anubhab

ପଦାରେ ପଡ଼ିଲା ଜାଗୃତି ଏବଂ ଅନୁଭବଙ୍କ ସମ୍ପର୍କ, ବର୍ଷା କହିଲେ ଏମିତି କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ |

NEWS

କିଛିଦିନର ନିରବତା ପରେ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଉ ସେ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ। ଗତ ଗୁରୁବାର ଦିନ ଅଭିନେତା ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆରେ ତାଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ ଜନ୍ମଦିନରେ ଏକ ପୋଷ୍ଟ ସେୟାର କରିଥିଲେ।ଯେଉଁଥିରେ ତାଙ୍କ ସହିତ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହିତ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

anubha

ଫେସ୍ବୁକରେ ଏହି ଫଟୋକୁ ସେୟାର କରିବା ସହିତ ଅନୁଭବ ମହାନ୍ତି ଅଶ୍ୱିନୀ ଦୁବେଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ ।ତାସହିତ ସେ ଜାଗୃତି ଶୁକ୍ଳାଙ୍କୁ ମଧ୍ୟ ତାଙ୍କର ଜଣେ ଆନ୍ତରିକ ବନ୍ଧୁ ଭାବରେ ବର୍ଣ୍ଣନା କରିଥିଲେ ଏବଂ ସେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଯଦିଓ ଅନୁଭବଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଇଥିଲେ।ତେବେ ଏହି ପୋଷ୍ଟ କରିବାର କିଛି ସମୟ ପରେ ଆସିଥିଲା ତାଙ୍କ ବାନ୍ଧବୀ ତଥା ଲୋକସଭା ଟିଭିର ଉପସ୍ଥାପିକା ଜାଗୃତି ଶୁକ୍ଳାଙ୍କ ପ୍ରତିକ୍ରିୟା।

ଅଭିନେତା ଅନୁଭବ ମହାନ୍ତିଙ୍କର ଏହି ପୋଷ୍ଟକୁ ସେୟାର କରି ଜାଗୃତି ମଧ୍ୟ ତାର ପତ୍ୟୁତ୍ତର ଦେଇଥିଲେ । ସେ ଲେଖିଥିଲେ ଯେ “ଅନୁଭବ ଜି ଆପଣଙ୍କ ସଚ୍ଚୋଟତାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଯଥେଷ୍ଟ ଶବ୍ଦ ମଧ୍ୟ ନାହିଁ । ସମସ୍ତ ସମସ୍ୟା ବିରୋଧରେ ଲଢ଼ିବା ପାଇଁ ଈଶ୍ବର ଆପଣଙ୍କୁ ସାହସ ଦେଇଛନ୍ତି।ଆପଣଙ୍କ ନିକଟରେ ଅଶ୍ୱିନୀ ଦୁବେଙ୍କ ପରି ଲୋକମାନେ ଅଛନ୍ତି । ଯେଉଁମାନେ କି ଆପଣଙ୍କ ସହିତ ସବୁବେଳେ ଅଛନ୍ତି । କେବଳ ସେତିକି ନୁହେଁ ଆପଣଙ୍କ ପରିବାର ମଧ୍ୟ ଆପଣଙ୍କ ସହିତ ଅଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଆପଣଙ୍କ ସହିତ ଅଛନ୍ତି।ଯେଉଁମାନେ ଆପଣଙ୍କୁ ବିନା ସର୍ତ୍ତରେ ଭଲ ପାଆନ୍ତି । ଆଉ ହଁ ଯେତେବି ସମସ୍ୟା ଆସୁ ମୁଁ ମଧ୍ୟ ସବୁବେଳେ ଆପଣଙ୍କ ସହିତ ରହିବି।

jagruti

ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *