rasi

୨୮ ଜୁନ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ  : ବିଦ୍ୟାର୍ଥିମାନଙ୍କପାଇଁ ଭଲ ଦିନ ଅଟେ। ପ୍ରେମୀଜନମାନଙ୍କ ଏବଂ ପ୍ରିୟ ବ୍ୟକ୍ତିମାନଙ୍କର ସାନିଧ୍ୟ ପ୍ରାପ୍ତ କରି ପାରିବେ। କାମୁକତା ବିଶେଷ ମାତ୍ରାରେ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ମାନସିକ ସନ୍ତୁଳନ ବନାଇ ରଖିବା ପାଇଁ ଉପଦେଶ।  ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ। ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବୈଚାରିକ ସ୍ତରରେ ଆପଣ ବୁଡ଼ି ରହିବେ। ଆବଶ୍ୟକ ନିର୍ଣ୍ଣୟ ଏହି ସମୟ ନନେବାପାଇଁ ଉପଦେଶ।ପ୍ରତିକାର– ଗାଈକୁ ରୁଟି ଖାଇବାକୁ ଦେବେ।

ବୃଷ : ବ୍ୟାପାର-ଧନ୍ଦାରେ ବିକାସ ସହିତ ଆୟ ମଧ୍ୟ ବଢ଼ିବ। ଚାକିରି କରୁଥିବା ଲୋକମାନଙ୍କୁ ଲାଭ ପାଇବାର ସୁଯୋଗ ମିଳିବ। ବୈବାହିକ ଜୀବନରେ ସୁଖ-ସନ୍ତୋଷର ଅନୁଭୂତି ହେବ। ପରିଜନମାନଙ୍କ ତରଫରୁ ଲାଭ ହେବ। ଶୁଭ ସମାଚାର ମିଳିବ। ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କ ପାଇଁ ବୋଧହୁଏ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଏହି ସମୟଟି ଭାବିଚ଼ିନ୍ତି କରି ପାଦ ଉଠାଇବାର ଅଛି । ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ। ଯାତ୍ରାର ମଧ୍ୟ ଯୋଗ ଅଛି। ଧନ ସମ୍ବନ୍ଧରେ କୌଣସି ବିଶେଷ ଚର୍ଚ୍ଚା ହୋଇପାରେ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

ମିଥୁନ : ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ। ଅଫିସ୍ ଏବଂ ଚାକିରିରେ ଆୟ ବୃଦ୍ଧି ପ୍ରମୋଶନ ପାଇଁ ସଂଯୋଗ ନିର୍ମିତ ହେବ। ମାତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ।  ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ। କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ। ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି। ପରନ୍ତୁ ଜମିବାଡ଼ି ଆଦି ବିଷୟଗୁଡ଼ିକ କାର୍ଯ୍ୟରେ ସାବଧାନ ରହିବେ। ସନ୍ତାନ ପଛରେ ଖର୍ଚ୍ଚ କରିବେ। ବିଦ୍ୟାର୍ଥୀଗଣ ବିଦ୍ୟା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରିବେ।ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ |

mithun

କର୍କଟ : ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଆଳସ୍ୟ କାରଣରୁ ଫୂର୍ତ୍ତିର ଅଭାବ ହୋଇପାରେ। ଚାକିରି-ବ୍ୟବସାୟରେ ଅବରୋଧ ହୋଇପାରେ। ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।  ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ। ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ବୃଦ୍ଧିର ସଂଭାବନା ଅଛି। ଗୃହସ୍ଥ ଜୀବନରେ ମଧୁରତା ରହିବ। ମାନ-ସମ୍ମାନ ମିଳିବ।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।

ସିଂହ : ଆଜି ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଅନ୍ୟଥା କ୍ଷତି ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଧନ ଖର୍ଚ୍ଚ ହୋଇପାରେ। ନିଷେଧାତ୍ମକ କାର୍ଯ୍ୟ ତଥା ଅନୈତିକ କାମବୃତ୍ତି ମାର୍ଗରେ ନ ଯିବାକୁ ଧ୍ୟାନ ରଖିବେ।  ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ। ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ। ଆର୍ଥିକ ଲାଭର ସଂଭାବନା ଅଛି।ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ।

କନ୍ୟା : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ମାନସିକ ଏବଂ ଶାରୀରିକ ଅସୁସ୍ଥତା ରହିବ। ଆଜି ନିଜର ଧ୍ୟାନ ଏଠି ସେଠି ନ ଲଗେଇ ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ଆପଣ ହୁଏତ ଏହି ସମୟ ଏକ ସମାରୋହ ଚାହାଁନ୍ତି । କିନ୍ତୁ ନିଜ ପରିବାର ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ପୈତୃକ ସଂପତ୍ତି ଲାଭ ହେବ। ତଥାପି ମଧ୍ୟ ବାହନ, ବାସଗୃହ ଆଦିର କାଗଜପତ୍ର ସମ୍ବନ୍ଧିତ କାର୍ଯ୍ୟରେ ସାବଧାନପୂର୍ବକ ଆଗକୁ ବଢ଼ିବେ। ଆପଣଙ୍କ ବୈଚାରିକ ସମୃଦ୍ଧିରେ ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

kanya

ତୁଳା : ଆଜି କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ଯଶ, କୀର୍ତ୍ତି ଏବଂ ସଫଳତା ମିଳିବ। ପରିବାରରେ ମିଳାମିଶା ରହିବ। ଶାରୀରିକ ଏବଂ ମାନସିକ ସ୍ଵସ୍ଥତା ରହିବ। ଚାକିରିରେ ସାଥୀ କର୍ମଚାରୀମାନେ ସହଯୋଗ ଦେବେ। ମାମୁଁଘର ପଟରୁ ଲାଭ ହେବ।  ଆଜିର ଦିନ ଆନନ୍ଦପୂର୍ବକ ବିତିବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ଧନ ବୃଦ୍ଧି ହେବ। ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି। ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ। ଛୋଟ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହେବ। ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା : ବିଳମ୍ବ କିମ୍ବା ଅବରୋଧ ପରେ ନିର୍ଦ୍ଧାରିତ ରୂପରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ସଫଳ କରି ପାରିବେ। ଭଲ ଭୋଜନ ପ୍ରାପ୍ତ ହେବ। ବିଦ୍ୟାର୍ଥିମାନଙ୍କ ଅଧ୍ୟୟନ ପାଇଁ ମଧ୍ୟମ ଦିନ ଅଟେ। ସ୍ନେହୀଜନମାନଙ୍କର ସାକ୍ଷାତ ହେବ।  ଆପଣ ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରି ପାରିବେ। ପରିଜନମାନଙ୍କର ସହିତ ସାମାଜିକ ସମାରୋହରେ ଭାଗ ନେବେ। ଛୋଟ ଯାତ୍ରାର ମଧ୍ୟ ଯୋଗ ଅଛି। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ମାନସିକ ରୂପରେ କିଛି ବ୍ୟଗ୍ରତା ମଧ୍ୟ ଅନୁଭବ କରିବେ। ଖାଦ୍ୟ-ପାନୀୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବେ।ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ।

ଧନୁ : ଆଜି ଭାବନାର ପ୍ରବାହ ସରାବୋରରେ ରହିବେ। ସ୍ଵାଦିଷ୍ଟ ଭୋଜନ କରିବା ଏବଂ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ। ମାଙ୍ଗଳିକ ମୁହୂର୍ତ୍ତରେ ଉପସ୍ଥିତ ହେବେ। ଆନନ୍ଦଦାୟକ ଯାତ୍ରା ହେବ। ଧନଲାଭ ହେବ।  ଆଜିର ଦିନ ଶୁଭଫଳଦାୟୀ ହେବ। ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ। ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦଦାୟୀ ରହିବ। ବ୍ୟାପାରରେ ବୃଦ୍ଧି କରି ପାରିବେ।ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।

dhanu

ମକର : ଆଜିର ଦିନ ମିଶ୍ରିତ ଫଳଦାୟୀ ହେବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। କୋର୍ଟ କଚେରୀ ମାମଲାରେ ସାବଧାନ ରହିବାକୁ ଉପଦେଶ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।  ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ। ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦର ସହିତ ବିତିବ। ଚାକିରିରେ ସହଯୋଗ ମିଳିବ। ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ ଏବଂ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।ପ୍ରତିକାର: ମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ।

କୁମ୍ଭ : ଆପଣ ହୃଦୟ ଏବଂ ମନରେ ସ୍ଵସ୍ଥ ଏବଂ ପ୍ରଫୁଲ୍ଲିତ ରହିବେ। ଆର୍ଥିକ ମାମଲାରେ ଅଧିକ ଧ୍ୟାନ ଦେବାରୁ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କ ସହଯୋଗ ମିଳିବ। ବ୍ୟାପାରରେ ବୃଦ୍ଧି ହେବ।  ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ। ବିଦେଶରେ ସ୍ଥିତ ସ୍ଵଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ନୂଆ ଆୟୋଜନ ପାଇଁ ଅନୁକୂଳ ପରିସ୍ଥିତି ହେବ।ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

ମୀନ : ପରିଜନମାନଙ୍କର ଏବଂ ମିତ୍ରମାନଙ୍କ ସହିତ ଖୁସି ପୂର୍ବକ ଆଜି ନିଜର ଦିନ ବ୍ୟତୀତ କରିବେ। ହୃଦୟ ଏବଂ ମନରେ ଫୂର୍ତ୍ତି ଏବଂ ପ୍ରସନ୍ନତା ରହିବ। ବ୍ୟବସାୟରେ ବୃଦ୍ଧି ହେବ। ଦଲାଲୀ, ସୁଧ, କମିଶନ ଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ। ଭାଗିଦାରୀରେ ଲାଭ ହେବ।  ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ। ମହିଳାବର୍ଗଙ୍କଠାରୁ ଲାଭ ହେବାର ଯୋଗ ଅଛି। ପ୍ରିୟ ପାତ୍ରଙ୍କ ସହ ଭେଟ ହେବ। ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ବିବିଧ ପ୍ରକାରର ଚିନ୍ତା ଆସିବ, ଯାହା କି ପାରିବାରିକ ବାତାବରଣକୁ ବିଗାଡ଼ି ପାରେ।ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *