ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀର୍ଘ ୧୩୭ ଦିନ ପରେ ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର , ତା ସହିତ ଘରୋଇ ସିଲିଣ୍ଡର୍ ମଧ୍ୟ ମହଙ୍ଗା ହୋଇଛି , ତେବେ ଆସନ୍ତୁ ଜାଣିବା କେତେ ବଢ଼ିଛି ଏବଂ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ବଢିବ ପରେ ତେ ଦର କଣ ରହିଛି , ତେବେ ବର୍ତମାନ ୟୁକ୍ରେନ ଏବଂ ଋଷ ଆକ୍ରମଣ ଯୋଗୁଁ ଅସହିତ ତୈଳର ଵେରେଲ ପିଛା ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ୱେ ତେଲ କମ୍ପାନୀ
ଗୁଡ଼ିକ ଦାମ ବଢ଼ାଇନଥିଲେ କାରଣ ଉତ୍ତର ପ୍ରଦେଶ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଯୋଗୁଁ ସରକାରୀ ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢାଇ ନଥିଲେ , ଏପରି କି ନିର୍ବାଚନ ଫଳ ୧୦ ତାରିଖରେ ପ୍ରକାଶ କରିବା ପରେ ତେଲ ଦର କାଲି ସୁଦ୍ଧା ସଂଶୋଧନ କରାଯାଇନଥିଲା କିନ୍ତୁ ଦୀର୍ଘ ୧୩୭ ଦିନ ପରେ ଆଜି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର ସମସ୍ତ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ,
ଆଜି ସକାଳ ସକାଳ ନୂଆ ଦର ଲାଗୁ ହୋଇଛି ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ବଢ଼ିଛି , ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କଣ ଦର ରହିଛି , ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ୯୬ ବୃଦ୍ଧି ପାଇବା କାରଣରୁ ଲିଟର ପିଛା ୧୦୨. ୭୪ ପଇସା ହୋଇଛି , ସେହିପରି ଡିଜେଲ୍ ଦର ୯୨.୫୪ ପଇସା ବୃଦ୍ଧି ପାଇଛି , ବାଲେଶ୍ଵରରେ ପେଟ୍ରୋଲ ଦର ବୃଦ୍ଧି ପାଇଁ ୧୦୨.୨୫ ଏବଂ ଡିଜେଲ ଦର ବୃଦ୍ଧି ପାଇ ୯୨.୪୯ ହୋଇଛି ରାଉଲକେଲାରେ ପେଟ୍ରୋଲ ଦର ୧୦୩.୭୯ ଟଙ୍କା
ବୃଦ୍ଧି ପାଇଛି ଏବଂ ଡିଜେଲ ଦର ୯୨.୫୯ଟଙ୍କା ବୃଦ୍ଧି ପାଇଛି , ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୧୦୮.୩୯ ଛୁଇଁଛି ଏବଂ ଡିଜେଲ ୯୮.୩୦ ଛୁଇଁଛି , ଏଥିସହିତ ବୃଦ୍ଧି ପାଇଛି ଘରୋଇ ସିଲିଣ୍ଡର୍ , ଦେଶ ବାସୀଙ୍କ ଉପରେ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବଢିବ ସହିତ ଘରୋଇ ସିଲିଣ୍ଡର୍ ମଧ୍ୟ ବଢ଼ିଛି , ଘରୋଇ ସିଲିଣ୍ଡର୍ ଘର ପିଛା ୫୦ ଟଙ୍କା ହିସାବରେ ପଢୁଛି ,
ଏବେ ଗତ ଅକ୍ଟୋବର ମାସରେ ସିଲିଣ୍ଡର ଦର ବଢିଥିଲା , ଘରୋଇ ସିଲିଣ୍ଡର୍ ଦାମ ଵଢିବା ପୂର୍ବରୁ ଦିଲ୍ଲୀରେ ୮୯୯.୫୦ ପଇସା ଥିବା ବେଳେ ତାହା ବର୍ତମାନ ୯୪୯ ଟଙ୍କାରେ ପହଞ୍ଚି ସାରିଛି , ସେହିପରି କଲିକତାରେ ୯୨୬ ଟଙ୍କା ଥିବା ବେଳେ ୯୭୬ ଟଙ୍କା ବଢ଼ି ଯାଇଛି ତେଵେ ଦିନକୁ ଦିନ ଦର ବୃଦ୍ଧି ପାଇବାରେ ଲାଗିଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।