ଡବ୍ଲୁଡବ୍ଲୁଇ ର ଷ୍ଟାର ଦି ଗ୍ରେଟ ଖଲ୍ଲିଙ୍କୁ କିଏ ଅବା ନ ଜାଣିଛି।ଏପରିକି ଯେ ଡବ୍ଲୁଡବ୍ଲୁଇ ଯମା ଆଦୌ ଦେଖେନାହିଁ ସେ ମଧ୍ୟ ଖଲ୍ଲିକୁ ଭଲ ଭାବେ ଜାଣିଥିବ।ଡବ୍ଲୁଡବ୍ଲୁଇରେ ଅନେକ ଖେଳାଳୀମାନଙ୍କୁ ହରେଇଥିବା ଖଲ୍ଲିଙ୍କର ଜନ୍ମ ହିମାଚଳ ପ୍ରଦେଶର ଶିମଲାରେ ୨୭ ଅଗଷ୍ଟ ୧୯୭୨ ମସିହାରେ ଏବଂ ସେ ଭାରତ ର ଗର୍ଵ ଏବଂ ଗୌରବ।ସ୍ୱପ୍ନରେ ସୁଦ୍ଧା ସେ ଭାବିନଥିଲେ ଯେ ସେ ଜଣେ ଷ୍ଟାର ହେଇପାରିବେ ବୋଲି,ଯାହାର ନାମ ସମଗ୍ର ବିଶ୍ୱ ଜାଣିଥିବ।ତାଙ୍କର ପୁରା ନାମ ଦିଲ୍ଲୀପ ସିଂହ ରାଣା।ସେ ଅନେକ ବଡ଼ ବଡ଼ ଖେଳାଳି ମାନଙ୍କୁ ଅତ୍ୟନ୍ତ ସହଜରେ ହରେଇଛନ୍ତି।ସେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ନିଜ ପରିବାରର ପ୍ରତିପୋଷଣ ପାଇଁ ସେ ଶିମଲାରେ ସିକ୍ୟୁରିଟି ଗାର୍ଡ ଭାବେ ମଧ୍ୟ କାମ କରୁଥିଲେ।କିନ୍ତୁ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଦେଖିଲେ। ଏବଂ ଖଲ୍ଲି ପୋଲିସ ରେ ଯୋଗଦେଲେ।୧୯୯୩ ମସିହାରେ ସେ ଶିମଲା ରୁ ଜଳନ୍ଧର୍ ଚାଲିଆସିଲେ ଏବଂ ସେଠାରେ ଏକ ଜିମ୍ କୁ ଯାଇ ଅତ୍ୟନ୍ତ ପରିଶ୍ରମ କରି ନିଜ ସ୍ୱାସ୍ଥ୍ୟ ବନେଇଲେ।ଏହା ପରେ ସେ ୨୦୦୦ ମସିହାରେ ଅଲ୍ ପ୍ରୋ ରେସଲିଙ୍ଗରେ ମଧ୍ୟ ଭାଗ ନେଇଥିଲେ ।

ଏହା ପରେ ସେ ଆଉ ପଛକୁ ଫେରିନାହାନ୍ତି।ଇତିମଧ୍ୟରେ ୨୦୦୩ ମସିହାରେ ହର୍ ମିନ୍ଦର କୌର୍ ଙ୍କୁ ବିବାହ କରିଥିଲେ।ତାଙ୍କର ଜନ୍ମ ୧୧ ଜାନୁଆରୀ ୧୯୭୧ ରେ ଦିଲ୍ଲୀରେ ହେଇଥିଲା।ସେ ଅନନ୍ୟା ସୁନ୍ଦରୀ।ତାଙ୍କର ପିତାଙ୍କର ନାମ ରାଜବିନ୍ଦର ସିଂହ ଏବଂ ମାତାଙ୍କ ନାମ ଚିରଞ୍ଜିତ କୌର ଅଟେ।ତାଙ୍କର ପ୍ରାଥମିକ ଶିକ୍ଷା ସ୍ପେନ ରେ ହେଇଛି ସେ ଜଣେ ଏସିୟ ଭାରତୀୟ ମଧ୍ୟ।ବିଭିନ୍ନ ଚଳଚିତରେ ମଧ୍ୟ କାମ କରିସାରିଛନ୍ତି।ମାତ୍ର ସେ ସର୍ବଦା ସୋସିଆଲ ମିଡ଼ିଆ ଠାରୁ ଦୂରରେ ରହିଥାନ୍ତି।ମାତ୍ର ସେ ଦୁଇ ଜଣଙ୍କ ଯୋଡି କୋଟିକରେ ଗୋଟିଏ।ଏବେ ମଧ୍ୟ ଖଲ୍ଲି କୁହନ୍ତି ଯେ ତାଂକ ସଫଳତା ର୍ ସବୁ ଶ୍ରେୟ ତାଙ୍କ ସ୍ତ୍ରୀଙ୍କର।ସେହି ଦୁଇ ଜଣଙ୍କ ଏକ କନ୍ୟା ମଧ୍ୟ ରହିଛି ଯାହାର ନାମ ହେଉଛି ଏଲଭିସ ରାଣା।ଝିଅର ଜନ୍ମ ୨୦୧୪ ମସିହାରେ।ବାସ୍ତବିକ ଜଣାପଡୁଛି ଯେ ସେମାନେ ଦୁଇଜଣ ପରପ୍ସରମକୁ ଭଲ ପାଆନ୍ତି।ଦୁହିଁଜଣ ଆଗାମୀଦିନରେ ମଧ୍ୟ ଏମିତି ଭଲପାଆନ୍ତୁ।ତାଙ୍କ ଜୀବନରେ ସୁଖ ସମୃଦ୍ଧିରେ ଭରିଯାଉ ଆମେ ଏତିକି ଆଶା ରଖୁଛୁ।

ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।
Post Views:
1,246