ପ୍ରକୃତି ଦତ୍ତ ସମସ୍ତ ଗଛଲତା ମଣିଷର କଲ୍ୟାଣ ପାଇଁ ହୋଇଥାଏ ।ପରିବେଶ ର ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷଲତା ର ବିଶେଷ ମହତ୍ତ୍ଵ ରହିଛି। ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ଆୟର୍ବେଦ ରେ ସମସ୍ତ ଗଛ କଥା ମଧ୍ୟ ଉଲ୍ଲେଖ ରହିଛି।ଗଛର ଛାଲି , ଚେର , ପତ୍ର , ଫୁଲ ଏବଂ ଫଳ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ। ଗୃହ ମାନଙ୍କର ବସ୍ତୁ ଦୋଷ ଦୂର କରିବା ପାଇଁ ମଧ୍ୟ ଅନେକ ବୃକ୍ଷର ବର୍ଣ୍ଣନା କରାଯାଇଛି ।ଏଥି ମଧ୍ୟରୁ ଶ୍ୱେତ ଅରଖ ଗଛ ସମ୍ପୂର୍ଣ୍ଣ ଉତ୍କୃଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଏହି ଶ୍ୱେତ ଅରଖ ଫୁଲ ବିଷୟରେ ବାସ୍ତୁ ଶାସ୍ତ୍ରରେ କଣ ସବୁ ଉଲ୍ଲେଖ ରହିଛି ।
ବନ୍ଧୁଗଣ ସାଧାରଣତଃ ଗଣେଶ ପୂଜା ଆସିଲେ ଆମେ ମାନେ ବିଶାଳ ବିଶାଳ ମୂର୍ତ୍ତି ପ୍ରତିଷ୍ଠା କରି ପ୍ରାଣ ପ୍ରତିଷ୍ଠା କରିଥାଏ ଏବଂ ତାହାର ପୂଜା କରିଥାଉ । ଗୃହ ପ୍ରବେଶ ,ଦୋକାନ ,କାରଖାନା ଆଦିର ଶୁଭାରମ୍ଭ କରିବା ପୂର୍ବରୁ ଗଣେଶ ଙ୍କ ମୂର୍ତ୍ତି ପଥର ମାଟି ଇତ୍ୟାଦି ଅବି ପୂଜା କରିଥାଉ । କିନ୍ତୁ ଆପଣମାନେ କଣ ଜାଣନ୍ତି କି ଏମିତି ଏକ ଦିବ୍ୟ ବୃକ୍ଷ ଅଛି ଯେଉଁ ବୃକ୍ଷରେ ସାକ୍ଷାତ ଗଣେଶ ବା ସ କରିଥାନ୍ତି । ସେହି ବୃକ୍ଷଟି ର ନାମ ହେଉଛି ଶ୍ୱେତ ଅରଖ ଗଛ । ଏହି ଅରଖ ଗଛ ସଦହରଣତ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ବାଇଗଣୀ ରଙ୍ଗ ର ଏବଂ ଅନ୍ୟଟି ହେଉଛି ଧଳା ରଙ୍ଗର ଅରଖ ଫୁଲ। ଏହି ଧଳା ରଙ୍ଗର ଅରଖ ଫୁଲ ଗଛ ରେ ଶ୍ରୀ ଗଣେଶ ବାସ କରିଥାନ୍ତି । ଏଥି ପାଇଁ ଅରଖ ଗଛ କୁ ପୂଜା କରିବା ଅର୍ଥାତ୍ ଗଣେଶ ଙ୍କୁ ପୂଜା କରିବା କରିବା ସହିତ ସମାନ ହୋଇଥାଏ । ଏହି ଅରଖ ଫୁଲ ଗଣେଶ ,ଦେବୀ , ଶିବ ଏବଂ ସୂର୍ଯ୍ୟ ଙ୍କ ର ପ୍ରିୟ ହୋଇଥାଏ ।
ବନ୍ଧୁଗଣ ଯେହେତୁ ଏହି ଅରଖ ଗଛ ରେ ଶ୍ରୀ ଗଣେଶ ବାସ କରିଥାନ୍ତି ସେଥିପାଇଁ ଏହି ଅରଖ ଗଛ କୁ ନିଜ ଘରେ ,ଅଫିସ ରେ କିମ୍ବା କୌଣସି ସ୍ଥାନରେ ଲଗାଇ ପୂଜା କଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଥାଏ । ଏହା ସହିତ ମଣିଷ କୁ ଧନ ସମ୍ପତି ମଧ୍ୟ ପ୍ରାପ୍ତି ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ହର୍ତା ଏଥିପାଇଁ ଗୃହରେ ସମସ୍ତ ପ୍ରକାରର ବିଘ୍ନ ଦୂର ହୋଇଥାଏ । ଏହା ସହିତ ସେହି ଘରକୁ ମଧ୍ୟ ସିଦ୍ଧି ଏବଂ ବୁଦ୍ଧି ମଧ୍ୟ ପ୍ରବେଶ କରିଥାନ୍ତି। ସେହି ଘରେ ସବୁବେଳେ ଖୁସି ର ମାହୋଲ ହୋଇ ରହିଥାଏ । ଶ୍ୱେତ ଅରଖ ଗଛ କୁ ନିଜ ଘରେ ଲଗାଇ ପୂଜା କଲେ ମଧ୍ୟ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ।