dhani

ଏହି ୮ ଟି ପଶୁପକ୍ଷୀ ଆପଣଙ୍କୁ କରିବେ ଧନୀ ।

NEWS

ଆମର ପୂର୍ବପୁରୁଷ ମାନେ ଏହି ପଶୁପକ୍ଷୀମାନଙ୍କୁ ଖାଇବା ପାଇଁ ଦେଉଥିଲେ ଏହା ସହ ସେମାନଙ୍କର ସେବା ମଧ୍ୟ କରୁଥିଲେ।ଶ୍ରାଦ୍ଧ ତଥା ତର୍ପଣ ଆଦିରେ ଏହି ମାନଙ୍କୁ ଖାଇବାକୁ ଦିଆଯାଇଥାଏ।ଯଦି ସେମାନେ ଏହି ସମର୍ପିତ ଖାଦ୍ୟକୁ ଗ୍ରହଣ କରନ୍ତି ତେବେ ଆମ ପୂର୍ବପୁରୁଷ ମାନେ ଗ୍ରହଣ କରୁଥିଲେ ବୋଲି ବିଶ୍ବାସ ରହିଛି।ତେଣୁ ଆସନ୍ତୁ ଜାଣିବା କେଉଁ କେଉଁ ପ୍ରାଣୀମାନଙ୍କୁ ଖାଇବାକୁ ଦେଲେ ପୁଣ୍ୟ ହେଇଥାଏ ତଥା ଧନ ସମ୍ପତ୍ତି ବଢ଼ିଥାଏ ଆସନ୍ତୁ ଜାଣିବା।

cow

କାଉ:କାଉକୁ ମନ୍ୟୁଷର ବନ୍ଧୁ ମଧ୍ୟ କୁହାଯାଏ।କାଉ କୁ ପ୍ରତିଦିନ ଖିରି,ପୁରି,ମିଠା ଆଦି ଦେଲେ ଅନେକ ଫଳ ମିଲିଥାଏ।ଆପଣ ଜାଣନ୍ତି ଯେ କାଉ ହେଉଛି ଭଗବାନ ଶନିଙ୍କର ବାହନ।ତେଣୁ ଏହାକୁ କହିବାକୁ ଦେବେ ଦ୍ୱାରା ଆପଣଙ୍କର ପୁଣ୍ୟ ହେବା ସହ ଧନ ସମ୍ପତ୍ତିର ମଧ୍ୟ ବୃଦ୍ଧି ହେଇଥାଏ।ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ ହେଇଥାଏ। କଳା କୁକୁର:ଏହା କାଳ ଭୈରବଙ୍କର ବାହନ ହେଇଥାଏ।ପ୍ରତି ଶନିବାର କିମ୍ବା ଅମାବାସ୍ୟା ଦିନ ଯଦି ଆପଣ ଏହାକୁ ଖାଇବାକୁ ଦେବେ ତେବେ ଆପଣଙ୍କ ଶନି ଦଶା ଦୂର ହେବା ସହ କାଳ ଦଶା ମଧ୍ୟ ଦୂର ହେଇଥାଏ।ଯଦି ଏମାନଙ୍କୁ ରୁଟି,ଗୁଡ଼,ବିସ୍କୁଟ ଆଦି ଖାଇବାକୁ ଦିଆ ଯାଏ ତେବେ ଆପଣଙ୍କ ଧନ ସମ୍ପତ୍ତିର ବୃଦ୍ଧି ହେଇଥାଏ।

ଜନ୍ଦା ପିମ୍ପୁଡି:ଏମାନେ ଅତ୍ୟନ୍ତ ପରିଶ୍ରମୀ ଜୀବ।ଏମାନଙ୍କୁ ଯଦି ପ୍ରତିଦିନ ଚିନି କିମ୍ବା ଗୁଡ଼ ଦିଆଯାଏ ତେବେ ଆପଣଙ୍କ ଭାଗ୍ୟ ଉଦୟ ହେବା ସହ ଆପଣ ଋଣମୁକ୍ତ ମଧ୍ୟ ହେବେ।ଆପଣଙ୍କ ସମସ୍ତ ଦୁର୍ଦ୍ଦଶା ହେଇଯିବ। ପାରା:ଏମାନେ ସାଧାରଣତ ଦୁଇ ପ୍ରକାର ହେଇଥାନ୍ତି।ଦେଉଳିଆ ପାରା ଏବଂ ଧଳା ପାରା।ଏମାନେ ଆମ ଘରେ ଆସି ରହିଥାନ୍ତି।ଏମାନେ ମାତା ଲଷ୍ମୀଙ୍କର ବାହାନ ହେଇଥାନ୍ତି।ଏମାନଙ୍କର ଆଗମନ ଫଳରେ ମାତା ଲଷ୍ମୀଙ୍କର ଆଗମନ ହେଇଥାଏ।ଆପଣଙ୍କର ଧନ ସମ୍ପତ୍ତି ବଢିବା ସହ ରାହୁ ଦୋଷ ମଧ୍ୟ ଦୂର ହେଇଥାଏ।

ant
ଗାଈ:ଏହା ପୂଜନୀୟ।ଏମାନଙ୍କ ମଳ ମୂତ୍ର ମଧ୍ୟ ପବିତ୍ର ହେଇଥାଏ।ଏମାନଙ୍କ ଶରୀରରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି।ଏହା କେବେ ମଧ୍ୟ ଅଶୁଭ ହେଇ ନଥାଏ।ଏମାନଙ୍କୁ ଯଦି ଘରର ପ୍ରଥମ ରୁଟି କିମ୍ବା ଭାତ ଖାଇବାକୁ ଦିଆଯାଏ ତେବେ ଆପଣଙ୍କ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେଇଥାଏ।ସମସ୍ତଙ୍କର ରାହୁ ତଥା କେତୁ ଦୋଷ ମଧ୍ୟ ଦୂର ହେଇଥାଏ। ମାଛ ଏବଂ କଇଁଛ:ଏମାନେ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ବାହନ।ଯଦି ପ୍ରତ୍ୟକ ରବିବାରଏମାନଙ୍କୁ ଛୋଟ ଛୋଟ ଅଟାର ଗୁଳା ଖାଇବକୁ ଦିଆଯାଏ ତେବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେଇଥାଏ।ଆପଣଙ୍କର ସମସ୍ତ ଦୋଷ ମଧ୍ୟ ଦୂର ହେଇଥାଏ। ଷଣ୍ଢ:ଏହା ଭାଗବାନ ଶିବ ଙ୍କର ବାହନ ଅଟେ।ଯଦି ପ୍ରତ୍ୟେକ ଦିନ କିମ୍ବା ପ୍ରତ୍ୟେକ ସୋମବାର ଅବା ପ୍ରତ୍ୟେକ ଚତୁର୍ଦ୍ଦଶୀ ଅମାବାସ୍ୟାରେ ଯଦି ଖାଇବାକୁ ଦିଆଯାଏ ତେବେ ଆପଣଙ୍କର ସମସ୍ତ ଦୁର୍ଦ୍ଦଶା ଦୂର ହେବା ସହ ଭଗବାନ ଶିବଙ୍କର କରୁଣା ଆପଣ ଲାଭ କରିବେ।

ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *