେଲିଭରି ଵୋଏ ଭାବେ ଅଭିନୟ କରୁଛନ୍ତି , ପାଖାପାଖି ୧୦ ଦିନ ହେବ ଭୁବନେଶ୍ବରରେ ଏହି ଫିଲ୍ମର ସୁଟିଂ ଚାଲିଥିଲା , ସୁଟିଂ ସମୟରେ ଲୋକଙ୍କ ଦେଖିବାକୁ ମଧ୍ୟ ପ୍ରଵଳ ଉତ୍ସାହ ମିଳିଥିଲା , ତେବେ ଏହିପରି ଭାବରେ ତାଙ୍କର ସେ ଓଡ଼ିଶା ଭ୍ରମଣ କରିଥିଲେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *