sani

ସାଢେସାତି ରୁ ମୁକ୍ତି ପାଇଁ କରନ୍ତୁ ଏହି ଗୋଟିଏ କାମ,କଟିଯିବ ଶନିଦଶା ହୋଇଯିବେ କୋଟିପତି |

FACT

ଶନିଦେବଙ୍କୁ ପ୍ରସନ୍ନ କରିବାପାଇଁ ତାଙ୍କୁ ଶନିବାର ଦିନ ପୂଜା କରାଯାଏ ,ଲୁହା, ତେଲ ସହ ଶନିଦେବଙ୍କୁ କଳା ଜିନିଷ ବହୁତ ପ୍ରିୟ ତେଣୁ ଏହି ଜିନିଷ ଦ୍ୱାରା ତାଙ୍କୁ ପୂଜା କରାଯାଏ ।ଯେକୌଣସି ବ୍ୟକ୍ତିର କୁଣ୍ଡଳୀରେ ଯଦି ଶନିଦେବ ଓଲଟା ଦିଗରେ ଗତି କରନ୍ତି ତାହେଲେ ସେ ବହୁତ କଷ୍ଟ ପାଇବା ସହ ,ତା ଭାଗ୍ୟ ଖରାପ ପଡିଥାଏ । ସେଥିରୁ ବର୍ତ୍ତିବାପାଇଁ ଆମେ ଶନିଦେବଙ୍କ ପୂଜା କରିଥାଉ କାରଣ ଶାଣିଦେବଙ୍କ କୃପା ଆମ ଉପରେ ରଖିବାପାଇଁ ।ଶନିଦେବଙ୍କୁ ସଚା ହୃଦୟରେ ପୂଜା କରିବାପରେ ବହୁତ ସହଜରେ ଜାଣିପାରିବେ ଯେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେଲେ । ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏହିଭଳି ସଂକେତ ମିଳିବା ଦ୍ୱାରା ଜାଣିବେ ଯେ ଶନିଦେବ ଆପଣଙ୍କ ଉପରେ ଖୁସି ଅଛନ୍ତି ।କେମିତି କରିବେ ଶନିଦେବଙ୍କୁ ପ୍ରସନ୍ନ |

sanii

ଲଗାନ୍ତୁ ବାଡ଼ି ଅଁଳା ଗଛ | ବାଡ଼ି ବୃକ୍ଷ ଶନିଦେବଙ୍କର ଗଛ ଆମେ ଜାଣିଥାନ୍ତି । ଏହି ଗଛର ପୂଜା କରିବା ଦ୍ୱାରା ଶନିଦେବଙ୍କ କୃପା ଲାଭ ହୋଇଥାଏ । ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ପ୍ରତି ଶନିବାର ଦିନ ଏହି ବୃକ୍ଷମୂଳରେ ପୂଜା କରନ୍ତୁ ଓ ନିଜଘରର ପଶ୍ଚିମ ଦ୍ୱାରରେ ଏହି ବୃକ୍ଷ ଲଗାନ୍ତୁ । ଏହା କରିବା ଦ୍ୱାରା ଶନିଦେବ ସଦା ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ହନୁମାନ ଚାଳିଶା ପଢନ୍ତୁ | ପ୍ରତିଦିନ ହନୁମାନ ଚାଲିଶା ପଢିବାସହ ,ଶନିବାର ଦିନ ହନୁମାନ ଙ୍କ ପୂଜା କରିବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଜୀବନରେ କୌଣସି ପ୍ରକାରର ବାଧା ହୋଇନଥାଏ ।

