3

ଜାଣନ୍ତୁ ପୂଜା ଘରର କିଛି ବାସ୍ତୁ ନିୟମ ।

NEWS

ଜାଣନ୍ତୁ ପୂଜା ଘରର କିଛି ବାସ୍ତୁ ନିୟମ। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ନିୟମରେ ଧ୍ୟାନ ନ ରଖିଲେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଯାହା ପାଇଁ ଘରର ଲୋକ ଅନେକ ପ୍ରକାର ସମସ୍ଯାକୁ ସାମ୍ନା କରିଥାନ୍ତି। ପ୍ରତ୍ଯେକ ମଣିଷ ନିଜ ଜୀବନରେ ଉନ୍ନତି କରିବାକୁ ଚାହିଁଥାଏ। କିନ୍ତୁ ଘରେ ଏମିତି କିଛି ବାସ୍ତୁଦୋଷ ଯୋଗୁଁ ଉନ୍ନତି ହୋଇପାରେ ନାହିଁ। ଯଦି ଘରର ଉତ୍ତର ପୂର୍ବ ଦିଗ ଦୂଷିତ ରହିଥାଏ, ତେବେ ଘରକୁ ଅର୍ଥ ବା ଧନ ଆସିବାରେ ବାଧା ସୃଷ୍ଟି ହୋଇଥାଏ।ଘରର ଉତ୍ତର ପୂର୍ବ ଦିଗରେ କୁବେରଙ୍କ ସ୍ଥାନ ରହିଥାଏ। ଅନେକ ଥର ଏହି ଦିଗରେ ଷ୍ଟୋର ରୁମ୍ କରାଯାଇଥାଏ କିମ୍ବା ବଡ ମେସିନ, ଜୋତା ଷ୍ଟାଣ୍ଡ ରଖିଦିଆଯାଇଥାଏ।

bighouse

ଏମିତି କଲେ ଘରେ ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡିବା ସହିତ ଧନ ଆଗମନରେ ଅସୁବିଧା ହୋଇଥାଏ। ଏଥିପାଇଁ ଘରର ଉତ୍ତର ପୂର୍ବ ଦିଗରେ ଏମିତି କିଛି ବସ୍ତୁ ରଖନ୍ତୁ ନାହିଁ।ଏହି ଦିଗରେ ହାଲୁକା ଆଇଟମ୍ ଏବଂ ପୂଜା ପାଠ ସହିତ ଜଡିତ ଥିବା ଜିନିଷ ରଖିବା ଉଚିତ। ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ କୁବେରଙ୍କ ଚୌକି ରଖିବା ଶୁଭ ହୋଇଥାଏ। ଏହି ଦିଗରେ ଆଲମାରି ମଧ୍ୟ ରଖିପାରିବେ। ଘରକୁ ଧନ ଆଗମନ କରିବାକୁ ଚାହୁଁଥିଲେ ଘରର ଏହି ଦିଗ ଖୋଲା ହେବା ଦରକାର।

puja
ବାସ୍ତୁ ନିୟମ ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ ପୂଜା ଘର କରିବା ଉଚିତ। ଉତ୍ତରପୂର୍ବ ଦିଗରେ ଅନେକ ଲୋକ ଘରର ସିଢ଼ି କରିଦିଅନ୍ତି। ଏମିତି କଲେ ଘରେ ଦୋଷ ଲାଗି ରହିଥାଏ। ବାସ୍ତୁ ଅନୁସାରେ, ଉତ୍ତର ପୂର୍ବ ଦିଗରେ ବଡ଼ ବଡ଼ ବିଲିଡିଂର ଛାଇ ମଧ୍ୟ ଅସୁବିଧାର କାରଣ ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗରେ ଯେତେ ସମ୍ଭବ ସଫା ରଖିବାକୁ ଚେଷ୍ଟା କରନ୍ତୁ। ଘରର ଉତ୍ତର ପୂର୍ବ ଦିଗରେ କେବେ ବି ଟଏଲେଟ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *