ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିନେବା କି 2022 ମସିହାରେ କେତଟି ସୂର୍ଯ୍ୟ ଗ୍ରହଣ ଏବଂ କେତୋଟି ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଅର୍ଥାତ ଏହି ବର୍ଷ ସମୁଦାୟ କେତଟି ଗ୍ରହଣ ଲାଗିବ ଏବଂ ଏହି ସୂବୁ କେଉଁ ତିଥି ରେ ଲାଗିବ ସେହି ବିଷୟ ରେ ସୂଚନା ପ୍ରଦାନ କରିବୁ । ତେବେ 2022 ରେ ସମୁଦାର ଦୁଇଟି ଆଶିଂକ ସୂର୍ଯ୍ୟ ପରାଗ ଲାଗିବ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ ।
ତେବେ ଏହି ବର୍ଷ ସୂର୍ଯ୍ୟ ପରାଗ ଦୁଇଟି ଆଶିଂକ ରହିବ ଏବଂ ଚନ୍ଦ୍ର ଗ୍ରହଣ ଦୁଇଟି ପୂର୍ଣ୍ଣ ରହିବ। ତେବେ ପ୍ରଥମେ ସୂର୍ଯ୍ୟ ପରାଗ ବିଷୟ ରେ କହିବାକୁ ଗଲେ 30 ଏପ୍ରିଲ 2022 ଶନିବାର ଦିନ ଏହି ସୂର୍ଯ୍ୟ ପରାଗ ଲାଗିବ । ହେଲେ ଏହା ଭାରତ ରେ ଦୃଶ୍ୟ ମାନ ହେବ ନାହିଁ । ଏହି ଗ୍ରହଣ ଦକ୍ଷିଣ ଆମେରିକା , ପ୍ରଶାନ୍ତ ମହାସାଗର , ଆଣ୍ଟରର୍ଟିକା ର ଦକ୍ଷିଣ ଭାଗରେ ଦେଖାଦେବ । ସେହିଥି ପାଇଁ ଏହି ସବୁ ସ୍ଥାନରେ ଗ୍ରହଣ ର ପ୍ରଭାବ ବହୁତ ମାତ୍ରା ରେ ରହିବ ।
ତେବେ ସେହି ପରି ଦ୍ୱତୀୟ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି 25 ଅକ୍ଟୋବର 2022 ମଙ୍ଗଳବାର ଦିନ ଏହି ସୂର୍ଯ୍ୟ ପରାଗ ଦ୍ୱୀପାବଳୀ ପର ଦିନ ଲାଗିବା ପାଇଁ ଯାଉଛି । ତେବେ ଏହି ପରାଗ ଭାରତରେ ଦେଖାଦେବ । ଏବଂ ଏହାର ସବୁ ନିୟମ ମଧ୍ୟ ମାନ୍ୟ ରହିବ । ଏହି ପରାଗ , ଉତ୍ତର , ଦକ୍ଷିଣ ଆମେରିକା , ଇୟୁରୋପ , ଏସିଲା ଏବଂ ଆଣ୍ଟାର୍ଟିକା ମହାସାଗର ରେ ଏହା ଦେଖାଦେବ । ତେବେ ଏହା ଭାରତ ଏବଂ ଓଡିଶାରେ ମାନ୍ୟ ରହିବ । ତେବେ ସେହି ପରି ଆମେ ଚନ୍ଦ୍ର ଗ୍ରହଣ ବିଷୟ ରେ କହିବା
ତେବେ ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବ 22 ମେ 2022 ସୋମବାର ଦିନ ଏହା ଲାଗିବ । ଏହି ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରହିବ । ତେବେ ଏହି ଗ୍ରହଣ ସକାଳୁ ଆରମ୍ଭ ହୋଇ ସକାଳୁ ହିଁ ଶେଷ ହେବ । ସେହିଥି ପାଇଁ ଏହି ଗ୍ରହଣ ଭାରତ ରେ ଦେଖାଦେବ ନାହିଁ । ଏହା ଏକ ଅଦୃଶ୍ୟ ଖଗବ୍ଲାସ ଚନ୍ଦ୍ର ଗ୍ରହଣ ହେବ । ସେହିଥି ପାଇଁ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ । ସେହି ପରି ବନ୍ଧୁଗଣ ଏହି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବା ପାଇଁ ଯାଉଛି । ଅର୍ଥାତ ମଙ୍ଗଳବାର 8 ନଭେମ୍ବର ରେ ଲାଗିବା ପାଇଁ ଯାଉଛି ।
ଏହି ଗ୍ରହଣ ଭୟଙ୍କର ଚନ୍ଦ୍ର ଗ୍ରହଣ ର ରହିବ । ଏହି ଚନ୍ଦ୍ର ଗ୍ରହଣ ଭାରତ ଏବଂ ଓଡିଶା ରେ ଦୃଶ୍ୟ ମାନ ହେବ ସେହିଥି ପାଇଁ ଏହାର ଧାର୍ମିକ କାର୍ଯ୍ୟ ବନ୍ଦ ରହିବ । ଏବଂ ପାକ ନିଶେଷ ମଧ୍ୟ ଏହି ଦିନରେ ରହିବ । ଏବଂ ଏହି ଚନ୍ଦ୍ର ଗ୍ରହଣ ଦିନରେ ଆରମ୍ଭ ହେବ ଏବଂ ଚନ୍ଦ୍ର ଉଦୟ ହେବା ପୂର୍ବରୁ ଏହି ଗ୍ରହଣ ଶେଷ ହୋଇଯିବ । ତେବେ ଏହା ଥିଲା ଏହି ବର୍ଷ ର ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ର ସଂମ୍ପର୍ଣ୍ଣ ବିବରଣି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।