କଳା ଜିନିଷର ଦାନ କରନ୍ତୁ | କଳା ଡାଲି ,ଚପଲ, ଜୋତା ,କପଡା ଏହି ଜିନିଷର ଦାନ କରିବା ଶୁଭ ହୋଇଥାଏ । କୌଣସି ଭିକାରୀକୁ ଏହି ଜିନିଷ ଦେବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କର କୃପା ରଖିଥାନ୍ତି । ସଫଳତା ମିଳିଥାଏ| ଶନିଦେବଙ୍କ ପୂଜା କରିବାପରେ ଆପଣଙ୍କୁ ଯଦି ପ୍ରତିଟି କ୍ଷେତ୍ରରେ ସଫଳତା ପ୍ରାପ୍ତ ହେଉଛି ଓ ଅଟକି ରହିଥିବା କୌଣସି କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଯାଉଛି ।ତାହେଲେ ଆପଣ ଜାଣିବେ ଯେ ଭଗବାନ ଶନିଦେବ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଟନ୍ତି । ଚୁଟି ଓ ନଖ | ଯଦି ଆପଣଙ୍କ ମୁଣ୍ଡର ବାଳ ଓ ଆଙ୍ଗୁଠିର ନଖ ମଜବୁତ ରହିଥାଏ । ତାହେଲେ ଆପଣ ଜାଣିବେ ଯେ ଶନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିଛନ୍ତି । ଏଥିସହ ଆଖିକୁ ଭଲ ଭାବରେ ଦେଖାଯିବା ଏବଂ ହାଡ ଓ ମାଂସ ଜନିତ ସମସ୍ୟା ଦେଖାନଗଲେ ଜାଣିବେ ସେ ଶନିଦେବ ବର୍ତ୍ତମାନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଟନ୍ତି ।

ମନ ସର୍ବଦା ଶାନ୍ତି ରହିଥାଏ | ଶନିଦେବଙ୍କ କୃପା ଯଦି ଆପଣଙ୍କ ଉପରେ ରହିଥାଏ ତାହେଲେ ଆପଣଙ୍କ ମନ ସର୍ବଦା ଶାନ୍ତ ରହିବା ସହିତ କୌଣସି ଜିନିଷ ପ୍ରତି ଆପଣଙ୍କୁ ଭୟ ଲାଗିନଥାଏ ଓ କୌଣସି ଚିନ୍ତା ମଧ୍ୟ ମନ ଭିତରକୁ ଆସିନଥାଏ । ଶନିଦେବ ଯଦି ଆପଣଙ୍କ ଉପରେ ଅସନ୍ତୁଷ୍ଟ ଥାଆନ୍ତି ତାହେଲେ ଆପଣଙ୍କ ମନ ସର୍ବଦା ଅଶାନ୍ତି ରହିବା ସହ ସର୍ବଦା ବିଭିନ୍ନ ଜିନିଷ ପ୍ରତି ଭୟ ଲାଗିଥାଏ । ଧନର ପ୍ରାପ୍ତି ହେବା | ଶନିଦେବ ଙ୍କ ଖରାପ ପ୍ରଭାବ ଯଦି ଆପଣଙ୍କ ଉପରେ ଥାଏ ,ଆପଣଙ୍କୁ ସର୍ବଦା ଆର୍ଥିକ ସ୍ଥିତିରେ କ୍ଷତି ସହିବାକୁ ପଡିଥାଏ । ଯଦି ଆପଣ ଶନିଦେବଙ୍କ ପୂଜା କରିବା ପରେ ଏହି ସମସ୍ୟା ଦୂର ହୋଇଥାଏ ଅର୍ଥାତ ଟଙ୍କା ବୃଦ୍ଧି ହେବାସହ ଧନର ମଧ୍ୟ ବୃଦ୍ଧି ହୋଇଥାଏ ଏଥିସହ ସମାଜରେ ମାନ ସମ୍ମାନ ବଢ଼ିଥାଏ ,ତାହେଲେ ଜାଣିବେ ଆପଣ ଶନିଦେବ ଆପଣଙ୍କ ଉପରେ ଖୁସି ଅଛନ୍ତି । ଚପଲ ଚୋରି ହେବା | ଅଚାନକ ବେଳେବେଳେ ଆମର ଚପଲ ଚୋରି ହୋଇଯାଇଥାଏ । ଏମିତି ଯଦି ଆପଣଙ୍କ ସହ କେବେ ହୋଇଥାଏ ତ ଆପଣ ଜାଣିଯିବେ ଯେ ଶନିଦେବଙ୍କ ଖରାପ ପ୍ରଭାବରୁ ଆପଣ ବଞ୍ଚିଗଲେ ।

Leave a Reply

Your email address will not be published. Required fields are marked *