ବନ୍ଧୁ ଆଜି ଆମେ ଜାଣିବା ଏହି ୫ ଟି ଖାଦ୍ୟ ଯାହା ଦ୍ୱାରା ଆପଣଙ୍କ ଓଜନ କମାଇବା ସହ ଆପଣ ଙ୍କୁ ସୁନ୍ଦର ତ୍ଵଚା ପାଇ ପାରିବେ।
୧)କନ୍ଦମୂଳ:-
ବନ୍ଧୁ ଏହା ଆଳୁ ଭଳି ଦେଖାଯାଏ କିନ୍ତୁ ଏହା ଆଳୁ ଠାରୁ ବହୁତ ମିଠା ଲାଗିଥାଏ।ଏବଂ ଏଥିରେ କାର୍ବୋହାଇଡରେଟ ଥାଏ ଯାହା କି ଆମକୁ ଶକ୍ତି ଦେଇଥାଏ ଏବଂ ବ୍ୟାୟାମ କରିବା ରେ ସାହାଯ୍ୟ କରେ।ଏବଂ ଏଥିରେ ସବୁଠାରୁ ବଡ଼ ଜିନିଷ ହେଉଛି ବିଟା କ୍ୟାରୋଟିନ ର ମାତ୍ରା ବହୁତ ପରିମାଣ ରେ ଥାଏ। ଏବଂ ଭିଟାମିନA ର ମାତ୍ରା ବହୁତ ଅଧିକା ଥାଏ। ଭିଟାମିନA ଆମ ଶରୀର ରେ ଆଖି ର ଶକ୍ତି ବଢ଼ାଇଥାଏ।ଏହା ସହିତ ସେ ତ୍ବଚା ଏବଂ କେଶ ର ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏବଂ ଏହାକୁ ଓଜନ ବଢାଇବା ଏବଂ ଓଜନ କମାଇବା ଦୁଇ ପ୍ରକାର ରେ ବ୍ୟବହାର କରାଯାଇପାରେ।
୨)ବାଦାମ:-
ଏହା ଆମ ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ।ଏହା ଆମ ମସ୍ତିଷ୍କ ର ଶକ୍ତି କୁ ବୃଦ୍ଧି କରିଥାଏ।ଏହା ସହିତ ଟାଇପ୨ ଡାଇବେଟିସ କୁ କମ କରିବା ସହ ଶରୀର ରେ ରକ୍ତ ଚାପ କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ।କେବଳ ଏତିକି ନୁହେଁ ଏଥିରେ ଭିଟାମିନଇ ମଧ୍ୟ୍ୟ ରହିଥାଏ। ଏହାକୁ ବ୍ୟବହାର କରିବା ପାଇଁ ରାତିରେ ୨-୩ ଟି ବଦାମ କୁ ପାଣି ରେ ଭିଜେଇକରି ରଖିଦିଅନ୍ତୁ।ଏବଂ ସଖାଳୁ ଉଠିକରି ଏହକୁ ଖାଲି ପେଟ ରେ ସେବନ କରନ୍ତୁ।
୩) କ୍ଵିନୋଆ:-
ଏହା ଦେଖିବାକୁ ବହୁତ ସରୁ ସରୁ ହୋଇଥାଏ। ଏଥିରେ ଫାଇବର ମାତ୍ରା ୨-୩ ଗୁଣ ଅଧିକ ହୋଇଥାଏ ଯାହାକି ମୋଟା ହେବା ରୁ ରକ୍ଷାକରିଥାଏ।
ଏହା ସହିତ ଏହା ପାଚନ କ୍ରିୟା କୁ ବୃଦ୍ଧି କରିବା ରେ ମଧ୍ୟ ସାହାଯ୍ୟ କରିଥାଏ।
୪)ଚଣା:-
ବନ୍ଧୁ ଚଣା ଏକ ଏମିତି ଖାଦ୍ୟ ଯାହାକୁ ଆପଣ ବହୁତ ଉପାୟ ରେ ବ୍ୟବହାର କରିପାରିବେ।ଏହାକୁ ସିଝାଇ କରି ଏବଂ ଭାଜି କରି ମଧ୍ୟ ଖାଇପାରିବେ। ଏବଂ ଚଣା ରେ କାରବୋ ହାଇଡରେଟ ଏବଂ ପ୍ରୋଟିନ ସଠିକ ମାତ୍ରା ରେ ଥାଏ। ସେଥିପାଇଁ ଏହାକୁ ଓଜନ ବଢାଇବା ଏବଂ କମାଇବା ରେ ବ୍ୟବହାର କରାଯାଇପାରେ।
୫) କଖାରୁ ର ମଞ୍ଜି:-
ବହୁତ ଲୋକ କଖାରୁ ତ ଖାନ୍ତି,ହେଲେ କଖାରୁ ର ମଞ୍ଜି ରୁ ମିଳୁଥିବା ଫାଇଦା ବିଷୟରେ ଜାଣିନାହାନ୍ତି । କାରଣ କଖାରୁ ର ମଞ୍ଜି ରେ ଭିଟାମିନଇ ସହିତ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ।ଏଥିରେ ମାଗ୍ନେସିୟମ,କପର ଏବଂ ଆଇରନ ମଧ୍ୟ ସଠିକ ମାତ୍ରା ରେ ରହିଥାଏ। ଯାହାକି ଆମର ର କେଶ ର ବୃଦ୍ଧି ହେବା ରେ ସାହାଯ୍ୟ କରିଥାଏ।ଏହାକୁ ଆପଣ ଗୋଟିଏ ଛୋଟ ଚାମଚ ମଞ୍ଜି କୁ ରାତି ରେ ପାଣି ରେ ଭିଜାଇ ରଖିଦିଅନ୍ତୁ ଏବଂ ଏହା କୁ ସକାଳୁ ଉଠିକରି ଚୋବାଇ କରି ଖାନ୍ତୁ।