rasi

୨୬ ମାର୍ଚ୍ଚ ଶନିବାର ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ । ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ଆନନ୍ଦର ମାତ୍ରା ବଢ଼ିବ। ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ନକାରାତ୍ମକତା ଚିନ୍ତା ଅଧିକ ରହିବ। ଶେୟାର ବ୍ୟବସାୟରେ ସମ୍ଭାଳିକରି ନିବେଶ କରିବେ।

ବୃଷ : ଆଜି ଆପଣ ନମ୍ରତାର ସହିତ ବ୍ୟବହାର କରନ୍ତୁ ଏବଂ ନିଜ ପ୍ରିୟଜନ ମାନଙ୍କ ସହିତ ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତୁ ସେମାନେ ଆପଣଙ୍କୁ ଆପଣଙ୍କର ବ୍ୟବହାର ପାଇଁ ଧନ୍ୟବାଦ ଦେବେ ଆଜି ଆପଣ ଅନୁଭବ କରିବେ । ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।

ମିଥୁନ : ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ । ଦିନ ମଧ୍ୟମ ଫଳଦାୟୀ ରହିବ। ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ହୋଇପାରେ। ପରିବାରରେ ବାଦ-ବିବାଦ ହୋଇପାରେ। ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ଯୋଡ଼ିହୋଇ ରହିବେ।

mithun

କର୍କଟ : ଆଜି ଆପଣ କୌଣସି ସ୍ୱାର୍ଥ ନଥିଲେ ସହାୟତା କରନ୍ତୁ । ଏଥିରୁ ଆପଣଙ୍କୁ ଖୁସି ମିଳିବ । ଆଜି ଆପଣଙ୍କ ପାଇଁ ସମ୍ପର୍କର ମହତ୍ତ୍ୱ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ । ନିଜ ପ୍ରିୟଜନମାନଙ୍କ ସହିତ ସମୟ କଟାଇଲେ ଆପଣଙ୍କୁ ବହୁତ ଖୁସି ଲାଗିବ ।ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ।

ସିଂହ : ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ବନ୍ଧୁମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଝଗଡ଼ା ହୋଇପାରେ। ଆଜି କିଛି ଅଧିକ ଆଧ୍ୟାତ୍ମିକତା ଆପଣଙ୍କ ବ୍ୟବହାରରେ ଦେଖିବାକୁ ମିଳିବ। ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସା ପ୍ରତି ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ଦେଖାଯିବ। ଅଫିସରେ ଆପଣଙ୍କ ପ୍ରଭାବ ବଢ଼ିବ। ଅଧିକାରୀମାନଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ମାନସିକ ଶାନ୍ତି ଆପଣଙ୍କ ମନରେ ରହିବ।

କନ୍ୟା : ସାମାଜିକ ସମାରୋହକୁ ଆପଣ ସର୍ବଦା ମନେରଖିବେ । ଆଜି ଆପଣଙ୍କ ଘରେ ଲୋକମାନଙ୍କ ଗହଳି ଚ଼ହଳି ଲାଗିରହିବ । ବୋଧହୁଏ ସେମାନେ ଆପଣଙ୍କ ଘରେ ରହିପାରନ୍ତି । ତଥାପି ଆପଣଙ୍କ ଦିନଚ଼ର୍ଯ୍ୟାରେ ପରିବର୍ତ୍ତନ ହେବ । ନକାରାତ୍ମକ ବିଚାରକୁ ମନରୁ ଦୂର କରିବାକୁ ଉପଦେଶ। ଖାଦ୍ୟ-ପେୟରେ ଧ୍ୟାନ ରଖିବେ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। କୌଣସି କାରଣବଶତଃ ବାହରକୁ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ। ମଧ୍ୟାହ୍ନ ପରେ ବୌଦ୍ଧିକ ଅଥବା ସାହିତ୍ୟିକ ପ୍ରବୃତ୍ତିଗୁଡ଼ିକରେ ରୁଚି ରହିବ। ସନ୍ତାନମାନଙ୍କର ପ୍ରଶ୍ନରେ ମାନସିକ ବ୍ୟଗ୍ରତା ବଢ଼ିବ। ଧନର ଖର୍ଚ୍ଚ ଅଧିକ ନ ହେଉ ଏହାର ଧ୍ୟାନ ରଖିବେ।

kanya

ତୁଳା : ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ସନ୍ତାନମାନଙ୍କର ପ୍ରଗତିରେ ମନ ପ୍ରସନ୍ନ ରହିବ। ଗୃହସ୍ଥ ଜୀବନ ଆନନ୍ଦପୂର୍ବକ ବିତିବ।

ବିଚ୍ଛା : ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବେ । ଆଜି ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ସ୍ଵାଦିଷ୍ଟ ଏବଂ ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କୁ ସାଥିରେ ପାଇ ଆପଣ ପ୍ରସନ୍ନ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଚାନକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ। ଚାକିରି-ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ କାବୁ ରଖିବେ ଏବଂ ନୂଆ କାମ ଆରମ୍ଭ କରିବାରେ ସାବଧାନ ପୂର୍ବକ କରିବେ।

ଧନୁ : ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ । ଆପଣଙ୍କ ବ୍ୟାପାରର ବିସ୍ତାର ହେବ। ଉଚିତ କାର୍ଯ୍ୟଗୁଡ଼ିକ ଉପରେ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀମାନଙ୍କ ଲାଭ ହେବାର ସମ୍ଭାବନା ଅଛି। ଆୟର ବୃଦ୍ଧି ହେବାପାଇଁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ଯୋଗ ଅଛି। ବିଚାରରେ ଦ୍ୱନ୍ଦ୍ୱ ରହିବ। ଯାତ୍ରା ଯୋଗ ଅଛି। ଆକସ୍ମିକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ହୋଇପାରେ, ତଥାପି ମଧ୍ୟ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

dhanu

ମକର : ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଆଜିର ଦିନ ଆପଣଙ୍କପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହ ପ୍ରଶ୍ନର ନିରାକରଣ ହୋଇଯିବ। ଯାତ୍ରା ଯୋଗ ଅଛି ମିତ୍ରମାନଙ୍କଠାରୁ ଉପହାର ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅଧିକ ଶ୍ରମ କରିବା ଉପରେ ମଧ୍ୟ କମ ଫଳ ପ୍ରାପ୍ତି ହୋଇପାରେ। ଅଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆପଣଙ୍କ ମନ ଅଧିକ ହେବ।

କୁମ୍ଭ : ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ । ସଂପତ୍ତି ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକରେ ଏବଂ ଗୃହସ୍ଥ ଜୀବନର ପ୍ରଶ୍ନର ନିରାକରଣ ହେବ। ବ୍ୟାବସାୟୀ ଲୋକମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ। ଭାଇ-ବନ୍ଧୁମାନଙ୍କର ବ୍ୟବହାର ସହଯୋଗପୂର୍ଣ୍ଣ ରହିବ। ଶତ୍ରୁ ପରାସ୍ତ ହେବେ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରତିକୂଳତା ରହିବ। ବ୍ୟାବହାରିକ ଜୀବନରେ ଅପଯଶ ମିଳିବାର ସମ୍ଭାବନା ଅଛି। ଧନ ହାନିର ଯୋଗ ଅଛି।

ମୀନ : ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ । ସ୍ଵାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ରହିବ। ମନରେ ଯାହା ଦ୍ୱନ୍ଦ୍ୱ ରହିବ ତାହାର ନିରାକରଣ ମିଳିଯିବ। ଶରୀର ଏବଂ ମନ ଦ୍ୱୟ ସ୍ଵସ୍ଥ ରହିବେ।

Leave a Reply

Your email address will not be published. Required fields are marked *