3

ମେଷ ରାଶିର ଏପ୍ରିଲ ମାସର ମାସିକ ରାଶିଫଳ, ଶୁଭ ଫଳ ପାଇ କଣ କରିବେ ପ୍ରତିକାର |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଏପ୍ରିଲ ମାସର ମେଷ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,

ଆଜି ଆମେ ଏହି ସବୁକୁ ବିଶ୍ଲେଷଣ କରି କହିବୁ , ଯଦି ଆମେ ମେଷ ରାଶିର ଵ୍ୟକ୍ତି ବିଶେଷଙ୍କ ମାନଙ୍କ ବ୍ୟକ୍ତିତ୍ଵ ବିଷୟରେ କଥା ହେବା ତେବେ ମେଷ ରାଶିର ଵ୍ୟକ୍ତି ହେଉଛନ୍ତି ସ୍ପଷ୍ଟଵାଦି , ମେଷ ରାଶିର ଅଧିପତି ଗ୍ରହ ମଙ୍ଗଳା ମହାଗ୍ରହ , ମଙ୍ଗଳ ଗ୍ରହ ମେଷ ରାଶିର ଅଧିପତି ଗ୍ରହ ହୋଇଥିବାରୁ ମେଷ ରାଶୀର ଵ୍ୟକ୍ତି ମାନେ ସାହାସୀ , ପରାକ୍ରମୀ , ସ୍ପଷ୍ଟଵାଦୀ ହୋଇଥାନ୍ତି , ବେଳେ ବେଳେ ମେଷ ରାଶିର ଵ୍ୟକ୍ତି ମାନେ ସାମାନ୍ୟ କଥାରେ ଚିଡି ଯାଇଥାନ୍ତି କିନ୍ତୁ ରୋକ ଠୋକ ମତ ପାଇଁ ସେମାନେ ଅନ୍ୟ ପାଖରେ ପ୍ରସଂସା ପାଇଥାନ୍ତି ସେମାନେ ନିଜର ମନ୍ତବ୍ୟ ରୋକ୍ ଠୋକ୍ ଭାବେ ରଖିଥାନ୍ତି , ଅନେକ ସମୟରେ ସେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିଥାନ୍ତି ,

rasi4

ମେଷ ରାଶିର ଵ୍ୟକ୍ତି ମାନଙ୍କୁ କିଏ ମିଠା କଥା କହିଦେଲେ ଆପଣ ତାର ନିଜର ହୋଇଯାଆନ୍ତି , ମେଷ ରାଶିର ପାରିବାରିକ କ୍ଷେତ୍ରରେ ନିଜର ଗୁରୁତ୍ଵ ରହିଥାଏ , ମେଷ ରାଶିର ଵ୍ୟକ୍ତି ବିଶେଷ ହୋଇଥିଲେ ତାଙ୍କର ମତାମତକୁ ସମସ୍ତେ ଗ୍ରହଣ କରନ୍ତି , ଆସନ୍ତୁ ଆଜି ଆମେ ଜାଣିବା ମେଷ ରାଶିର ଵ୍ୟକ୍ତି ମାନଙ୍କୁ ଏହି ମାସରେ କି ଫଳ ପାଇବେ , ତେବେ ଏହି ମାସରେ ମେଷ ରାଶିର ଲୋକମାନେ କୈାଣସି ଫଳ ନ ପାଇ ପାରନ୍ତି , ପରିଵାର ବର୍ଗ ଠାରୁ ସମସ୍ତ ସହଯୋଗ ଆଶା କରିବେ , କହିବାକୁ ଗଲେ ଆପଣ କୈାଣସି ସମସ୍ୟାରେ ପଡ଼ିଥିବେ ତେବେ ପରିବାର ଲୋକେ ନିଶ୍ଚିତ ସାହାଯ୍ୟ କରିବେ , କିନ୍ତୁ ଏହି ମାସରେ କିଛି କଳହ ସୃଷ୍ଟି ହୋଇପାରେ , ଏଥିପାଇଁ ଆପଣ ଟିକେ ଧ୍ୟାନ ଦିଅନ୍ତୁ , ସେଥିପାଇଁ ପରିବାର ବର୍ଗ ସହ ମିଳା ମିଶି କରନ୍ତୁ ,

rasi1

କୈାଣସି ଛୋଟ ଛୋଟ କଥାକୁ ନେଇ କଳି ଝଗଡ଼ାରେ ମୁଣ୍ଡ ପୁରାନ୍ତୁ ନାହିଁ , ନଚେତ ଆପଣ କଳି ଝଗଡାରେ ଫଶି ଯାଇ ପାରନ୍ତି , ଆୟ ତୁଳନାରେ ଵୟର ମାତ୍ରା ବଢିବ , ଯେତିକି ଆୟ କରିଛନ୍ତି ତାହା ମଧ୍ୟ ଖର୍ଚ୍ଚ ହୋଇଯାଇପାରେ , ସେଥିପ୍ରତି ଆପଣମାନେ ନିହାତି ଧ୍ୟାନ ଦେବା ଦରକାର , ଯେତିକି ଖର୍ଚ୍ଚ କରୁଛନ୍ତି ସେ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ , ମହିଳା ଓ ପିଲାମାନଙ୍କ ପାଇଁ ମାସଟି ଶୁଭ ରହିବ , ମହିଳାମାନେ କୈାଣସି ନୂତନ କାର୍ଯ୍ୟ କରିପାରନ୍ତି , କୈାଣସି ନୂତନ ଜାଗାକୁ ବୁଲା ବୁଲି କରିବାକୁ ମଧ୍ୟ ଯାଇପାରନ୍ତି , ପିଲାମାନେ ପାଠ ପଢ଼ାରେ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ ହେବେ ,

କହିବାକୁ ଗଲେ ମାସଟି ଆପଣ ମାନଙ୍କ ପାଇଁ ଭଲ ହି ଅଛି , ସାମାନ୍ୟ ଖରାପ ଥିବାରୁ ଆପଣମାନେ ଏଥିପାଇଁ ପ୍ରତିକାର ସ୍ବରୂପ ଶିଵ ମନ୍ଦିର ଯାଆନ୍ତୁ , ଆଉ ଦର୍ଶନ କରନ୍ତୁ ଯଦି ଶିଵ ମନ୍ଦିରକୁ ଯାଇପାରୁନାହାନ୍ତି ତେବେ ପ୍ରତ୍ୟେକ ସୋମବାର ମନ୍ଦିର ଯାଆନ୍ତୁ , ଏହା ଦ୍ଵାରା ଶନି ଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ , ଏବଂ ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହେବ , ଏହା ସହ ଶୁଭ ଫଳ ନିଶ୍ଚିତ ପ୍ରାପ୍ତ କରିବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *