modi

ଜୋ ବିଡେନ ଭାରତ ବିଷୟରେ ଦେଲେ ପ୍ରଥମ ବିବୃତ୍ତି , ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କହିଲେ ଏହି କଥା |

NEWS

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି କହିଛନ୍ତି ଯେ , ସେ କରୋନା ମହାମାରୀ ଠାରୁ ରକ୍ଷା ପାଇବାପାଇଁ , ବୈଶିକ ଅର୍ଥବ୍ୟବସ୍ଥାକୁ ଠିକ ବାଟକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଏବଂ ଏକ ସୁରକ୍ଷିତ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ ଅଞ୍ଚଳକୁ ବଜାୟ ରଖିବା ସହିତ ସମସ୍ତ ବୈଶିକ ଆହ୍ୱାନର ମୁକାବିଲା କରିବାପାଇଁ ଏକାସହିତ ମିଶି କାମ କରିବାପାଇଁ ଇଚ୍ଛୁକ ଅଟନ୍ତି। ବିଡେନଙ୍କର ଶାସକ ହସ୍ତାନ୍ତର ଦଳ ଏହି ସୂଚନା ଦେଇଛନ୍ତି। ଦେଶରେ ନଭେମ୍ବର ୩ ତାରିଖ ଦିନ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା ଥିଲା।

ଜୋ ବିଡେନ ଏବଂ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସଙ୍କର ଶାସକ ହସ୍ତାନ୍ତର ଦଳ କହିଛି ଯେ , ନିର୍ବାଚିତ ରାଷ୍ଟ୍ରପତି କହିଛନ୍ତି ଯେ କରୋନା ମହାମାରୀରୁ ରକ୍ଷା ପାଇବା ଏବଂ ଭବିଷ୍ୟତରେ ଆସିବାକୁ ଥିବା ସ୍ୱାସ୍ଥ୍ୟ ସଙ୍କଟରୁ ରକ୍ଷା ପାଇବାର ପ୍ରସ୍ତୁତି ପାଇଁ , ବୈଶିକ ଅର୍ଥବ୍ୟବସ୍ଥାର ପୁନଃସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିବା , ଦେଶ ତଥା ବିଦେଶରେ ଲୋକତନ୍ତ୍ରକୁ ଦୃଢ଼ କରିବା ଏବଂ ଏକ ସୁରକ୍ଷିତ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ ଅଞ୍ଚଳକୁ ବଜାୟ ରଖିବା ସହିତ ସମସ୍ତ ବୈଶିକ ଆହ୍ୱାନର ମୁକାବିଲା କରିବାପାଇଁ ଏକାସହିତ ମିଶି କାମ କରିବାପାଇଁ ଇଚ୍ଛୁକ ଅଟନ୍ତି। ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ , ବିଡେନ ମୋଦୀଙ୍କ ଅଭିନନ୍ଦନ ପାଇଁ ତାଙ୍କ ଆଭାର ବ୍ୟକ୍ତ କରିଛନ୍ତି ଏବଂ ଦକ୍ଷିଣ ଏସିଆ ମୂଳର ପ୍ରଥମ ଉପରାଷ୍ଟ୍ରପତିଙ୍କ ମିଶି ଆମେରିକା ଏବଂ ଭାରତ ମଧ୍ୟରେ ରଣନୀତିକ ଚୁକ୍ତିକୁ ଦୃଢ଼ କରିବା ଏବଂ ତାକୁ ବିସ୍ତାର କରିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ଦିନ ମୋଦୀ ଟ୍ୱିଟ କରି କହିଛନ୍ତି ଯେ , ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ସହ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆହୁରିମଧ୍ୟ ମଧ୍ୟ ସେମାନେ ଭାରତ-ଆମେରିକା ରଣନୀତିକ ଚୁକ୍ତି ପ୍ରତି ପ୍ରତିବନ୍ଧତା ବିଷୟରେ ଆଲୋଚନା କରିଛନ୍ତି ଏବଂ କରୋନା ମହାମାରୀ , ଜଳବାୟୁ ପରିବର୍ତ୍ତନ ତଥା ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସହଯୋଗ ଉପରେ ଚୁକ୍ତିର ପ୍ରାଥମିକତା ଏବଂ ଆହ୍ଵାନ ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି , ତାଙ୍କର ସଫଳତା ଭାରତୀୟ-ଆମେରିକୀୟ ସମୁଦାୟ ପ୍ରତି ଗର୍ବ ଏବଂ ପ୍ରେରଣାର କଥା ଅଟେ। ଏହି ସମୁଦାୟ ଭାରତୀୟ-ଆମେରିକୀୟ ସମ୍ପର୍କ ପାଇଁ ଦୃଢ଼ତାର ଗୁରୁତ୍ୱପୂର୍ଣ୍ଣ ସ୍ରୋତ ଅଟେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ , ମୋଦୀ ବିଡେନଙ୍କ ନିର୍ବାଚିତ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆପଣଙ୍କୁ ଆମେ ଏମିତି ହସକଥା ଜୋକ୍ସ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *