ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଯଦି ଆପଣଙ୍କ ହାତରେ ଅଧା ଚନ୍ଦ୍ର ପରି ଚିହ୍ନ ରହିଥାଏ ତେବେ ଆପଣ ଜୀବନରେ ବହୁତ ରହସ୍ୟ ମୟ ଘଟଣା ଘଟିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ସବୁ ରହସ୍ୟ ମୟ ଘଟଣା ବିଷୟରେ। ସାମୁଦ୍ରିକ ଶାସ୍ତ୍ରରେ ଶରୀରର ଚିହ୍ନରେ ବହୁତ ମୂଲ୍ୟ ରହିଛି। ହାତରେ ବିଭିନ୍ନ ରେଖା ରହିଛି ଯେପରି ହୃଦୟ ରେଖା, ଭାଗ୍ୟ ରେଖା,ମତିଷ୍କ ରେଖା, ମଙ୍ଗଳ ରେଖା । ଏହି ସବୁ ରେଖାକୁ ଛାଡି ବିଭିନ୍ନ ଚିହ୍ନ ଯେପରି ଶଙ୍ଖ, ଚକ୍ର, ମନ୍ଦିର, ପର୍ବତ, ତ୍ରିଶୁଳ ରହିଥାଏ। ବ୍ୟକ୍ତିର ଏହି ସବୁ ଚିହ୍ନକୁ ଛାଡ଼ି ତାର ନଖରେ ଥିଵା ଚିହ୍ନ ଦେଖି ତାର ଭବିଷ୍ୟତ ବିଷୟରେ ଜଣାପଡିଥାଏ।
ଯେଉଁ ବ୍ୟକ୍ତିର ହାତରେ ଶଙ୍ଖ ଚିହ୍ନ ଥାଏ। ସେମାନେ ଧନଶାଳୀ ହୋଇଥାନ୍ତି। ସେମାନଙ୍କ ଜୀବନରେ କେବେବି ଧନର କମି ହୋଇନଥାଏ।
ଯେଉଁ ବ୍ୟକ୍ତିର ହାତରେ ମାଛର ଚିହ୍ନ ଥାଏ ସେହି ବ୍ୟକ୍ତି ମାନେ ଶୁଭ ଓ ସୌଭାଗ୍ୟର ପ୍ରତୀକ ହୋଇଥାନ୍ତି।
ଯେଉଁ ବ୍ୟକ୍ତିର ହାତରେ ମନ୍ଦିର ପରି ଚିହ୍ନ ରହିଥାଏ ସେମାନେ ସମାଜରେ ମାନ ସମ୍ମାନ ପାଇଥାନ୍ତି ଓ ଏହି ବ୍ୟକ୍ତି ମାନେ ଗୋଟିଏ ଜାଗାରେ ବସି ଅନ୍ୟ ମାନଙ୍କ ଖବର ଭଲ ଭାବରେ ରଖିପାରନ୍ତି। ଏଵଂ ଏହି ବ୍ୟକ୍ତି ମାନେ ବୁଦ୍ଧିମାନ ହୋଇଥାନ୍ତି।ଓ ଅନ୍ୟ ମାନଙ୍କୁ ସଵୁଵେଳେସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି।
ଯେଉଁ ବ୍ୟକ୍ତିର ହାତରେ ତ୍ରିଶୁଳ ଚିହ୍ନ ଥାଏ ସେହି ବ୍ୟକ୍ତି ମାନେ ବହୁତ ଦୟାଳୁ ହୋଇଥାନ୍ତି। ସେହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ କଷ୍ଟ ଦେଖିପାରନ୍ତି ନାହିଁ। ସେମାନେ ଅନ୍ୟ ମାନଙ୍କ ଦୁଃଖର ଦୁଃଖି ହୁଅନ୍ତି। ସେମାନେ ଅନ୍ୟ ମାନଙ୍କ ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତି। ଯେଉଁ ବ୍ୟକ୍ତିର ହାତରେ ପର୍ବତ ଚିହ୍ନ ଥାଏ ସେହି ବ୍ୟକ୍ତି ମାନେ ବହୁତ ଗୁଣଵାନ୍ ହୋଇଥାନ୍ତି ସହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତିଓ ସେମାନେ ପରିଶ୍ରମୀ ହୋଇଥାନ୍ତି ସେମାନେ ସବୁବେଳେ ପରିଶ୍ରମ କରି ବଞ୍ଚିବା ପାଇଁ ଚାହାନ୍ତି ସେମାନେ କେବେବି ଅନ୍ୟ ଉପରେ ଭରସା କରନ୍ତି ନାହିଁ। ଏଵଂ ଏହି ବ୍ୟକ୍ତି ମାନଙ୍କ ଉପରେ ଶିବଙ୍କର କୃପା ଥାଏ ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।
ଯେଉଁ ବ୍ୟକ୍ତିର ନଖରେ ଅଧା ଚନ୍ଦ୍ର ପରି ଚିହ୍ନ ରହିଥାଏ ଏହି ବ୍ୟକ୍ତି ମାନେ ବହୁତ ଶୁଭ ହୋଇଥାଏ ଯଦି ଅନାମିକା ଆଙ୍ଗୁଠି ନଖରେ ଅଧା ଚନ୍ଦ୍ର ପରି ଚିହ୍ନ ରହିଥାଏ ତେବେ ଏହି ବ୍ୟକ୍ତିକୁ ସମାଜରେ ମାନ ସମ୍ମାନ ମିଳିଥାଏ। ଯେଉଁ ବ୍ୟକ୍ତିର ମଝି ଆଙ୍ଗୁଠି ନଖରେ ଅଧା ଚନ୍ଦ୍ର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥାଏ। ଏଵଂ ସେମାନଙ୍କ ଜୀବନରେ ଧନରଵୁଦ୍ଧି ହୋଇଥାଏ।। ଯେଉଁ ବ୍ୟକ୍ତିର ସବୁଠାରୁ ଛୋଟ ଆଙ୍ଗୁଠି ନଖରେ ଅଧା ଚନ୍ଦ୍ର ପରି ଚିହ୍ନ ରହିଥାଏ ତେବେ ସେମାନେ ସବୁ ସମସ୍ୟା ର ସମାଧାନ କରିପାରିନ୍ତି। ଏଵଂ ସେମାନେ ସବୁ କ୍ଷେତ୍ରରେ ସଂଘର୍ଷ କରିପାରନ୍ତି। ଯେଉଁ ବ୍ୟକ୍ତିର ହାତରେ ଅଧା ଚନ୍ଦ୍ର ପରି ଚିହ୍ନ ରହିନଥାଏ ଏହି ବ୍ୟକ୍ତି ମାନେ ବହୁତ ରାଗି ଵ୍ଯକ୍ତି ହୋଇଥାନ୍ତି। ଏମାନେ ଅନ୍ୟ ମାନଙ୍କୁ ଭଲ ପାଆନ୍ତି ନାହିଁ ଓ ସେହି ବ୍ୟକ୍ତି ମାନେ କେବଳ ନିଜର ସୁଖ ଦେଖିଥାନ୍ତି। ନିଜ କଥା ଚିନ୍ତା କରନ୍ତି କେବେବି ଅନ୍ୟ ଚିନ୍ତା କରନ୍ତି ନାହିଁ ସେମାନେ ଅନ୍ୟର ସୁଖ ଦେଖନ୍ତି ନାହିଁ।
ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |