ଶ୍ରଦ୍ଧା କପୁର ବଲିଉଡ ଜଗତର ଜଣେ ଚର୍ଚ୍ଚିତ ଚେହେରା।ନିଜର ନିପୁଣ ଅଭିନୟ ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ମୁଗ୍ଧ କରିଥାନ୍ତି।ସର୍ବଦା ନିଜର ଅଭିନୟ ତଥା ବ୍ୟକ୍ତିଗତ ଜୀବନ ର ବିଭିନ୍ନ କଥାକୁ ନେଇ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଇଥାନ୍ତି।ମାତ୍ର ସେ ସର୍ବଦା ବାଦବିବାଦ ଠାରୁ ଦୂରରେ ରହିଥାନ୍ତି।ମାତ୍ର ବେଶ୍ କିଛି ଦିନ ହେଲା ସେ ବହୁତ ଚର୍ଚ୍ଚାରେ ରହୁଛନ୍ତି।ସୁଶାନ୍ତ ସିଂହ ଙ୍କ କେସ୍ ରେ ମଧ୍ୟ ତାଙ୍କ ନାମ ସାମ୍ନା କୁ ଆସିଛି।ଏନ୍ ସି ବି ମଧ୍ୟ ତାଙ୍କୁ ପଚରାଉଚରା କରୁଛି।ଡ୍ରଗ୍ସ ମାମଲାରେ ତାଙ୍କ ନାମ ସାମ୍ନା କୁ ଆସିଛି।ଏହା ପ୍ରଥମ ଥର ନୁହେ କି ସେ ବିବାଦରେ ଫସିଛନ୍ତି।ଆଗରୁ ଅନେକ ଥର ଏପରି ହେଇଛି।ତେବେ ଆସନ୍ତୁ ଜାଣିବା ସେ ଆଗରୁ କେବେ ବିବାଦରେ ପସିଛନ୍ତି।
ଡ୍ରଗ୍ସ ମାମଲାରେ ସେ ଏବଂ ତାଙ୍କ ଭାଇ ଆଗରୁ ମଧ୍ୟ ଫସିଛନ୍ତି।ମାତ୍ର ସୁଶାନ୍ତ ସିଂହ ଙ୍କ କେସ୍ ରେ ଶ୍ରଦ୍ଧା କପୁରଙ୍କ ଫୋନକୁ ଏନ ସି ବି ଜବତ କରିଦେଇଛି।ଲୋକମାନେ ତାଙ୍କୁ ନେପୋଟିଜିମ ର ପ୍ରଡକ୍ଟ ବୋଲି ମଧ୍ୟ କହୁଛନ୍ତି ଏବଂ ତାଙ୍କର ନିନ୍ଦା ମଧ୍ୟ କରୁଛନ୍ତି।ସେ ନିଜ କପଡା ପାଇଁ ମଧ୍ୟ ବିବାଦର ଶିକାର ହେଇଛନ୍ତି।ଆସିକି ୨ ର ପ୍ରମୋସନ ସମୟରେ ମଧ୍ୟ ସେ ଏକ କଳାରଙ୍ଗର ସର୍ଟସ ପିନ୍ଧିଥିଲେ ଯେଉଁଥିରେ ସେ ବସିବା ସମୟରେ ତାଙ୍କ ଅନ୍ତଵସ୍ତ୍ର ମଧ୍ୟ ଦେଖାହଉଥିଲା।ସେ ଏହାକୁ ଲୁଚେଇଥିବାର ମଧ୍ୟ ଦେଖା ଯାଇଛି।ଏଥି ସହ ତାଙ୍କର ଅନେକ ପ୍ରେମ ସମ୍ପର୍କ ମଧ୍ୟ ରହିଛି।ଏହା ମଧ୍ୟ ଶୁଣିବାକୁ ମିଳେ ଯେ ଆଦିତ୍ୟ କପୁରଙ୍କସହ ମଧ୍ୟ ତାଙ୍କର ପ୍ରେମ ସମ୍ବନ୍ଧ ରହିଥିଲା।ଦୁହେଁ ଏହାକୁ କେବେ ସ୍ବୀକାର କରିନାହାନ୍ତି କେବେ ମନା ମଧ୍ୟ କରିନାହାନ୍ତି।ଶ୍ରଦ୍ଧାଙ୍କ ର ନାମ ବରୁନ ଧବନ ଙ୍କ ସହ ମଧ୍ୟ ଯୋଡି ହେଇଛି।ଦୁହିଁଙ୍କ ଚଳଚ୍ଚିତ୍ର ଏବିସିଡ଼ି ୨ ପରେ ତାଙ୍କର ପରସ୍ପର ପ୍ରତି ଭଲ ପାଇବା ଏବଂ ସମ୍ମାନ ବଢିଯାଇଛି।ଏହାକୁ ବରୁନ ଧବନ ସ୍ୱୀକାର ମଧ୍ୟ କରିଛନ୍ତି।।ଚଳଚ୍ଚିତ୍ର ଏକ୍ ଭିଲେନ ରା ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରଦ୍ଧା କପୁର ଅତ୍ୟନ୍ତ ବିଳମ୍ବ କରିବାରୁ ତାଙ୍କୁ ବୟକଟ କରାଯାଇଥିଲା।ସେ ପୂର୍ବରୁ ଏୟାରପୋର୍ଟ କିମ୍ବା ରିଏଲିଟୀ ସୋ ରୁ ବାହାରିବା ପରେ ମିଡ଼ିଆ କୁ କୌଣସି ଫୋଟୋ ପାଇଁ ପୋଜ ମଧ୍ୟ ଦେଉ ନଥିଲେ।ଏଥିପାଇଁ ତାଙ୍କୁ କିଛି ସମୟ ପାଇଁ ମଧ୍ୟ ବୟକଟ କରାଯାଇଥିଲା।ଶେଷରେ ତାଙ୍କ ଅଭିନୀତ ଚଳଚିତ୍ର ହସିନା ପାର୍କର ପାଇଁ କପଡା ବନାଉଥିବା ଏକ କମ୍ପାନୀ ତାଙ୍କ ନାମରେ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲା।ଏହି ଚଳଚିତ୍ରରେ ସେ ଦାଉଦ ଇବ୍ରାହିମ ର ଭଉଣୀର ରୋଲ କରୁଥିବାରୁ ଅନେକ ତାଙ୍କୁ ବୟକଟ କରିବାପାଇଁ ମଧ୍ୟ ଦାବି କରିଥିଲେ।
ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।