7

ଆସନ୍ତୁ ଜାଣିବା କର୍ମ ବଡ଼ ନା ଭାଗ୍ୟ ବଡ଼ ।

RASIPHALA

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ ବନ୍ଧୁଗଣ ଆପଣ ମାନେ କେବେନା କେବେ ନିଶ୍ଚିତ ଭାବିଥିବେ କି ଭାଗ୍ୟ ବଡ ନା କର୍ମ ବଡ ଅସଲରେ ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି । କିଛି ଲୋକ ଭାବନ୍ତି ସବୁ ତ ପୂର୍ବରୁ ନିର୍ଧାରିତ ହୋଇ ରହିଛି ତ ପରିଶ୍ରମ କରିବା କାହିଁକି ଆଉ କିଛି ଲୋକ ନିଜ କର୍ମ ଉପରେ ବିଶ୍ଵାସ କରନ୍ତି ଆପଣ କୌଣସି ସଫଳ ଧନୀ ବ୍ୟକ୍ତିଙ୍କୁ ପଚାରିବେ ତେବେ ସେ କର୍ମକୁ ହିଁ ବଡ କହିବ କାରଣ ସେ ଯେଉଁ କଷ୍ଟ କରିଛନ୍ତି ଅର୍ଥାତ କର୍ମ କରି ଯେଉଁ ଜିନିଷ ପାଇଛନ୍ତି ତାହା ପାଇଁ ସେ ଅନ୍ୟ କାହାକୁ କାହିଁକି ଶ୍ରେୟ ଦେବ ।

ଭାଗ୍ୟ ଛଡା କର୍ମ ବଡ ବୋଲି କହିବ କିନ୍ତୁ ଅସଫଳ ବ୍ୟକ୍ତି କହିବ କି ଭାଗ୍ୟ ହିଁ ସବୁ କିଛି କାରଣ ସେ କର୍ମ ଅନୁସାରେ ଫଳ ପାଇ ନାହିଁ ଓ ନିଜର ଅସଫଳତାର କାରଣ ସେ ଭାଗ୍ୟକୁ ହିଁ ଦେବ ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା କି ଭାଗ୍ୟ ଓ କର୍ମ କିପରି କାମ କରନ୍ତି ଗୋଟିଏ ବିଦ୍ୟାଳୟରେ ଆକାଶ ଓ ବିକାଶ ନାମରେ ଦୁଇଜଣ ପାଠ ପଢୁ ଥିଲେ ଆକାଶ ବହୁତ ପରିଶ୍ରମ କରିବା ସତ୍ବେ ବି ପରୀକ୍ଷାରେ ପ୍ରଥମ ହୋଇପାରୁ ନ ଥିଲା ଆକାଶ କର୍ମରେ ବିଶ୍ଵାସ କରୁଥିଲା କିନ୍ତୁ ଏହାର ଠିକ ବିପରୀତ ଥିଲା ବିକାଶ ନକଲ କରି ପାସ କରୁଥିଲା, ବିକାଶ ଭାଗ୍ୟ ଉପରେ ବିଶ୍ୱାସ କରୁଥିଲା । ବିକାଶ ପାସ କରୁଥିଲା କିନ୍ତୁ ତାକୁ କିଛି ଆସୁ ନ ଥିଲା ବିକାଶ ଭାବୁଥିଲା କି ପାସ ହେବାର ଯଦି ଭାଗ୍ୟରେ ଥିବ ତେବେ ସେ ପାସ ହୋଇଯିବ ଦିନେ ବିକାଶ ଆକାଶକୁ କହିଲା କି ମୁଁ ନିଜ ଭାଗ୍ୟ ବଳରେ ପାସ ହେଉଛି କିନ୍ତୁ ତୁ ବହୁତ ପରିଶ୍ରମ କରି ମଧ୍ୟ ପ୍ରଥମ ହୋଇପାରୁନୁ।

rasi4
ବିକାଶ କଥାରେ ପଡି ଆକାଶ ବିଗିଡି ଗଲା ଓ ସବୁ ଭାଗ୍ୟ ଉପରେ ଛାଡି ଦେଲା ଓ କହିଲା କି ଭାଗ୍ୟରେ ଯାହା ଥିବ ତାହା ମିଳିବ କିନ୍ତୁ ପରୀକ୍ଷା ସମୟରେ ଆକାଶ ବିକାଶ ଭଳି ନକଲ କରି ନ ପାରି ଫେଲ ହୋଇଗଲା । ଶିକ୍ଷକ ଏହା ଜାଣିବା ପରେ ଆକାଶକୁ ଭାଗ୍ୟ ଓ କର୍ମର ଗଭୀର ରହସ୍ୟ ବିଷୟରେ ବୁଝାଇଲେଶିକ୍ଷକ କହିଲେ କି ବ୍ୟାଙ୍କର ଲକର ଦେଖିଛ ସେହି ଲକରରେ ଗୋଟିଏ ଚାବି ବ୍ୟାଙ୍କ ମ୍ୟାନେଜର ଓ ଆଉ ଗୋଟିଏ ଚାବି ସେହି ଲକର ମାଲିକ ପାଖରେ ଥାଏ । ଯଦି ଦୁଇଟି ଚାବି ନ ଲାଗିବ ସେହି ଲକର ଖୋଲିବ ନାହିଁ ସେହି ଭଳି ଯେଉଁ ଚାବି ତୁମ ପାଖରେ ଅଛି ସେ କର୍ମର ଯେଉଁ ଚାବି ଭଗବାନଙ୍କ ପାଖରେ ଅଛି ସେହି ଚାବି ଭାଗ୍ୟର ଚାବି ଅଟେ ଯେତେବେଳ ପର୍ଯ୍ୟନ୍ତ ତୁମେ ଦୁଇଟି ଚାବି ନ ଲଗାଇବ ସେତେବେଳ ପର୍ଯ୍ୟନ୍ତ ଲକରର ଚାବି ଖୋଲିବ ନାହିଁ ।

ଆମ ଜୀବନରେ ଭଗବାନ ମ୍ୟାନେଜର ଭୂମିକା ଅଛନ୍ତି । ଆମର କର୍ମ ହେଲା ଆମେ । ଆମର କର୍ମର ଚାବି ଲଗାଇ ଚାଲିବା କିଏ ଜାଣେ ଭଗବାନ କେତେବେଳେ ଭାଗ୍ୟର ଚାବି ଲଗାଇବେ । ଯଦି ଏହି ସମୟରେ ଆମେ ଆମର କର୍ମର ଚାବି ନ ଲଗାଇବା ତ ତାଲା ଖୋଲି ନ ପାରେ । ଏହାର ଅର୍ଥ ଭାଗ୍ୟ ବି କର୍ମରୁ ହିଁ ତିଆରି ହୋଇଥାଏ । ଭାଗ୍ୟ ସବୁ ବେଳେ କର୍ମର ହିଁ ଫଳ ଦେଇଥାଏ । ଏଥିପାଇଁ ନିଜ ଭାଗ୍ୟ ଉପରେ ନିର୍ଭର ନ କରି କର୍ମ କରି ଚାଲନ୍ତୁ । ସଫଳତା ନିଶ୍ଚିତ ମିଳିବ ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *