ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ତଦନ୍ତକୁ ବାର ଦିନ ବିତିଗଲାଣି। ତଥାପି କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନି ତଦନ୍ତ। କେବଳ ଅନ୍ଧାରରେ ବାଡ଼ି ବୁଲାଇବା ପରି ଯଦୁପୁର ଗାଁରେ ବିଭିନ୍ନ ଲୋକଙ୍କୁ ପଚରାଉଚରାରେ ସୀମିତ ରହିଛି ତଦନ୍ତ। ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ପୁଣି ନୟାଗଡ଼ରେ ଆଉ ଏକ ଶିଶୁକନ୍ୟା ନିଖୋଜ ଘଟଣା ଚର୍ଚ୍ଚାକୁ ଆସିଛି। ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନ ବଧିପାଟଣା ଗ୍ରାମର ୩ ବର୍ଷର ଶିଶୁକନ୍ୟା ଶ୍ୱାତୀ କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହେଉଛି। ଶିଶୁକନ୍ୟାଟି ଶୁକ୍ରବାର ଅପରାହ୍ଣରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ଘର ଲୋକେ ଖୋଜାଖୋଜି କରି ନ ପାଇବା ପରେ ରାଜସୁନାଖଳା ଫାଣ୍ଡିରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।
ଖବର ପାଇ ରଣପୁର ଥାନା ଇନ୍ସପେକ୍ଟର ଜ୍ୟୋତିପ୍ରକାଶ ପଣ୍ଡା ରାତାରାତି ବଧିପାଟଣା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶନିବାର ସକାଳୁ ରଣପୁର ଅଗ୍ନିଶମ ବାହିନୀ ଦ୍ୱାରା ଗାଁ ମୁଣ୍ଡରେ ଥିବା ପୋଖରୀ ଓ ନିକଟସ୍ଥ କୂଅଗୁଡିକରେ ଖୋଜାଖୋଜି କରାଯାଇଥିଲେ ବି ଶିଶୁଟିର ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ। ବିଧାୟକ ସତ୍ୟନାରାୟଣ ପ୍ରଧାନ, ଏସପି ପ୍ରତ୍ୟୁଷ ଦିୱାକର ଓ ଶରଣକୁଳ ଏସଡିପିଓ ଏସ ଟପ୍ପୋ ବଧିପାଟଣା ଗାଁକୁ ଯାଇ ଶିଶୁକନ୍ୟାର ବାପା ଓ ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି। ଗାଁକୁ ଆସୁଥିବା କମଳ ବିକ୍ରିବାଲା ତାଙ୍କ ଝିଅକୁ ନେଇ ଯାଇଥାଇ ପାରେ ବୋଲି ଶିଶୁଟିର ମା ସନ୍ଦେହ କରୁଛନ୍ତି।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।