ବ୍ରହ୍ମ ଯିଏ ଦେଇଥାଏ ଜୀବନ୍ତର ପ୍ରମାଣ । ଏହା ମହାପ୍ରଭୁ ଜଗନ୍ନାଥଙ୍କୁ ଜୀବନ୍ତର ମାନ୍ୟତା ଦେଇଛି । ଆସନ୍ତୁ ଜାଣିବା ବ୍ରହ୍ମ କଣ ଏବଂ କିପରି ଏହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଚାଲନ୍ତୁ ଜାଣିବା ବ୍ରହ୍ମର ସୃଷ୍ଟି ବିଷୟରେ । ବ୍ରହ୍ମ ହିଁ ଜୀବନ ।ମଣିଷଙ୍କ ଶରୀରରେ ଯେପରି ଆତ୍ମା ରହିଛି ସେହିପରି ମହାପ୍ରଭୁଙ୍କ ଭିତରେ ବ୍ରହ୍ମ ରହିଛି ବା ପରାତ୍ମା । ସେଥିପାଇଁ ମହାପ୍ରଭୁ ହେଉଛନ୍ତି କଳିଯୁଗର ଏକମାତ୍ର ଜୀବନ୍ତ ଠାକୁର । ଯିଏ ଭକ୍ତର ଡାକ ଶୁଣନ୍ତି ଏବଂ ବୁଝନ୍ତି ମନସ୍କାମନା ମଧ୍ୟ ପୁରଣ କରିଥାନ୍ତି ।ସେଥିପାଇଁ ଏହି ବ୍ରହ୍ମ ହିଁ ଏକମାତ୍ର ଆକର୍ଷଣ । ଏହି ବ୍ରହ୍ମର ପୁଣି ୭ଟା ପ୍ରଶ୍ନ ରହିଛି ।ଭକ୍ତ ହୁଅନ୍ତୁ କି ସାଧୁ , ଯୋଗୀ ହୁଅନ୍ତୁ କି ସନ୍ୟାସୀ ,ଆବେଧକ ଏବଂ ଗବେଷକ ବ୍ରହ୍ମର ସତ୍ତା ଜାଣିବା ପାଇଁ ଇଛା କରନ୍ତି ।ବ୍ରହ୍ମ କଣ ଏହା କିପରି ଜାଣିବା ପାଇଁ ସମସ୍ତଙ୍କର ଇଛା ।
ପୂର୍ବରୁ ଅନେକ ଆବେଶକ ଏବଂ ଗବେଷକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଏ ବ୍ରହ୍ମ ହେଉଛନ୍ତି ଶ୍ରୀ କୃଷ୍ଣଙ୍କ ନାଭି କହୁଥିବା ବେଳେ ଆଉ କେତେକ ଏହାକୁ ଶ୍ରୀ କୃଷ୍ଣଙ୍କ ହୃଦୟ ବୋଲି କହୁଛନ୍ତି । କିନ୍ତୁ ଅନେକ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଯେତେବେଳେ ଶ୍ରୀ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ପାଣ୍ଡବ ମନେ ତାଙ୍କର ଅନ୍ତିମ ସତ୍କାର କରିଥିଲେ କିନ୍ତୁ ସେହି ସମୟରେ ଶ୍ରୀ କୃଷ୍ଣଙ୍କ ନାଭି ଟି ଜଳୀନଥିଲା ଏହାକୁ ଦେଖି ପାଣ୍ଡବ ମନେ ତାଙ୍କ ନାଭିକୁ ସମୁଦ୍ରରେ ଭସାଇ ଦେଇଥିଲେ । ଯେଉଁଟାକି ଆସି କୂଳରେ ଲାଗିଲା ଯାହାକୁ ନେଇ ପରେ ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ସେଥିରେ ସ୍ଥାପନ କଲେ । ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ସୁରେନ୍ଦ୍ର କୁମାର ମିଶ୍ର କହୁଥିଲେ ବ୍ରହ୍ମ ପଦାର୍ଥ ଜୀବନ୍ତ ଶାଳଗ୍ରାମ ସହିତ ସମାନ ।୬୬୦ ଖ୍ରୀଷ୍ଟାବ୍ଦ ପରେ ଶ୍ରୀ ମନ୍ଦିର ଉପରେ ହୋଇଥିଲା ଆକ୍ରମଣ । ବେଧର୍ମୀଙ୍କ ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବା ପାଇଁ ସେବକମାନେ ତାଙ୍କୁ ଶ୍ରୀ ମନ୍ଦିରରୁ ନେଇଯାଇଥିଲେ । ସୋନପୁରରେ ଜଗନ୍ନାଥଙ୍କୁ ୪୯ ବର୍ଷ ପୂଜା କରାଯାଇଥିଲା ।ସେଠି ମଧ୍ୟ ବେଧର୍ମୀଙ୍କ ଭୟ ରହିବାରୁ ମହାପ୍ରଭୁଙ୍କୁ ପାତାଳି କରାଯାଇଥିଲା । ୧୪୪ ବର୍ଷ ପାତଳୀ ହୋଇ ରହିବା ପରେ ୮୧୫ ଖ୍ରୀଷ୍ଟାବ୍ଦରେ ଗୋବିନ୍ଦ ଦ୍ଵାଦଶୀ ବୁଡ ପକାଇବାକୁ ଆସିଥିଲେ ଅଦିଶଙ୍କର । ଏହି ସମୟରେ ଯଯାତି କେଶରୀ ମଧ୍ୟ ଆସିଥିଲେ ଶ୍ରୀ କ୍ଷେତ୍ରକୁ । ସେଠାରେ ପହଂଚି ଶ୍ରୀ କ୍ଷେତ୍ରରେ ବୁଡ ପକେଇବା ପରେ ଉଭୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ ହେଲେ ମହାପ୍ରଭୁ ନଥିଲେ । ଉଭୟଙ୍କ ମଧ୍ୟରେ ଭେଟ ହେଉଥିଲା ମହାପ୍ରଭୁଙ୍କୁ ଦେଉଳରେ ନ ପାଇ । ବେଧର୍ମୀଙ୍କ ଭୟରେ ସୋନପୁରକୁ ନେଇଯାଇଛନ୍ତି ।
ମହାପ୍ରଭୁଙ୍କୁ ଫେରେଇ ଆଣିବା ପାଇଁ ଯଯାତି କେଶର ଏବଂ ଅଦିଶଙ୍କର ସୋନପୁର ଯାତ୍ରାକଲେ ସେଠାରେ ଯାଇ ଖୋଜିଲେ କିନ୍ତୁ ପାଇନଥିଲେ । ଜଣେ ବୃଦ୍ଧା ଗୋଟିଏ ବର ଗଛ ମୂଳେ ପାଣି ଦେଉଥିବାର ଆଦିଶଙ୍କର ଦେଖିଲେ ଏବଂ ପାଣି ଦେବାର ରହସ୍ୟ ପଚାରିଲେ ବୃଦ୍ଧା ଜଣକ କହିଲେ ଯେ ଆମ ପୂର୍ବ ପୁରୁଷ କହିଯାଇଛନ୍ତି ଏହା ହେଉଛି ଦିଅ ବର ସେଠି ପାଇଁ ଏଥିରେ ପାଣି ଦଉଚୁ । ତାଙ୍କ ଦିବ୍ୟ ଦୃଷ୍ଟିରେ ଜାଣିପାରିଲେ ଯେ ସେହି ବର ଗଛ ତଳେ ମହାପ୍ରଭୁ ବିଜେ କରିଛନ୍ତି । ମାଟି ଖୋଲି ଦିଅଁଙ୍କୁ ଠାବ କଲେ । ସେଥିରୁ ବ୍ରହ୍ମଙ୍କୁ ଉଦ୍ଧାର କଲେ । ପୁରୀରୁ୧୧ ଜଣ ଦୈତାଙ୍କୁ ଡକାଇ ତାକୁ ନେଇ ଯାଜପୁର ଆସିଲେ । ଏବଂ ନେପାଳ ରାଜାଙ୍କ ପାଖକୁ ସନ୍ଦେଶ ପଠାଇଲେ ସେହି ଶାଳଗ୍ରାମକୁ ଆଣି ବ୍ରହ୍ମକୁ ସ୍ଥାପନ କଲେ । ଏହି ବ୍ରହ୍ମ ଜୀବନ୍ତ ଶାଳଗ୍ରାମ ବୋଲି ପ୍ରମାଣ ହୋଇଗଲା । ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।