pari

ପରୀ ହତ୍ୟାକାଣ୍ଡ ର ପ୍ରକୃତ ଦୋଷୀ କିଏ।

Uncategorized

ନୟାଗଡ଼ରେ କିଛି ଦିନ ତଳେ ଏକ ୫ବର୍ଷର ଝିଅ ପରୀକୁ ହତ୍ୟା କରାଯାଇ ତାଙ୍କ ଘରପଟ ବାରିଆଡ଼େ ଫିଙ୍ଗିଦିଆଯାଇଥିଲା।ଏହି ଘଟଣାରେ ଉପଯୁକ୍ତ ନ୍ୟାୟପାଇବା ପାଇଁ ପରୀର ପିତା ମାତା କିଛିଦିନ ତଳେ ବିଧାନସଭା ଆଗରେ ଆତ୍ମହୁତି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ।ଆତ୍ମହୁତି ଦେବାର ଉଦ୍ୟମ କରୁଥିବା ସମୟରେ ପରୀର ମାଆ କହିଥିଲେ ଯେ ତାଙ୍କ ଝିଅର ହତ୍ୟା କରାଯାଇଛି ଏହା ସହ ତାହାର କିଡନୀ ଏବଂ ଆଖିକୁ ବିକ୍ରି ମଧ୍ୟ କରିଦିଆଯାଇଛି।ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କର ହାତ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।ଏହା ସହ ଏକ ଅଡିଓ କଲ୍ ମଧ୍ୟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ମନ୍ତ୍ରୀ ଅରୁଣ ସାହୁ ଏବଂ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ କଥା ହେବାରେ ଶୁଣିବାକୁ ମିଳିଛି।ଅରୁଣ ସାହୁ ସରପଞ୍ଚଙ୍କୁ ଧମକଉଥିବାର ମଧ୍ୟ ଶୁଣିବାକୁ ମିଳୁଛି ।

pariii

ମନ୍ତ୍ରୀ କହୁଛନ୍ତି ଯେ ସରପଞ୍ଚ ତାଙ୍କ ଲିମିଟ କ୍ରସ୍ କରୁଛନ୍ତି।ପରୀର ନିଖୋଜ ହେବାପରେ ଯେତେବେଳେ ତାର ମାତାପିତା ପୋଲିସଷ୍ଟେସନରେ ଅଭିଯୋଗ କରିଥିଲେ ସେତେବେଳେ ସତେଯେପରି ପୋଲିସ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ହେଇଯାଇଥିଲା।ପୋଲିସ ଓଲଟା ତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ବାଦେଇଥିଲା ବୋଲି ପରୀର ମାତାପିତା ଅଭିଯୋଗ ଆଣିଥିଲେ।ତେଣୁ ନ୍ୟାୟପାଇବା ପାଇଁ ସେମାନେ ବିଧାନସଭା ଆଗରେ ଆତ୍ମହୁତି ଦେବାପାଇଁ ଉଦ୍ୟମ କରୁଥିଲେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି।ତେଣୁ ଏହିଘଟଣା ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି ଜୋରସୋରରେ ଧରିଛି।ମାତ୍ର ଖଣ୍ଡପଡା ବିଧାୟକ ତଥା ବିଜେଡ଼ି ଉପସଭାପତି ସୌମ୍ୟ ରଞ୍ଜନ ପଟନାୟକ କହୁଛନ୍ତି ଯେ ଏହା ଏକ ଛୋଟ ଅଘଟଣ।ମାତ୍ର ପୋଲିସ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହୁଛି।

pari

ତେଣୁ ଏହି ସମସ୍ତ ଘଟଣାର ଉପଯୁକ୍ତ ତଦନ୍ତ ହେଲେ ଯାଇଁ ଉପଯୁକ୍ତ ଦୋଷୀ ଦଣ୍ଡ ପାଇବ।ଏହି ଘଟଣାକୁ ନେଇ ବିରୋଧୀଦଳର ନେତାମାନେ ଗୃହ ମୁଲତବୀ କରିଥିଲେ।ଏହି ଘଟଣା ସମ୍ପର୍କରେ ଲଷ୍ମୀପ୍ରସାଦ ପଞ୍ଚାୟତ ର ସରପଞ୍ଚ ସୌମ୍ୟ ରଞ୍ଜନ ଅତ୍ୟନ୍ତ ସାଂଘାତିକ ଅଭିଯୋଗ ଆଣିଛନ୍ତି।ତାଙ୍କ କହିବା ଅନୁସାରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲିଙ୍କୁ ଘଣ୍ଟ ଘୋଡେଇ ରଖାଯାଉଛି।ଏହି ଘଟଣାରେ ଅରୁଣ ସାହୁ ବାବୁଲିଙ୍କୁ ଘଣ୍ଟ ଘୋଡେଇ ରଖୁଛନ୍ତି।ବାବୁଲିଙ୍କ ଉପସ୍ଥିତିରେ ପରୀର ପିତାମାତାଙ୍କୁ ମାଡ଼ ମଧ୍ୟ ମରାଯାଇଥିଲା।ତେବେ ତଦନ୍ତ ପରେ ଜଣାପଡିବ ଯେ କିଏ ସତ କହୁଛି ଏବଂ କିଏ ମିଛ କହୁଛି।ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *