9

ନିଜର ରାଶିରେ କଣ ରହିଛି ଜାଣନ୍ତୁ ।

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ରହମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତିକି ଚେଷ୍ଟା କରିଥାଉ ନା କାହିଁକି ଯେତେ ବି ପରିଶ୍ରମ କରିଥାଉ ନା କାହିଁକି ଆମେ ସଫଳ ହୋଇନଥାଏ , କିନ୍ତୁ ବେଳେ ବେଳେ ଏପରି କିଛା ସମୟ ଆସିଥାଏ ଯେ ଅଳ୍ପ ପରିଶ୍ରମରେ ଦ୍ଵାରା ହିଁ ସବୁକିଛି ମିଳିଯାଇଥାଏ , ଯାହା ଆଶାଠାରୁ ଅଧିକ ଥାଏ , ତେବେ ଆସୁଥିବା ସମୟ ଠାରୁ ଏମାନଙ୍କର ଜୀବନରେ ଏପରି କିଛି ହେବାକୁ ଯାଉଛି ଯେଉଁଠାରେ ଖୁସି ହିଁ ଖୁସି ଲାଗିଵାରେ ଯାଉଛି , ପ୍ରତ୍ୟେକ ଲୋକଙ୍କ ଇଛା ଥାଏ ଯେ ତା ପାଖରେ ପ୍ରଚୁର ଧନ ରହୁ ଏବଂ ଏହା ଦ୍ଵାରା ସେ ତାର ସବୁ ଜରୁରି ଇଛାକୁ ପୂରଣ କରୁ , କିନ୍ତୁ ସମସ୍ତଙ୍କ ଭାଗ୍ୟ ଏପରି ହୋଇଥାଏ କିଛି ଲୋକ ନିଜ ଲକି କାରଣରୁ ଧନୀ ହୋଇଯାଇଥାନ୍ତି , କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ନିତିଦିନିଆ ଖାଦ୍ୟକୁ ଖାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ,

ଯେବେ କୌଣସି ପିଲା ଜନ୍ମ ହୋଇଥାଏ ତେବେ ତାହାର ଜନ୍ମ ତାରିଖ , ସମୟ ଓ ଗ୍ରହର ସ୍ଥିତି ଦେଖି ତାଙ୍କର ରାଶି ନିର୍ଦ୍ଧାରିତ କରାଯାଇଥାଏ , ଏହି ରାଶି ମାଧ୍ୟମରେ ଆମେ ତାର ସ୍ଵଭାବ ମଧ୍ୟ ଜାଣିପାରିବା , ଜ୍ୟୋତିଷ ଶାସ୍ତ୍ରରେ ଏହି କଥା ସବୁଠୁ ମଜାଳିଆ ଓ ମନକୁ ଛୁଇଁଲା ଭଲି ହୋଇଥାଏ । ଏହା ଆପଣଙ୍କ ଭିତରେ ଥିବା ସବୁ କ୍ଵାଲିଟି ଓ ଅଭାବ ଦୁଇଟି ଯାକ କହି ପାରେ , ଆଜି ଆମେ ରାଶି ଅନୁସାରେ କଣ ରହିଛି ତା ବିଷୟରେ ଜାଣିବା ।

ମେଷ ରାଶି
ଏହି ରାଶିର ଲୋକେ ଅଧିକ ସ୍ଵାର୍ଥୀ ସ୍ଵବାଭର ହୋଇଥାନ୍ତି , ଏମାନେ କେବଳ ଓ କେବଳ ନିଜ ବିଷୟରେ ଭାବି ଥାଆନ୍ତି , ଏମାନେ ମୁହଁ ଖୋଲା ସ୍ଵଭାବର ହୋଇଥାନ୍ତି , ମାନେ ଏମାନଙ୍କୁ ଯଦି କିଛି କଥା ପସନ୍ଦ ନ ଆସେ ସିଧା ମୁହଁ ଉପରେ ମନା କରନ୍ତି , ଏମାନେ ଦେଖନ୍ତି ନାହିଁ କି ସାମ୍ନା ବାଲାକୁ କିପରି ଲାଗିବ ।ମେଷ ରାଶିରେ ଏକ ଶକ୍ତି ଅସନ୍ତୁଳନ ମାଇଗ୍ରେନ୍, ଆତ୍ମବିଶ୍ୱାସର ଅଭାବ, ନାକ ପ୍ରବାହିତ, ସାଇନସ୍, ଚର୍ମ ସମସ୍ୟା, ଏକଜେମା, ଦାଗ ଏବଂ କେଶ ଝଡିବା ଭଳି ପ୍ରମୁଖ ସମସ୍ୟା ସୃଷ୍ଟି କରିପାରେ |

rasi4
ବୃଷ ରାଶି
ଏହି ରାଶିର ଲୋକେ ବହୁତ ଜିଦ୍ଦି ସ୍ୱଭାବର ହୋଇଥାଆନ୍ତି , ଏହା ସହିତ ହିଁ ତାଙ୍କର ମୁଡ ବଡ଼ ହିଁ କଠୋର ହୋଇଥାଏ , ଏମାନେ ଯଦି କୌଣସି ବିଷୟରେ ନିଜ ମନରେ ସ୍ଥିର କରି ଦିଅନ୍ତି ତେବେ ତାହାକୁ ବଦଳାଇବାକୁ ବହୁତ ସମୟ ଲାଗେ । ଆପଣ ତାଙ୍କ ଆଗରେ ଯେତେ ହାତ ଗୋଡ ଯୋଡିଲେ ମଧ୍ୟ ,ତାଙ୍କୁ ଯେଉଁ କାମ ପସନ୍ଦ ନୁହେଁ ସେ କରନ୍ତି ନାହିଁ ।ଯଦି ଏହାର ଶକ୍ତି ଅସନ୍ତୁଳିତ, କାନ୍ଧର ଉପର ଭାଗରେ ଯନ୍ତ୍ରଣା ହୋଇପାରେ ଏବଂ ଗଳାର ସମସ୍ୟା ହୋଇପାରେ

ମିଥୁନ ରାଶି

ଏମାନେ ସମୟ ପ୍ରତି ଅଧିକ ଖାମଖିୟାଲି ହୋଇଥାନ୍ତି , ଏମାନେ କେଉଁଠି ମଧ୍ୟ ଠିକ ସମୟରେ ପହଞ୍ଚି ପାରି ନଥାନ୍ତି , ଏମାନେ ସବୁବେଳେ ଅନ୍ୟମନସ୍କ ରହିଥାନ୍ତି , ଏହି କାରଣ ପାଇଁ ସେ ଗୋଟିଏ ଲାଇଫ ପାର୍ଟନର ଓ ଗୋଟିଏ ଚାକିରି ବା ଗୋଟିଏ ସ୍ଥାନରେ ସଚ୍ଚୋଟ ରୁହନ୍ତି ନାହିଁ , ଏମାନଙ୍କ ମୁଣ୍ଡ ଖରାପ ହୋଇଗଲେ ଏମାନେ କିଛି ବି କରି ପାରନ୍ତି ।

କର୍କଟ ରାଶି
ଏମାନେ ନିରାଶ ବାଦୀ ଲୋକ ହୋଇଥାନ୍ତି , ଏହାର ଗୋଟେ କାରଣ ଏମାନେ ଅଧିକ ସଂବେଦନଶୀଳ ହୋଇଥାନ୍ତି , ଏମାନଙ୍କ ମନରେ ସବୁବେଳେ ଗୋଟିଏ ଡର ରହିଥାଏ, ଏମାନେ ବହୁତ ଶୀଘ୍ର ଦୁଃଖୀ ହୋଇଯାଆନ୍ତି , ଏମାନେ ତାଙ୍କ ନିଜର ମନ ଉପରେ କାବୁ ରଖନ୍ତି ନାହିଁ , ଏମାନଙ୍କୁ ରାଗ ମଧ୍ୟ ଶୀଘ୍ର ଆସିଥାଏ ।

karkatta

ସିଂହ ରାଶି
ଏମାନେ ଅଧିକ ଖର୍ଚ୍ଚି ହୋଇଥାନ୍ତି , ସେଭିଂ କରିବାରେ ବହୁତ କମ ବିଶ୍ୱାସ କରିଥାନ୍ତି , ନିଜ ଦାୟିତ୍ୱକୁ ନେଇ ଏମାନେ ବହୁତ ଖାମଖିୟାଲି ହୋଇଥାନ୍ତି , ଏମାନେ ବିନା କିଛି ଭାବି ଚିନ୍ତି ଓ ପ୍ଲାନିଗ କରି ନିଜର ଲାଇଫ ବଞ୍ଚି ଥାଆନ୍ତି ।

କନ୍ୟା ରାଶି
ଏହି ଲୋକଙ୍କର ସବୁଠୁ ବଡ କମି ହେଉଛି କି ଏମାନଙ୍କୁ ନିଜ ଭିତରେ କିଛି କମି ନଜର ହିଁ ଆସି ନଥାଏ , ଏମାନେ ନିଜ ଖରାପ ଗୁଣ ବିଷୟରେ କିଛି ଶୁଣନ୍ତି ନାହିଁ , ଯଦି ଆପଣ ତାଙ୍କର ଆଲୋଚନା କରନ୍ତି ତେବେ ଏମାନେ ରାଗି ଯାଆନ୍ତି , ଏମାନେ ତାଙ୍କ ମନର କଥା କାହାକୁ ସେୟାର କରନ୍ତି ନାହିଁ ।

ତୁଳା ରାଶି
ଏମାନେ ବହୁତ ଅଳସୁଆ ହୋଇଥାନ୍ତି , ଏମାନେ ମୁଣ୍ଡରେ ବେକାର କଥା ଭାବିଥନ୍ତି , କିନ୍ତୁ ଯେବେ ପରିଶ୍ରମ କରିବାର ସମୟ ଆସେ ତେବେ ଅଳସୁଆ ହୋଇଥାନ୍ତି , ଠିକ୍ ସମୟରେ ଠିକ୍ ନିର୍ଣ୍ଣୟ ନେବା ସମୟରେ ମଧ୍ୟ ଏମାନେ ପଛରେ ଥାଆନ୍ତି ।

ବିଛା ରାଶି
ଏମାନଙ୍କ ଭିତରେ ପ୍ରତିଶୋଧ ନେବାର ଭାବନା ଅଧିକ ଥାଏ , ଏମାନେ ସହଜରେ କାହାକୁ କ୍ଷମା କରନ୍ତି ନାହିଁ , ଏମାନଙ୍କୁ ନିଜ ବିଷୟରେ ଖରାପ କଥା ଶୁଣିବା ପସନ୍ଦ ନୁହେଁ, ଏମାନେ କଟୁ ସତ୍ୟ ସହି ପାରନ୍ତି ନାହିଁ , ଏମାନଙ୍କର ଶତ୍ରୁ ଅଧିକ ଥାଆନ୍ତି ।

bichha
ଧନୁ ରାଶି
ଏମାନେ ନିଜ ପରିବାରର ଦାୟିତ୍ଵକୁ ଠିକ ସେ ନିଅନ୍ତି ନାହିଁ , ଏମାନଙ୍କର ନିଜ ଲୋକଙ୍କ ସହିତ କିଛି ଖାସ୍ ମେଳ ହୋଇନଥାଏ , ଏମାନେ ସ୍ୱାର୍ଥପର ହୋଇଥାନ୍ତି , ସଦାବେଳେ କେବଳ ନିଜ କଥା ହିଁ ଭାବି ଥାଆନ୍ତି ।

ମକର ରାଶି
ଏମାନେ ନିଜ ପ୍ରଶଂସା ପାଇବାକୁ ତରସୁ ଥାଆନ୍ତି , ଏମାନଙ୍କ କାନ ନିଜ ପ୍ରଶଂସା ଶୁଣିବା ପାଇଁ ଅନେଇ ଥାଏ , ଏମାନେ ନିଜର ଖରାପ କଥା ଶୁଣି ପାରନ୍ତି ନାହିଁ , ଯଦି କିଏ ଖରାପ କଥା କୁହେ ତାଙ୍କ ସହ କଳି କରିଥାନ୍ତି ।

କୁମ୍ଭ ରାଶି
ଏହି ବ୍ୟକ୍ତି କେବେ ଜଣଙ୍କ ସହିତ ନିଜର ପୁରା ଜୀବନ ବିତେଇ ପାରନ୍ତି ନାହିଁ , ଏମାନେ ସବୁବେଳେ ନିଜ ପାଇଁ ନୁଆ ସାଥୀ ଖୋଜି ଥାଆନ୍ତି , ଓ ନିଜ ପାର୍ଟନର ଙ୍କ ଠାରୁ ଶୀଘ୍ର ବୋର ହୋଇଥାନ୍ତି ।

ମୀନ ରାଶି
ଏମାନେ ନିଜ ସମସ୍ୟାକୁ ସାମ୍ନା କରି ପାରନ୍ତି ନାହିଁ ,ଏମାନଙ୍କର ଦୁନିଆକୁ ଦେଖିବାର ନଜର ପଜିଟିଭ ହୋଇଥାଏ , ଏମାନେ ନିଜର ଗୋଟେ ମିଛ ଓ କାଳ୍ପନିକ ଦୁନିଆରେ ବଞ୍ଚିବା ପସନ୍ଦ କରିଥାନ୍ତି ।

Leave a Reply

Your email address will not be published. Required fields are marked *