ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ମା ଲକ୍ଷ୍ମୀଙ୍କ କୃପାରୁ ଆଜିଠାରୁ ୬ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ ।ଗ୍ରହ-ନକ୍ଷତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ।
ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ।
ମେଷ ରାଶି : ଅଚାନକ ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଅତି ଆପଣାର ବନ୍ଧୁ ଜଣକ ସାହାଯ୍ୟ କରିପାରନ୍ତି । ସହକର୍ମୀଙ୍କ ଖାମଖିଆଲ ମନୋବୃତ୍ତି ନିମନ୍ତେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ଚାକିରୀ କ୍ଷେତ୍ରରେ କାର୍ଯ୍ୟର ଚାପ ଅଧିକା ରହିଲେ ମଧ୍ୟ ସହକର୍ମୀଙ୍କ ସହାୟତାରେ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟକୁ ସମାପନ କରିବାରେ ସମର୍ଥ ହେବେ । ସମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ରାଜନୀତିରେ ଉଚ୍ଚପଧିକାରୀଙ୍କ ସହ ଲାଗିରହିଥିବା ମତଭେଦ ଦୂର ହେବେ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଲାଗି ରହିବ ।
ମିଥୁନ ରାଶି – କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ନିଜକୁ ନିୟନ୍ତ୍ରଣରେ ନ ରଖିଲେ ପ୍ରତ୍ୟେକ କାମରେ କିଛିନା କିଛି ବ୍ୟତିକ୍ରମ ଦେଖାଦେବ । କର୍ମକ୍ଷେତ୍ରରେ କିଛି ନୂତନ କାମ କରିବା ସକାଶେ ଚିନ୍ତା କରିପାରନ୍ତିି ।
କର୍କଟ ରାଶି – ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ । ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ ।
ସିଂହ ରାଶି- ଆଧ୍ୟାତ୍ମିକ ଭାବନାରେ ଉଦ୍-ବୃଦ୍ଧ ହୋଇ ଧର୍ମଚର୍ଚ୍ଚା ଦିଗ ପ୍ରତି ମନ ବଳେଇବେ । ଆଜି ଯେତିକି ପାଇବେ ତାହାଠାରୁ ଅଧିକ ହରାଇବାକୁ ପଡିବ । ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବା ପାଇଁ ଚିନ୍ତା କରିବେ ।
ଧନୁ ରାଶି – ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ ସହ ଆର୍ଥିକ ସ୍ଥିତି ମଧ୍ୟ ସଦୃଢ ରହିବ । କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଖୁସି ହେବେ ।
ମୀନ ରାଶି – ଉନ୍ନତ ଚିନ୍ତା ସଙ୍ଗକୁ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରିବା ଲାଗି ମନରେ ତତ୍ପର ପ୍ରକାଶ କରିବେ । ଦୀର୍ଘ ଦିନର ଅପୂରଣୀୟ ଆଶା ପୂରଣ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଆଶାନୁରୂପକ ଫଳ ପାଇବେ । କିନ୍ତୁ ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ବୁଝିନପାରି କ୍ଷତିରେ ପଡ଼ିପାରନ୍ତି । ଅଫିସର ସୁସ୍ଥ ବାତାବରଣ ମଧ୍ୟରେ ନିଜ କାମ ଗୁଡିକ ନିଷ୍ଠାର ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ ।
ଉପରିସ୍ଥଙ୍କ ଆଦେଶାନୁସାରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇପାରିବ । ସ୍ୱାସ୍ଥ୍ୟ ସମସ୍ୟା ବହୁଳାଂଶରେ ସୁଧୁରି ଯିବାର ସମ୍ଭାବନା ରହିଛି ।
ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।