ଅନେକ ବ୍ୟକ୍ତି ମାନେ କହିଥାନ୍ତି ରାତିରେ ଶୋଇବା ସମୟରେ ସେମାନଙ୍କର ସ୍ୱପ୍ନରେ ଝିଅଟି ଦେଖାଗଲା।ଏହାର କାରଣ କଣ ସେମାନେ ଜାଣିବାକୁ ଚେଷ୍ଟା କରିଥାନ୍ତି।ସେମାନେ କହିଥାନ୍ତି କି ମୋତେ ସବୁବେଳେ ସ୍ୱପ୍ନରେ ଦେଖାଯାଉଛି।କଣ ମୁଁ ତାକୁ ଭଲ ପାଉଛି ନା ସେ ମୋତେ ଭଲପାଉଛି।ଦେଖନ୍ତୁ ଭାଇ ଆପଣ ରାତିରେ ଶୋଇବା ସମୟରେ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହାକୁ ଆପଣ ଦିନର ସ୍ୱପ୍ନରେ ତିଆରି କରିଥାନ୍ତି।ଯଦି ଆପଣ ଦିନରେ ଭାବୁଛନ୍ତି କି ମୁଁ ସେହି ଝିଅଟି ସହିତ ଯାଉଛି।ସେହି ଝିଅ ସହିତ ମୋର ବାହାଘର ହେଇ ଯାଉଛି ।ଏପରିକି ଆମର ପିଲା ଛୁଆ ମଧ୍ୟ ହୋଇଗଲେ ଇତ୍ୟାଦି ଇତ୍ୟାଦି ବିଷୟରେ ଆପଣ ଚିନ୍ତା କରୁଛନ୍ତି।ଆପଣ ମାନେ ରାତିରେ ସେହି ସ୍ୱପ୍ନ ଦେଖିଥାନ୍ତି ଯାହାକୁ ଆପଣ ମାନେ ଦିନରେ ତିଆରି କରିଥାନ୍ତି।ଏହା କୌଣସି ଏକ ବଡ କଥା ନୁହେଁ।ଏହା ଅତି ସାଧାରଣ କଥା।ଏଥିରେ ଏକ ମାତ୍ର କଥା ସମ୍ଭବ ତାହା ହେଉଛି ସେହି ଝିଅଟିର ପ୍ରଭାବ ଆପଣ ମାନଙ୍କ ମନରେ ପଡୁଛି।
ସେହି ଝିଅଟି ସମ୍ପୂର୍ଣ ଭାବରେ ଆପଙ୍କର ମୁଣ୍ଡରେ ସେଟ ହୋଇ ଯାଇଛି।ସେଥିପାଇଁ ତ ଆପଣ ତାଙ୍କୁ ମନେପକାଉ ଛନ୍ତି।ତାଙ୍କର କଥା ଭାବୁଛନ୍ତି।ପ୍ରତିଟି କ୍ଷେତ୍ରରେ ସେମାନଙ୍କୁ ଦେଖୁଛନ୍ତି।ବହୁତ ମାତ୍ରାରେ ସମ୍ଭାବନା ଅଛିକି ଆପଣ ସେହି ଝିଅଟିକୁ ପସନ୍ଦ କରୁଛନ୍ତି।ଏଗୁଡ଼ାକ ସବୁ ସାଧାରଣ କଥା।ଏଥିରେ ଭାବିବାର କିଛି ନାହିଁ।ଏହା ଭାବିବେ ନାହିଁକି ଆରେ ମୁଁ ସେହି ଝିଅଟିକୁ ଭଲ ପାଉଛି।ସେହି ଝିଅଟି ମଧ୍ୟ ଭଲପାଉଛି ବୋଲି।ଏହା ଚିନ୍ତା କରିବେ ନାହିଁ।କେହି କେହି ମଧ୍ୟ କହିଥାନ୍ତି କି ଯଦି ସେହି ଝିଅଟି ମୋର ସ୍ୱପ୍ନରେ ଆସୁଛି ତେବେ ସେହି ଝିଅଟି ମୋତେ ମଧ୍ୟ ଭଲପାଉଛି।ମୋ ବିଷୟରେ ଭାବୁଛି।ଏହା ଜମା ନୁହେଁ।ସେହି ଝିଅଟିର ମନର କଥାକୁ ଆପଣ କେମିତି ଭାବିବେ ବା କହିବେ।ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।ଏଠାରେ ଆପଣଙ୍କର ସ୍ୱପ୍ନରେ ଯେଉଁ ଭାବନା ଆସିଥାଏ ତାହା ଆପଣ ମାନଙ୍କ ଉପରେ ଡିପେଣ୍ଡ କରିଥାଏ।ନା କି ସେହି ଝିଅ ଉପରେ ଡିପେଣ୍ଡ କରିଥାଏ।ଆପଣ ନିଜର ଭାବନାକୁ ନିଜର ସ୍ୱପ୍ନରେ ଦେଖିଥାନ୍ତି।
ଯଦି ଆପଣ ସେହି ଝିଅଟିକୁ ପଟାଇବାକୁ ଚାହୁଁଛନ୍ତି ତେବେ ଏହା ହେଉଛି ଗୋଟିଏ ଭଲ ମାଧ୍ୟମ।ସାଧାରଣତଃ ଝିଅ ମାନେ ନିଜର ପ୍ରଶଂସା ଶୁଣିବାକୁ ଭଲପାଇ ଥାଆନ୍ତି।ସେମାନଙ୍କୁ ଗପ ଶୁଣିବାକୁ ଭଲ ଲାଗିଥାଏ।ତେବେ ଆପଣ ଯାଇ ସେହି ଝିଅଟିକୁ ନିଜର ସ୍ବପ୍ନ ବିଷୟରେ କହିବେ ।ସେହି ଝିଅଟିର ଆପଣ ଯେତେ ପ୍ରଶଂସା କରିପାରିବେ।ତାକୁ କହିବେ କି ତମେ ମୋର ସ୍ୱପ୍ନରେ କଣ ପାଇଁ ଆସୁଛ କେଜାଣି।ତାକୁ କହିବେ ତମ ସହିତ ମୁଁ ଏଠାକୁ ଯାଇଥିଲି ସେଠାକୁ ଯାଇଥିଲି।ବିଭିନ୍ନ ପ୍ରକାରର କଥା କହିବେ ଯେପରି ସେହି ଝିଅଟି ହସିବାକୁ ଲାଗିଥାଏ।ସର୍ବଦା ଆପଣ ଝିଅଟି ସହିତ କଥା ହେବା ସମୟରେ ଜୋକରେ କଥା ହେବେ।ଏହା କରିବା ଦ୍ୱାରା ଝିଅଟି ମଧ୍ୟ ଆପଣଙ୍କ ସହିତ କଥା ହେବ।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।