ପ୍ରେମ ଏମିତି ଏକ ଜିନିଷ ଜାହା ମଣିଷକୁ କେବେ ଭଲ ବାଟକୁ ନେଇ ଯାଏ ତ କେବେ ଖରାପ ରାସ୍ତାକୁ ନେଇଯାଏ । ତେବେ ଏହି ପ୍ରେମ ପାଇଁ କେହି କେବେ କେବେ ଭଲ ରାସ୍ତାରେ ଚାଲନ୍ତି ତ , କେହି କେବେ କେବେ ନିଜର ସହୁ ସୀମା ଭୁଲି ଜାଇଥାନ୍ତି । ଆଜିର ଏହି ଖବରରେ ଆମେ ଏମିତି ଏକ ପ୍ରେମୀ ଯୁଗଳଙ୍କ ବିଷୟରେ ଜାଣିବା , ଯିଏ କ୍ଲାସ ରୁମରେ ସମସ୍ତଙ୍କ ସାମ୍ମାନାରେ ବାହା ହୋଇଗଲେ । ଏହି ଖବର ଟି ମାହାରାଷ୍ଟ୍ରର , ପ୍ରମେୟ ନ୍ୟୁଜ 7 ରେ ପ୍ରକାଶିତ ଏକ ରୋପଟରୁ କଣ ଘଟିଥିଲା ଖବର ଆସନ୍ତୁ ଜାଣି ନେବା ।
ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କଲେ ଛାତ୍ର। +୨ ର ଦ୍ବିତୀୟ ବର୍ଷର ଦୁଇଜଣ ଛାତ୍ର-ଛାତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କଥା ଦାଣ୍ଡରେ ପଡି ହାଟରେ ଗଡିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ସମେତ ୨ ଜଣଙ୍କ ବାପ-ମାଆ ଚିନ୍ତାରେ ପଡିଯାଇଥିଲେ। ମହାରାଷ୍ଟ୍ରର ଆସିଫାବାଦରେ ଏଭଳି ଘଟଣା ଦେଖିବାକୁ ମିଳିଛି।