ସବୁ ଘରେ ଖାଇବା ପ୍ରସ୍ତୁତ କରିବା ପାଇଁ ଗୋଟେ ଘର ରହିଥାଏ ଯାହାକୁ ଆମେ ରୋଷେଇ ଘର କହିଥାଉ । ଏପରି କିଛି ଭୁଲ ଅଛି ଯାହା ରୋଷେଇ ଘରେ କରିବା ଉଚିତ୍ ନୁହେଁ । ଯଦି ଆପଣ ରୋଷେଇ କରିବା ସମୟରେ ରୋଷେଇ ଘରେ ସେହି ସବୁ ଭୁଲ କରିବେ ତାହେଲେ ମାତା ଲକ୍ଷ୍ମୀ କ୍ରୋଧିତ ହେବେ ଏବଂ ଆପଣଙ୍କ ଘର ଛାଡ଼ି ଚାଲି ଯିବେ ସେଥିପାଇଁ କଦାପି ରୋଷେଇ ଘରେ କରନ୍ତୁ ନାହିଁ ସେହି ସବୁ ଭୁଲ ।ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ କଣ ଯାହା ରୋଷେଇ ଘରେ କରିବା ଉଚିତ୍ ନୁହେଁ ।
ସର୍ବ ପ୍ରଥମ ଭୁଲ ଯାହା ମହିଳା ମାନେ କରିଥାନ୍ତି ନ ଗାଧେଇ କି ରୋଷେଇ ଘରେ ପଶି ଥାନ୍ତି ଯାହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହା ପାଇଁ ଆପଣଙ୍କୁ ଘରୁ ବହୁତ୍ ଶୀଘ୍ର ସମସ୍ତ ଧନ ସରିଯିବ ଏବଂ ବହୁତ୍ ଶୀଘ୍ର ଦରିଦ୍ର ହୋଇଯିବେ । ଏହି ଭୁଲ ଆପଣ କଦାପି କରନ୍ତୁ ନାହିଁ । ଏହାପରେ ମହିଳା ମାନେ ପୁଣି ଏକ ଭୁଲ କରନ୍ତି କି ଯେମିତି ଚୁଳା କୁ ରୋଷେଇ କରିବା ପରେ ସଫା ନ କରି ପୁଣି ଜଳାଇ ଥାନ୍ତି ।ପ୍ରଥମେ ରୋଷେଇ ଘରକୁ ଭଲ ଭାବରେ ସଫା କରନ୍ତୁ ତାହା ପରେ ରୋଷେଇ ଆରମ୍ଭ କରନ୍ତୁ । ଯଦି ଆପଣଙ୍କୁ ସକାଳେ ଏତେ ସବୁ କରିବାକୁ ସମୟ ହେଉନାହିଁ ତାହେଲେ ଆପଣ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ଭଲ ଭାବରେ ସଫା କରି ରଖନ୍ତୁ ଏବଂ ସକାଳେ ରୋଷେଇ କରିବା ଆଗରୁ ରୋଷେଇ ଘରକୁ ଭଲ ଭାବରେ ଓଳାଇ ଟା ପରେ ରୋଷେଇ କରନ୍ତୁ ।
ରୋଷେଇ ଘରେ ଆପଣ କେବେ ଚପଲ ରଖନ୍ତୁ ନାହିଁ ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ସେଥିପାଇଁ ଏପରି ଭୁଲ୍ ଆପଣ କେବେ ବି କରନ୍ତୁ ନାହିଁ ।ଏହା ଦ୍ଵାରା ମଧ୍ୟ ଆପଣଙ୍କ ଘରେ ଧନର ଅଭାବ ଦେଖା ଦେଇଥାଏ । ଆପଣଙ୍କ ରୋଷେଇ ଘର ପାଇପ୍ ରୁ ଯଦି ପାଣି ଝରୁଥିବ ତାହେଲେ ଏହାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ ଏଥି ପାଇଁ ମଧ୍ୟ ରୋଷେଇ ଘର ର ପାଇପ୍ କୁ ପାଣି ଆଣିବା ପରେ ବନ୍ଦ କରି ଦିଅନ୍ତୁ ।କେବେ ଅଇଁଠା ବାସନା କୁ ରୋଷେଇ ଘରେ ରଖନ୍ତୁ ନାହିଁ । ରାତିରେ ଶୋଇବା ଆଗରୁ ସମସ୍ତ ବାସନ କୁ ସଫା କରି ଦିଅନ୍ତୁ ଏବଂ ଆପଣ ଯଦି ଏପରି ଭାବରେ ଅଇଁଠା ବାସନ କୁ ରଖିବେ ରୋଷେଇ ଘରେ ତାହେଲେ ଆପଣଙ୍କ ଘର ଉପରେ ଏହାର ଏକ ଖରାପ ପ୍ରଭାବ ପଡିଥାଏ ।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।