ଯଦି ଆପଣଙ୍କ ପାଖରେ ଇଣ୍ଡିଆ ପୋଷ୍ଟ ଅଫିସ ସେଭିଂ ବ୍ଯାଙ୍କ ଆକାଉଣ୍ଟ ରହିଛି, ତେବେ ସେଥିରେ ଆପଣଙ୍କ ସର୍ବନିମ୍ନ ବାଲାନ୍ସ ରଖିବାକୁ ହେବ। ନଚେତ ଆପଣଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡିପାରେ। ଆପଣଙ୍କ ଏଠାରେ ଆକାଉଣ୍ଟ ଥିଲେ ଅତି କମରେ ୫୦୦ ଟଙ୍କା ରଖିବାକୁ ପଡିବ। ଏହି ନିୟମ ଆଜିଠାରୁ ଅର୍ଥାତ୍ ଡିସେମ୍ବର ୧୧, ୨୦୨୦ରୁ ଲାଗୁ ହେଉଛି। ଯଦି ଆପଣ ଏମିତି ନ କରନ୍ତି ତେବେ, ୧୦୦ ଟଙ୍କା ଜୋରିମାନା ଦେବେ।ଆପଣ ତେଣୁ ନିଜ ଆକାଉଣ୍ଟରେ ନିଶ୍ଚତ ଭାବେ ୫୦୦ ଟଙ୍କା ରଖନ୍ତୁ। କେବଳ ଜୋରିମାନା ନୁହେଁ ଆପଣଙ୍କର ବାରମ୍ବାର କମ୍ ପଇସା ରହିଲେ ମଧ୍ୟ ଖାତା ବନ୍ଦ କରିଦିଆଯାଇପାରେ।
ଭାରତୀୟ ପୋଷ୍ଟ ଅଫିସ ,ଇଣ୍ଡିଆ ପୋଷ୍ଟ କେତେ ସେଭିଂ ଯୋଜନା ପ୍ରଦାନ କରିଥାଏ। ଏହି ଯୋଜନାରେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ସୁକନ୍ଯା ସମୃଦ୍ଧି ଯୋଜନା, ନ୍ଯାସନାଲ ସେଭିଂ ସାର୍ଟିଫିକେଟ, ୫ ବର୍ଷ ପାଇଁ ପୋଷ୍ଟ ଅଫିସ ଟାଇମ ଡିପୋଜିଟ୍, କିସାନ ବିକା ପତ୍ର ଏବଂ ସିନିଅର ସିଟିଜେନ ସେଭିଂ ଯୋଜନା ଇତ୍ଯାଦି ସାମିଲ।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।