ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାର ସନି ଲିଓନୀ କହୁଥିବା ଯଲିଉଡ଼ ଜଗତର ଚର୍ଚ୍ଚିତ ଚେହେରା ରାନୀ ପଣ୍ଡା ଯାତ୍ରା ପେଣ୍ଡେଲ ରେ ଯେତିକି ବିବାଦୀୟ ଅଟନ୍ତି ସେତିକି ଦର୍ଶକଙ୍କ ମନରେ ମଧ୍ୟ ଛାଇ ଯାଆନ୍ତି। ଯାତ୍ରା ଜଗତ ପାଇଁ ରାନୀ ପଣ୍ଡା ନା ହିଁ ଯଥେଷ୍ଟ ଅଟେ। ସବୁବେଳେ ବିବାଦରେ ରହୁଥିବା ରାନୀ ପଣ୍ଡା ଏବେ ସଂମ୍ପର୍ଣ୍ଣ ବଦଳି ଯାଇଛନ୍ତି। ଏକଥା ଆମେ କହୁନୁ ଏକଥା ନିଜେ ରାନୀ ପଣ୍ଡା କହୁଛନ୍ତି।
ସେ କହୁଛନ୍ତି ମୁଁ ଆଉ ମୋ ସାର୍ଟ ଖୋଲି ନାଚୁ ନାହିଁ। ମତେ ଦେଖିବା ପାଇଁ ଆପଣ ମାନେ ଟିକେଟ କାଟୁଛନ୍ତି ସେଥିପାଇଁ ଆପଣଙ୍କୁ ଟିକେ ଖୁସି କରିବା ପାଇଁ ମୁଁ ପୁରା ଚରିତ୍ର ଭିତରେ ପଶିଯାଏ। ହେଲେ ଏବେ ମୁଁ ପୁରା ବଦଳି ଯାଇଛି ଏବେ ମୁଁ ସୁନା ରାନୀ ପଣ୍ଡା ହେଇଯାଇଛି। ଦିନ ଥିଲା ରାନୀ ପଣ୍ଡା ନିଜର ଅଭିନୟ ଏବଂ ନାଚ ପାଇଁ ଯାତ୍ରା ପେଣ୍ଡଲ କୁ ଆସୁଥିଲା। ହେଲେ ପରେ କୋଭିଡ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ସେମାନଙ୍କ ମନରେ ଜାଗାଟିଏ ବନେଇଛନ୍ତି।
ଓଡିଶାବାସୀ ଙ୍କ ପ୍ରଶଂସାର ପାତ୍ର ହେଇ ପାରିଛନ୍ତି ରାନୀ ପଣ୍ଡା। ଯାତ୍ରା ପେଣ୍ଡଲରେ ଦର୍ଶକଙ୍କ ମନ କିଣୁଥିବା ରାନୀ ପଣ୍ଡା ଙ୍କ ଜିବନ ର କାହାଣୀ ବହୁ କଷ୍ଟକର ଅଟେ। ସେ ତାଙ୍କ ଚରିତ୍ର ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଆରମ୍ଭ କରିଥିଲେ। ରାନୀଙ୍କ ଜୀବନରେ ଏମିତି ସମୟ ମଧ୍ୟ ଆସିଥିଲା ଯେତେବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଆଠ ରୁ ଦଶ ଜଣ ଯୁବକ ରାନୀଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ।
ଏଥିରୁ କେମିତି ନା କେମିତି ରକ୍ଷା ପାଇ ଯାଇଥିଲେ ହେଲେ ରାନୀ ପଣ୍ଡା ପ୍ରେମରେ ପ୍ରତାରଣାର ମଧ୍ୟ ଶୀକାର ହେଇଛନ୍ତି। ଅନେକ ପୁଅ ତାଙ୍କୁ ପ୍ରେମ କରି ତାଙ୍କ ସହ ସମ୍ପର୍କ ରଖିଛନ୍ତି ହେଲେ କେହିବି ତାଙ୍କୁ ନିଜର କରି ନାହାଁନ୍ତି। ତାଙ୍କ ସହ କେବଳ ପ୍ରତାରଣା ହିଁ କରିଛନ୍ତି। ହେଲେ ରାନୀ ପଣ୍ଡା ଏବେ ପୁରା ବଦଳି ଯାଇଛନ୍ତି ଏବେ ସେ ପ୍ରେମ କରୁଛନ୍ତି ସତ କିନ୍ତୁ ବିବାହ କରିବେନି ବୋଲି ମନା କରି ଦେଇଛନ୍ତି।
ଖଣ୍ଡଗିରି ଯାତ୍ରା ପେଣ୍ଡଲରେ ଦର୍ଶକଙ୍କ ମନୋରଂଞନ ପାଇଁ ଆଇଟମ ଡାନ୍ସ କରିବା ରାନୀ ପଣ୍ଡାଙ୍କ ଦୁନିଆ ଆଗରେ ବଦନାମ ହେବାର ଗୋଟିଏ କାରଣ ଅଟେ । ଏଥି ପାଇଁ ରାନୀ ପଣ୍ଡାଙ୍କୁ ବହୁତ କିଛି ସହିବାକୁ ପଡିଥିଲା। ରାନୀଙ୍କର ବହୁତ ବଡ ଦୁଃଖ ହେଉଛି ତାଙ୍କର ଜେଜେ ମାଙ୍କ ମୃତ ଦେହକୁ ଟିକେ ଛୁଇଁବାକୁ ତାଙ୍କ ବାପା ମା ସୁଯୋଗ ଦେଇନଥିଲେ। ଏହି ଘଟଣାଟି ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା ବୋଲି ସେ ସବୁବେଳେ କୁହିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।