ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଅଭିନେତା ସୋନୁ ସୁଦ ଙ୍କୁ ବର୍ତ୍ତମାନ କିଏ ଅବା ନଜାଣେ? କିନ୍ତୁ ଏବେ ଅସୁବିଧାରେ ଥାଇ ମଧ୍ୟ ଅନ୍ୟକୁ ସାହାଯ୍ୟ କରୁଛନ୍ତି ସୋନୁ ସୁଦ।କରୋନା ମହାମାରୀ ଲକଡାଉନ୍ ସମୟରେ ବଲିଉଡ୍ ଷ୍ଟାର ସୋନୁ ସୁଦ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ ଏବଂ ସେବା କରିଛନ୍ତି। ଲକଡାଉନରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ନେଇ ତାଙ୍କ ଘରେ ପହଁଚାଇଛନ୍ତି। ଅସହାୟକୁ ସାହାରା ଦେବା ସହିତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଚାକିରି ଯୋଗାଇ ଦେଇ ରୋଜଗାରକ୍ଷମ ମଧ୍ୟ କରାଇଛନ୍ତି। ସୋନୁଙ୍କ ଏହି ହୃଦୟ ଖୋଲା ସାହାଯ୍ୟ ପାଇଁ ଲକ୍ଷ ଲକ୍ଷ ଲୋକ ସାହାରା ପାଇଛନ୍ତି।
ସମସ୍ୟାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ ତାଙ୍କ ପାଇଁ ଜୀବନ୍ତ ଭଗବାନ ହୋଇଯାଇଛନ୍ତି। ହେଲେ ନିଜେ ବୁଡ଼ି ଯାଇଛନ୍ତି ଋଣରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୋନୁ ମାନବ ସେବା କରି ନିଜେ ୧୦ କୋଟି ଟଙ୍କାର ଋଣରେ ଅଛନ୍ତି। ଖାଲି ସେତିକି ନୁହେଁ, ସେ ନିଜ ସମ୍ପତ୍ତିକୁ ବନ୍ଧକ ରଖି ବ୍ୟାଙ୍କରୁ ଋଣ ମଧ୍ୟ ନେଇଛନ୍ତି। ପରଦା ଉପରେ ଭିଲେନ୍ ସାଜୁଥିବା ସୋନୁ କିନ୍ତୁ ରିୟଲ ଲାଇଫ୍ ରେ ବନିଯାଇଛନ୍ତି ହିରୋ ।
ଏହି ବିଷୟରେ ସୋନୁଙ୍କ ଭଉଣୀ ମାଳବିକା ସୁଦ ଏ ବିଷୟରେ କହିଛନ୍ତି ଯେ ଲୋକଙ୍କ ସେବା ପାଇଁ ବ୍ୟାଙ୍କରୁ ଲୋନ୍ ନେବା କଥା ସୋନୁ କାହାକୁ ଜଣାଇ ସହାନୁଭୂତି ହାସଲ କରିବାକୁ ଚାହୁଁନାହାନ୍ତି। ସୋନୁ କାହାକୁ ଦୁଃଖ, କଷ୍ଟରେ ଦେଖିପାରନ୍ତିନି। ସେଥିପାଇଁ ସେ ଅସହାୟଙ୍କୁ ସାହାଯ୍ୟ କରିବାକୁ କିଛି ବି କରିବାକୁ ପଛାନ୍ତିନାହିଁ। ସେ କୁହନ୍ତି ଯେ ଋଣ ତ ସୁଝି ହେବ କିନ୍ତୁ ଲୋକଙ୍କୁ ସାହାଯ୍ୟ କରିବାର ମଉକା ବାରମ୍ବାର ମିଳିବନାହିଁ।
ସୋନୁ ସୁଦଙ୍କ ମାଆ ସରୋଜ ସୁଦ୍ ମୋଗା ସହରର ସବୁଠାରୁ ପୁୁରୁଣା ଡିଏମ୍ କଲେଜରେ ଇଂରାଜୀ ବିଭାଗରେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ଥିଲେ। ଯେଉଁ ଛାତ୍ର ଆର୍ଥିକ ସମସ୍ୟା କାରଣରୁ ପଢ଼ା ଅଧାରୁ ଛାଡି ଦେଉଥିଲେ ସୋନୁଙ୍କ ମାଆ ତାଙ୍କ ଘରେ ପହଁଚି ଯାଉଥିଲେ। ବୁଝାଇ ସୁଝାଇ ତାକୁ ପୁଣି କଲେଜ୍ ନେଇ ଆସୁଥିଲେ ଆଉ ନିଜେ ବି ଫିସ୍ ଭରିଦେଉଥିଲେ। ତାଙ୍କର ଦରମାର ଅଧିକାଂଶ ଟଙ୍କାକୁ ସେ ଛାତ୍ରଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରିଦେଉଥିଲେ। ପିଲାଦିନରୁ ମାଆଙ୍କ ପାଖରୁ ସିଖିଥିବା ସେବା ମନୋଭାବକୁ ସୋନୁ ଏବେ ସୁଦ୍ଧା ଜୀବନ୍ତ ରଖିଛନ୍ତି।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।